ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଂପର୍କିତ କର୍ମଶାଳା 

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେ ସି ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପରେ  ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ତପସ୍ୱିନୀ ଦାଶ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଉପସ୍ଥିତ ରହି ଏହି କର୍ମଶାଳାକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଉନ୍ନତ ସ୍ୱାସ୍ଥ୍ୟର ଆବଶ୍ୟକତା କ୍ଷେତ୍ରରେ ଶିକ୍ଷକ / ଶିକ୍ଷୟତ୍ରୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ I
ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର କୁମାର କବି ଏବଂ ଆୟୁଷ ଡାକ୍ତର ଡଃ ଅଭିଜିତ ରାଉତ ସାଧନକର୍ମୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ବିକାଶ ସହ ନିରୋଗ ରହିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ I ବି ଡି ଏମ ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବାରିପଦା ବ୍ଲକ ଓ ମୁନିସିପାଲିଟି ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୬୫ ଜଣ ଶିକ୍ଷକ / ଶିକ୍ଷୟତ୍ରୀ ଏହି କର୍ମଶାଳାରେ ଯୋଗଦେଇଥିଲେ I