IMG 20260113 WA0193

ତୀରନ୍ଦାଜ ପ୍ରତିଯୋଗିତା: ଜାତୀୟ ସ୍ତରରେ କମାଲ କଲେ  ରୋହିତ 

ରାଜ୍ୟ
ବାରିପଦା : କଠୋର ପରିଶ୍ରମ ଓ ଦୃଢ ଇଛାଶକ୍ତି ହିଁ ସଫଳତାର ଚାବିକାଠି ବୋଲି ପ୍ରମାଣ କରିଛନ୍ତି ବାରିପଦା ବ୍ଲକ ଅନ୍ତର୍ଗତ କୈଳାଶ ଚନ୍ଦ୍ର ପୁର ଗ୍ରାମ ନିବାସୀ ଲୁସ ମାର୍ଣ୍ଡି ଓ ଚୁମକି ମାର୍ଣ୍ଡି ଙ୍କ ପୁଅ ରୋହିତ କୁମାର ମାର୍ଣ୍ଡି I ସାଧାରଣ ଚାଷୀ ପରିବାରର ରୋହିତ ଗାଁ ସ୍କୁଲରେ ପଢ଼ୁଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପର୍ବପର୍ବାଣୀରେ ଆୟୋଜିତ ତୀରନ୍ଦାଜ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ I ତାର ପ୍ରତିଭାର ବିକାଶ ପାଇଁ ବାରିପଦାର ତକତପୁର ସ୍ଥିତ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ନିଜ ହଷ୍ଟେଲରେ ରଖି ନିକଟସ୍ଥ ୟୁ ଜି ପ୍ରାକ୍ଟିସିଂ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ନାମ ଲେଖାଇଥିଲେ I ଏକାଡେମୀର କୋଚ ତରଣୀସେନ ନାୟକ ଓ ଫୁଲମଣୀ ପାଲେ୍ୟାଙ୍କ ଠାରୁ ପ୍ରଶିକ୍ଷଣ ପାଇ ଚଳିତ ବର୍ଷ ୧୦ମ ଶ୍ରେଣୀରେ ପଢ଼ୁଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ସ୍କୁଲ ଆର୍ଚେରୀ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଞ୍ଚିଠାରେ ଅନୁଷ୍ଠିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ ତୀରନ୍ଦାଜ ପ୍ରତିଯୋଗିତାରେ ଓଡିଶା ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ I ଏହି ପ୍ରତିଯୋଗିତାରେ ସେ ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ, ଉଭୟ କୋଚ ତଥା ବିଦ୍ୟାଳୟ କତୃପକ୍ଷ, ଛାତ୍ରଛାତ୍ରୀ ରୋହିତର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି I ପ୍ରକାଶ ଥାଉକି ଏହି ଏକାଡେମୀ ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରଚେଷ୍ଟାରେ ପାଠ ପଢେଇବା ସହ ତାଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି I ଉପଯୁକ୍ତ ପ୍ରଶିକ୍ଷଣ ପାଇ ବହୁ ରଗବୀ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିପାରିଛନ୍ତି I
Shrutilipi ad