IMG 20260205 WA0186

ପଣ୍ତିତ ରହିଦାସ ସିଂ ନାଗଙ୍କ ଜୟନ୍ତୀ ପାଳିତ

ରାଜ୍ୟ
ବାରିପଦା : ମୁଣ୍ଡାରୀ ବାନି ଲିପିର ସ୍ରଷ୍ଟା ଅଲ୍ ଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ଜନ୍ମ ଜୟନ୍ତୀ ବାରିପଦା ସ୍ଥିତ ମଧୁବନ ଛକ ଠାରେ ମୁଣ୍ଡାଯୁବ ସଙ୍ଗଠନ ଆନୁକୁଲ୍ୟରେ 05,02, 2026 ରିଖ ଦିନ ଗମ୍ଭୀରତା ଓ ଶ୍ରଦ୍ଧାଭାବର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ମୁଣ୍ଡା ଯୁବ ସଂଗଠନ ତରଫରୁ ବିଶେଷ ସ୍ମୃତି ସଭା ଆୟୋଜନ କରାଯାଇ ତାଙ୍କ ପବିତ୍ର ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
 ସଂଗଠନର ସଦସ୍ୟମାନେ ରହିଦାସ ସିଂ ନାଗଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଉପସ୍ଥିତ ଅଭିଭାଷକମାନେ ମୁଣ୍ଡାରୀ ଭାଷା ଏକ ବହୁ ପୁରାତନ ଭାଷା ଯାହା ସିନ୍ଧୁ ସଭ୍ୟତା ମହେଞ୍ଜଦାର ହରପ୍ପା ଇତିହାସ ରେ ମଧ୍ୟ ପରିଲକ୍ଷିତ ହୁଏ।ଗୋଟିଏ ଭାଷା ର ଲିପି କେତେ ମହତ୍ୱପୂର୍ଣ୍ଣ ଏବଂ ଲିପି ଉଦ୍ଭାବନ ଓ ନାମ କରଣ ର ଦକ୍ଷତା କେତେ ଆବଶ୍ୟକତା ରହିଛି ତାଙ୍କ ଜୀବନ ଗାଥା ରେ ହିଁ ଜଣାପଡିଥାଏ।
ସମାଜ ପାଇଁ ତାଙ୍କର ନିଷ୍ଠାପୂର୍ଣ୍ଣ ସେବା, ଶିକ୍ଷା ଓ ସାମାଜିକ ସଚେତନତାରେ ତାଙ୍କ ଅବଦାନ ସମ୍ପର୍କରେ ବିସ୍ତାରିତ ଆଲୋଚନା କରିଥିଲେ।
ସେ ଜୀବନର ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା, ସେବାଭାବ ଓ ନିର୍ଲୋଭତାର ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜିର ଯୁବପିଢ଼ୀ ପାଇଁ ପଥପ୍ରଦର୍ଶକ ଭାବେ କାମ କରୁଛି। ସମାଜ ଉନ୍ନତି ପାଇଁ ତାଙ୍କ ଅବଦାନ ଅସ୍ମରଣୀୟ ।
ସଭାରେ ଉପସ୍ଥିତ ସଦସ୍ୟମାନେ ତାଙ୍କ ଦେଖାଇଥିବା ପଥରେ ଚାଲିବା, ସମାଜସେବାରେ ନିଜକୁ ନିୟୋଜିତ କରିବା ଓ ଯୁବମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ବୃଦ୍ଧି କରିବା ଓ ସମ୍ବିଧାନର ଅଷ୍ଟମ ଅନୁସୂଚୀ ରେ ସାମିଲ୍ କରିବା ର ଲଢାଇ ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।
ଏହି ସଭାରେ ସମାଜ ସେବୀ ତଥା ମୁଣ୍ଡା ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ଛାଟିଆ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ମନୋରଞ୍ଜନ ସିଂ , ଗବେଷଣାତ୍ମକ ଛାତ୍ର ବୁଧୁ ସିଂ ଏବଂ ମୁଣ୍ଡା ଯୁବ ସଂଗଠନର ମେମ୍ବର ପ୍ରତିମା ସିଂ, ତପସ୍ୱିନୀ ସିଂ, ସୁଭଦ୍ରା ସିଂ, ସ୍ଵାତୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ରିତା ସିଂ,ରଶ୍ମିତା ସିଂ ଆଦି ଉପସ୍ଥିତ ରହି ତାଙ୍କ ମହାନ ଆତ୍ମା ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Shrutilipi ad