IMG 20260208 WA0163

ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଶେଷ 

ରାଜ୍ୟ
ବାରିପଦା  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ୨ୟ ବାର୍ଷିକ ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ଆୟୋଜନ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି I ଚଳିତ ମାସ ୧୫ ତାରିଖରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଅଂଶଗ୍ରହଣ କରିଛନ୍ତି ବୋଲି ସାଧାରଣ ସମ୍ପାଦକ ଗଦାଧର ନାୟକ ପ୍ରକାଶ କରିଥିଲେ I ପ୍ରତ୍ୟେକ ଦଳରେ ଜଣେ ରାଜ୍ୟ ସ୍ତରୀୟ ଓ ଜଣେ ଜାତୀୟ ସ୍ତରୀୟ ନାମିଦାମୀ ଖେଳାଳି ରହିଛନ୍ତି ବୋଲି ଜଣାପଡିଛି I ୧୫ ତାରିଖ ସନ୍ଧ୍ୟାରେ ଏହି ଟୁର୍ଣ୍ଣାମେଣ୍ଟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟିତ ହେବା ସହ ଗୋଟିଏ ମ୍ୟାଚ ଅନୁଷ୍ଠିତ ହେବ I ପୁରସ୍କାର ସ୍ୱରୂପ ଚମ୍ପିୟାନ ଦଳ ପାଇଁ ୨ ଲକ୍ଷ ୫୦ ହଜାର ଓ ରନର୍ସ ଅପ ଦଳ ପାଇଁ ୨ ଲକ୍ଷ ଟଙ୍କା ପ୍ରତ୍ସାହନ ରାଶି ସହ ଟ୍ରଫି ଏବଂ ମ୍ୟାନ ଅଫ ଦି ସିରିଜ ପାଇଁ ହିରୋ ବାଇକ, ମ୍ୟାନ ଅଫ ଦି ମ୍ୟାଚ ( ଫାଇନାଲ ) ପାଇଁ ସାଇକେଲ, ଶ୍ରେଷ୍ଠ ବ୍ୟାଟ୍ସମେନ ପାଇଁ ୱାସିଂ ମେସିନ, ଶ୍ରେଷ୍ଠ ବୋଲର ପାଇଁ ଫ୍ରିଜ ସହ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ରହିଛି ବୋଲି କମିଟି ପ୍ରକାଶ କରିଛନ୍ତି I ଗୋ ମାତାକୁ ପ୍ରାଧାନ୍ୟ ଦେଇ ଏଭଳି ଏକ ଟୁର୍ଣ୍ଣାମେଣ୍ଟର ପରିକଳ୍ପନା କରାଯାଇଛି ବୋଲି ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ I ଗଣମାଧ୍ୟମ ସହ ସଂଯୋଜକ ଗୌତମ ଦାସ ସ୍ୱାଗତ ଅବିଭାଷଣ ରଖିଥିବା ବେଳେ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପ ସଭାପତି ରତିକାନ୍ତ ଦାସ, ସାଙ୍ଗଠନିକ ସମ୍ପାଦକ ସରୋଜ ଶତପଥି, ମୁଖ୍ୟ ସଂଯୋଜକ ସୁଦର୍ଶନ ପାତ୍ର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସହ କୋଷାଧ୍ୟକ୍ଷ୍ୟ ସନ୍ଦୀପ ମୌଳିକ ଓ କମେଣ୍ଟେଟର କେ ପଙ୍କଜ ମହାକୁଡ଼ ଉପସ୍ଥିତ ଥିଲେ I
Shrutilipi ad