IMG 20260121 WA0276

ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ରାଜ୍ୟ
ବାରିପଦା : ଜାତୀୟ କନ୍ୟାସନ୍ତାନ ଦିବସ ୨୦୨୬ ପାଳନ ଅବସରରେ ଲିଙ୍ଗଗତ ବୈଷମ୍ୟତା ତଥା କନ୍ୟା ସନ୍ତାନ ପ୍ରତି ନକାରାତ୍ମକ ଭେଦଭାବକୁ ଦୂର କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ  ସଚେତନତା ସୃଷ୍ଟି ଉଦେଶ୍ୟରେ ଆଜି ବାରିପଦା ଠାରେ ଏକ  ଜିଲ୍ଲାସ୍ତରୀୟ ପଦଯାତ୍ରା  ଅନୁଷ୍ଠିତ ହୋଇଅଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାଏକ ପତାକା ଦେଖାଇ ଉକ୍ତ ପଦଯାତ୍ରାର ଶୁଭାରମ୍ଭ କରିଥିଲେ I ଜିଲ୍ଲାର ବିଭିନ୍ନ ସ୍ଥାନରୁ  ଆସିଥିବା କିଶୋରୀ ବାଳିକା ,ଅଙ୍ଗନୱାଡି କର୍ମୀ ,ସିଡିପିଓ ,ସୁପରଭାଇଜର,ମହିଳା ସଶକ୍ତିକରଣ ର କର୍ମକର୍ତ୍ତା ମାନେ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେI ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ଶ୍ରୀମତୀ ନିହାରିକା ମହାନ୍ତି ,ଜ଼ିଲ୍ଲା ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ସସ୍ମିତା ମହାନ୍ତି,ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବୁରୁଡ଼ା, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ,ଜ଼ିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ହବର ଜିଲ୍ଲା ସଂଯୋଜକ ସିମାନ୍ତ ଦିଗାର ଓ ଅନ୍ୟାନ୍ୟ ଅଧିକାରୀ ଗଣ ପାଦଯାତ୍ରା ରେ ସାମିଲ ହୋଇ ଅଂଶଗ୍ରହଣକIରି  ମାନଙ୍କୁ ଉତ୍ସାହିତ କରିଥିଲେ  ଏହି ପଦଯାତ୍ରାରେ କନ୍ୟା ଶିଶୁ ର ଅଧିକାର ଯତ୍ନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦିଆଯାଇଥିଲା I
Shrutilipi ad