IMG 20260128 WA0197

ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା, ଐତିହ୍ୟସ୍ଥଳୀର ପୁନରୁଦ୍ଧାର, ହସ୍ତଶିଳ୍ପ ମାଧ୍ୟମରେ ବେକାରୀ ସମସ୍ୟା ଦୂର କରିବାକୁ ଦାବି

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା,ଐତିହ୍ୟସ୍ଥଳୀର ପୁନରୁଦ୍ଧାର ସହିତ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମାଧ୍ୟମରେ ବେରୋଜଗାର ମାନଙ୍କୁ ରୋଜଗାର ଦେବା ସହିତ ଜିଲ୍ଲାରେ ଅର୍ଥନୈତିକ ଅଭିବୃଦ୍ଧି କରିବାର ଅଭିଯାନ ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର ନେତୃତ୍ଵରେ ଦୀର୍ଘ ବର୍ଷ ଧରି  ଆନ୍ଦୋଳନ ଚାଲିଆସୁଅଛି l  ଆଜି ସଂଗଠନ   ପକ୍ଷରୁ ଏକ ନିଆରା ଢଙ୍ଗରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସମସ୍ତ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ କାରିଗର ମାନେ ନିଜେ ନିଜର କାରିଗରୀ ପ୍ରଦର୍ଶନ କରିଥିଲେ ଏବଂ ସରକାର ତୁରନ୍ତ ଉକ୍ତ କ୍ଷେତ୍ରରେ ହସ୍ତକ୍ଷେପ କରି କୁଟୀର ଶିଳ୍ପ ପ୍ରତିଷ୍ଠା ସହିତ ଏକ ଉପଯୁକ୍ତ ମାର୍କେଟ ପ୍ରସ୍ତୁତ କରିବା ନେଇ ନିଜର ଦାବି ଜଣାଇଥିଲେ ପୁଣି ସେମାନଙ୍କୁ ସମର୍ଥନ ଜଣାଇ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାରିପଦା ମଧୁବନ ସ୍ଥିତ ଭୈରବୀ ମନ୍ଦିର ସମ୍ମୁଖରୁ ବାହାରି ମୁଖ୍ୟ ମାର୍କେଟ ଦେଇ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏକ ଦାବୀପତ୍ର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା |            ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କର ନେତୃତ୍ଵରେ ହୋଇଥିବା ଶୋଭାଯାତ୍ରା ରେ ଜିଲ୍ଲାର ବହୁ ଯୁବ ଛାତ୍ର ସାମିଲ ହୋଇଥିଲେ |
           ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ ସତ୍ୟସ୍ଵରୂପ ଦାଶ,ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, ଉପାଧ୍ୟକ୍ଷା କନିକା ବୋଷ, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଆବାହକ ରାକେଶ ବେହେରା, ସଂଯୋଜକ ସାମନ୍ତ ଶେଖର ପାଲ,ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି,ଜିଲ୍ଲା ଯୁବଶାଖା ସଭାପତି ଏସ୍. କେ. ରାଜାଖାନା, କର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି, ବାରିପଦା ସହର ସଭାପତି ରାକେଶ ମହାନ୍ତି, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ବାରିପଦା ଉପଖଣ୍ଡ ସଭାପତି ପରିତୋଶ ବାରିକ, ଜିଲ୍ଲା ଉପସଭାପତି ପ୍ରୀତମ ପଣ୍ଡା,ସନାତନ ସାହୁ,ପଙ୍କଜ୍ କରନ୍,ସାଫଲ୍ୟ ମିଶ୍ର,ମନୋଜ ପାତ୍ର,ଦୀପକ୍ ସୋ, ସଞ୍ଜୟ ମାହାର୍ଣ୍ଣା ,ସଞ୍ଜୟ ମହାନ୍ତ,ସୌମ୍ୟରଞ୍ଜନ ଦାସବାବୁ,ରଜନୀକାନ୍ତ ପ୍ରୁଷ୍ଟି,ଉମେଶ୍ ପ୍ରଧାନ,ସତ୍ୟ ପ୍ରୁଷ୍ଟି,ପ୍ରଦୀପ ପଣ୍ଡା,ସମ୍ପଦ ପ୍ରୁଷ୍ଟି,ଦୀପକ୍ ବେହେରା,ଶୁଭମ୍ ସିଂ,ଜିତୁ ସିଂ,ଗୌରାଙ୍ଗ ଘଡେଇ,ମୁକ୍ତିଦତ୍ତ ପରିଡା,ଶମ୍ଭୁଗୋପାଲ୍,ଅଭିଷେକ୍ ମହାପାତ୍ର,ପ୍ରଶାନ୍ତ ମହାକୁଡ୍,ଦୀପେଶ୍ ଅଗ୍ରୱାଲ୍,ମନୋଜ୍ ନାୟକ୍,ପ୍ରମୁଖ ଙ୍କ ସହିତ ଜିଲ୍ଲାର ବହୁ ଯୁବ ଛାତ୍ର ସଂଗଠକ ସାମିଲ ଥିଲେ ଏବଂ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଓଡିଶାର ରାଜଧାନୀ ଭୁବନେଶ୍ଵର ଅନୁଷ୍ଠିତ ହେବ ବୋଲି ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |  ମୟୂରଭଞ୍ଜର ଏକମାତ୍ର ଅଣ ରାଜନୈତିକ ସାମାଜିକ ସଂଗଠନ “ଭଞ୍ଜସେନା” ୨୮ ବର୍ଷ ଧରି ବିଭିନ୍ନ ଅବସରରେ ଜିଲ୍ଲାର ଏକାଧିକ ସମସ୍ୟା ଓ ବହୁ ପ୍ରତିକ୍ଷୀତ ଦାବି ଗୁଡ଼ିକୁ ନେଇ ସ୍ୱର ଉଠାଇ ଆସିଛି। ସେଥିମଧ୍ୟରୁ କିଛି ଦାବି ପୂରଣ ହୋଇଥିଲେ ମଧ୍ୟ ଅଧିକାଂଶ ଆଜି ପର୍ଯ୍ୟନ୍ତ ଅପୂରଣ କିମ୍ବା ଅଧାପନ୍ତରିଆ ହୋଇ ପଡ଼ଛି l ବିଗତ ସରକାରଙ୍କ ୨୪ ବର୍ଷ ପରେ ଆମ ଜିଲ୍ଲାର ସାଧାରଣ ଜନତା ଯେଭଳି ଭାବରେ ଆପଣଙ୍କ ଦଳ ଉପରେ ଦୃଢ଼ ଆଶାର ସହିତ ଏକ ଐତିହାସିକ ବିଜୟ ଦେଇଛନ୍ତି, ଅନ୍ତତଃ ପକ୍ଷେ ଆପଣଙ୍କର ସରକାରଙ୍କ ଏକ ନୈତିକ ଦାୟିତ୍ବ ଭାବରେ ମୟୂରଭଞ୍ଜ ବାସୀଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଉପରେ ଦୃଷ୍ଟି ଦେଇ ସମାଧାନର ବାଟ ଖୋଜିବାକୁ ଯଥାଶୀଘ୍ର ଚେଷ୍ଟିତ ହେବେ ବୋଲି ଜିଲ୍ଲାର ଜନସାଧାରଣ ଆଶା କରୁଛନ୍ତି |
            ବର୍ତ୍ତମାନ  ଜିଲ୍ଲାବାସୀ ବହୁ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବେକାରୀ ସମସ୍ୟା ଅନେକ ମାତ୍ରାରେ ଜିଲ୍ଲାରେ ଦେଖାଦେଉଛି, ନିଜ ତଥା ନିଜ ପରିବାର ବର୍ଗଙ୍କର ଭରଣପୋଷଣ ପାଇଁ  ଜିଲ୍ଲାରେ କୌଣସି  କାମଧନ୍ଦାର ସୁଯୋଗ ନପାଇ ବାହାର ଜିଲ୍ଲା ରାଜ୍ଯକୁ ଦାଦନ ଖଟିବାକୁ ଯାଉଛନ୍ତି | ମାତ୍ର ପ୍ରତ୍ୟେକ ଦିନ ଖବରକାଗଜରେ କେବେ ଦାଦନକୁ ଯାଇ ଅତ୍ୟାଚାରିତ ହୋଇ ମୃତ୍ୟୁବରଣ କରୁଛନ୍ତି ତ ଆଉ କେତେବେଳେ ଆତ୍ମହତ୍ୟା କରୁଛନ୍ତି, ତାର ହିସାବ ରହୁନାହିଁ, ଏଠାରେ ଆମ ମନରେ ପ୍ରଶ୍ନ ଉଙ୍କି ମାରୁଛି କି, ଯଦି ଆମ ଜିଲ୍ଲାରେ  ବିଶ୍ୱବିଖ୍ୟାତ ଶିମିଳିପାଳ ସହିତ ରହିଛି ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ। କଳା ମୁଗୁନି ପଥରରେ ନବମ ଦଶମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇ ରହିଅଛି ମୟୂରଭଞ୍ଜ ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ଵରୀ ମନ୍ଦିର ଓ ନିକଟସ୍ଥ କେସନା ଗ୍ରାମର କଳା ମୁଗୁନି ପଥରରେ ନିର୍ମିତ ଦୁର୍ଲଭ ହସ୍ତକଳା ଏବଂ ତା ସହିତ ବହୁ ପୁରାତନ ଐତିହ୍ୟ ସ୍ଥଳୀ ସେହିଭଳି ପଡ଼ି ରହିଛି । ବହୁ ବନ୍ୟଜାତ ଦ୍ରବ୍ୟ ଯେମିତିକି ବାଉଁଶ, ସବାଇ ଘାସ, ଶାଳପତ୍ର, କେନ୍ଦୁପତ୍ର, ମହୁଲ ଫୁଲ ଫଳ, ଲାଖ, ଝୁଣା, ମହୁ, ହରିଡ଼ା, ବାହାଡ଼ା, ଔଷଧୀୟ ବୃକ୍ଷ, ପୁଣି ରହିଅଛି ଢୋକ୍ରା ଶିଳ୍ପ, ମାଟିରୁ ପ୍ରସ୍ତୁତ ବିଭିନ୍ନ ଘରୋଇ ଉପକରଣ, ଟସର ସୁତାରୁ ପ୍ରସ୍ତୁତ ଶାଢ଼ି ଗାମୁଛା ସହିତ ଆଦିବାସୀ ମାନଙ୍କର ବିଭିନ୍ନ ପ୍ରକାରର ପୋଷାକ..! ମାତ୍ର ଏହିଗୁଡ଼ିକର ଉପଯୁକ୍ତ  ପ୍ରଚାର ପ୍ରସାର ହେବା ସହିତ ସେଗୁଡ଼ିକ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ଯୋଗୁଁ ବହୁ କାରିଗର ସେମାନଙ୍କ କୌଳିକ ବୃତ୍ତି ଛାଡି ମୁଲଲାଗିବାକୁ ବସିଲେଣି ।
*୧. ଶିମିଳିପାଳର ସୁରକ୍ଷା।*
ଆଜି ଜିଲ୍ଲାର ଗର୍ବ ଶିମିଳିପାଳ ଅଭୟାରଣ୍ୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବାରୁ ଜିଲ୍ଲାବାସୀ ଆପଣଙ୍କୁ ଧନ୍ୟବାଦ୍ ଦେଉଛନ୍ତି। ହେଲେ ସବୁ ସରକାରୀ ସୁରକ୍ଷା ଯୋଜନା ଥିବା ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବିଶ୍ୱ ପ୍ରସିଦ୍ଧ ବିରଳ କଳା ମହାବଳ ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ର ନିରନ୍ତର ଶିକାର ହେବା ସହିତ ବହୁ ମୂଲ୍ୟବାନ ବୃକ୍ଷ ଗୁଡିକ କଟା ଚାଲିଛି। ଯାହାଫଳରେ ଶିମିଳିପାଳ ଆଜି ତା’ର ପୂର୍ବ ଗୌରବ ହରାଇବାକୁ ବସିଲାଣି । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲଗାତାର ଭାବରେ ନିଶାଦ୍ରବ୍ୟ ଚାଷ ହେବା ସହିତ ଚୋରା ପଥର ଚାଲାଣ ଲାଗି ରହିଛି। ଏହାର ସ୍ଥାୟୀ ସମାଧାନ ଆମର ଏକ ଦୃଢ଼ ଦାବି।
ଏଣୁ ଯଥାଶୀଘ୍ର ଶିମିଳିପାଳର ସମ୍ପୂର୍ଣ୍ଣ ସୁରକ୍ଷା ସହିତ ତାର ପୂର୍ବ ହୃତ ଗୌରବ  ଫେରାଇ ଆଣିବା ପାଇଁ ଏକ ଶକ୍ତ ଯୋଜନା ପ୍ରସ୍ତୁତ କରାଯାଉ |
ଗତ ସରକାର ରାଜ୍ୟସାରା ଶକ୍ତି କାଫେ ନିର୍ମାଣ କଲେ ହେଲେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କଲେ ନାହିଁ। ଆପଣଙ୍କ ସରକାର ଯଦି  ଶିମିଳିପାଳର ସମସ୍ତ ଛୋଟବଡ ପର୍ଯ୍ୟଟନ ସ୍ଥଳୀ ଠାରେ ସୁଲଭ ଶୌଚାଳୟ, ବିଶ୍ରାମ କକ୍ଷ, ପର୍ଯ୍ୟଟକଙ୍କ ଖାଇବା ପିଇବା ସହିତ ଆଞ୍ଚଳିକ ଖାଦ୍ୟ ତଥା କଳା ସଂସ୍କୃତିର ସାମଗ୍ରୀ ଏକ ଛୋଟ ଗ୍ୟାଲେରୀର ବ୍ୟବସ୍ଥା କରନ୍ତି ଓ ତାହାର ପରିଚାଳନା ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦିଅନ୍ତି ତେବେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରର ବାଟ ଫିଟିବ।
*୨. ପରିବେଶ ଓ ପର୍ଯ୍ୟଟନର ବିକାଶ।*
ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ତଥା ମୟୂରଭଞ୍ଜର ମୁକୁଟ ଶିମିଳିପାଳ ସମେତ ଏହାର ଚାରିପାଖରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ ସ୍ଥଳୀର ବିକାଶ କରିବା ସହିତ ଦେଶ ଓ ବିଦେଶ ପର୍ଯ୍ୟଟକ ମାନଙ୍କ ରହିବା ଖାଇବା ନିମନ୍ତେ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଉ।
ତା’ ସହିତ କେନ୍ଦ୍ର ସରକାରଙ୍କ “Darshana-2” (ଦର୍ଶନ -୨) ଯୋଜନାରେ ଶିମିଳିପାଳକୁ ସାମିଲ କରି କୋରାପୁଟର ଦେଓମାଳି ଭଳି ଉନ୍ନତି ମୂଳକ ପଦକ୍ଷେପ ନିଆଯାଉ। ଯଦ୍ୱାରା ଏହି ଅଞ୍ଚଳର ଅର୍ଥନୀତିର ବିକାଶ ହେବା ସହିତ ଜିଲ୍ଲାର ବହୁ  ଯୁବକ ଯୁବତୀ ସ୍ବାବଲମ୍ବୀ ହୋଇପାରିବେ।
                       କଳା ମୁଗୁନି ପଥରରେ ଶିଳ୍ପକଳାର କୌଳିକ ବୃତ୍ତି ନେଇ ବଞ୍ଚି ଆସୁଥିବା ଖିଚିଂ ନିକଟସ୍ଥ କେସନା ଗ୍ରାମକୁ ଶିଳ୍ପୀ  ଗ୍ରାମ ଭାବରେ ଘୋଷଣା କରି ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ସହିତ ସେମାନଙ୍କ ସଂପର୍କ କରାଇବା ନିହାତି ଜରୁରୀ।
*୩.ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲକୁ ନେଇ  ରୋଜଗାର ସୃଷ୍ଟି ହେଉ*
ଜିଲ୍ଲାରେ ପ୍ରଚୁର ପରିମାଣରେ ଉପଲବ୍ଧ ଶାଳପତ୍ର, ବାଉଁଶ, ମହୁଲ ସବାଇଘାସ ଭଳି ଲଘୁ ବନ୍ୟଜତ ଦ୍ରବ୍ୟକୁ ନେଇ ନୂତନ ରୋଜଗାର ସମ୍ବନ୍ଧୀୟ ଡିପିଆର ପ୍ରସ୍ତୁତ କରି ପ୍ରତି ଗାଁରେ ସେହି ସବୁ ଦ୍ରବ୍ୟର କୁଟୀର ଶିଳ୍ପ ପ୍ରତିଷ୍ଠା କରି ଆଦିବାସୀ ଓ ଅଧିବାସୀ ପରିବାର ଗୁଡ଼ିକୁ ଆତ୍ମନିର୍ଭରଶୀଳ କରାଯିବା ସହିତ ସେହି ସବୁ କଞ୍ଚାମାଲ, ବନଜାତ ଦ୍ରବ୍ୟକୁ ବଣ ଜଙ୍ଗଲରୁ ସଂଗ୍ରହ କରି ସେଗୁଡ଼ିକୁ ବିକି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଲକ୍ଷାଧିକ ଗରୀବ ପରିବାରଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ପ୍ରଦାନ କରାଯାଉ ଏବଂ ଜିଲ୍ଲାରେ ନିର୍ମିତ ହେଉଥିବା ଟସର ଜନିତ ପୋଷାକ ଏବଂ ଆଦିବାସୀ ସମାଜ ମାନଙ୍କର ପୋଷାକ ତିଆରି ଉପରେ ଗୁରୁତ୍ଵ ପ୍ରଦାନ କରାଯାଉ |ସେମିତି ମାଟିରୁ ପ୍ରସ୍ତୁତ ସମାଗ୍ରୀ ସହିତ ସମସ୍ତ କଞ୍ଚାମାଲ ରୁ ପ୍ରସ୍ତୁତ ବିଭିନ୍ନ ବସ୍ତୁ ଗୁଡିକର ଉପଯୁକ୍ତ ବ୍ୟବସାୟୀକରଣ କରିବା ସୁନିଶ୍ଚିତ କରାଯାଉ |
                 ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁ ସଂଖ୍ୟାରେ ସରକାରୀ ଉଦ୍ୟୋଗ ଗଢିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଉଥିବା ବେଳେ ବେକାରୀ ସମସ୍ୟାରେ ଜର୍ଜରିତ ମୟୂରଭଞ୍ଜ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଏତେ ବୈମାତୃକ ମନୋଭାବ କାହିଁକି..?ଯଥାଶୀଘ୍ର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମ ଧରଣର ଏକାଧିକ  ନୂତନ ସରକାରୀ ଉଦ୍ୟୋଗ  କରିବାର ଘୋଷଣା କରାଯାଉ |
              ମହାଶୟ, ଅତି ଦୁଃଖର ସହିତ କହିବାକୁ ପଡୁଛି ଯେ ଉପରୋକ୍ତ ଦାବି ଗୁଡ଼ିକୁ ଭଞ୍ଜସେନା ଦୀର୍ଘବର୍ଷ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ  ଜିଲ୍ଲାବାସୀ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇପଡିଛନ୍ତି । ଏଣୁ ପୁଣିଥରେ ଆମ ସଂଗଠନ ଉକ୍ତ ଦାବି ଗୁଡ଼ିକୁ ଆପଣଙ୍କ ସମ୍ମୁଖରେ ଦୋହରାଇବା ସହିତ ବିଶେଷ କରି ଜିଲ୍ଲା ଯୁବପିଢିଙ୍କ ବେରୋଜଗାରୀ ସମସ୍ୟାର ସମ୍ପୂର୍ଣ୍ଣ ଭାବେ ଦୁରୀକରଣ କରିବା, କୁଟୀର ଶିଳ୍ପର ପ୍ରଚାର ପ୍ରସାର, ହସ୍ତଶିଳ୍ପର ବଜାରୀକରଣ ସହିତ ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସମସ୍ତ ସମ୍ଭାବନା ସୃଷ୍ଟି କରୁଥିବା ବିଷୟ ବସ୍ତୁ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେଇ ତାହାର ସଫଳ ରୂପାୟନ କରିବା ପାଇଁ ଯଥାଶୀଘ୍ର ସରକାରୀ ସ୍ତରରେ ତତ୍ପରତା ପ୍ରକାଶ କରନ୍ତୁ । ଏଣୁ   ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା,ଐତିହ୍ୟସ୍ଥଳୀର ପୁନରୁଦ୍ଧାର ସହିତ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମାଧ୍ୟମରେ ଜିଲ୍ଲାବାସୀଙ୍କ ସମ୍ମୁଖରେ ରୋଜଗାର ସ୍ରୁଷ୍ଟି କରିବା ସକାଶେ ଏକ ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବୀ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଅଛି।
Shrutilipi ad