Dead body 300x173

ପ୍ରସୁତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

BREAKING NEWS

ବାରିପଦା : ଆଜି ସ୍ଥାନୀୟ ପିଆରଏମ ମେଡ଼ିକାଲରେ ଜଣେ ପ୍ରସୁତୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଅଛି l ଖବର ନେବାରୁ ଜଣାପଡିଅଛି ଯେ ଗତକାଲି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ପୋଖରିଆ ଗ୍ରାମର ବାଲି ହାଁସଦା ଙ୍କୁ ପ୍ରସୁତୀ ପାଇଁ ପରିବାରଵର୍ଗ ବାରିପଦା ପିଆରଏମ ମେଡିକାଲ ରେ ଭର୍ତ୍ତି କରିଥିଲେ l ଆଜି ତାଙ୍କର ସିଜରିନ ଜରିଆରେ ପ୍ରସୁତୀ କରାଯାଇଥିଲା l ମାତ୍ର ପିଲା ଜନ୍ମ ହେବାର କିଛି ସମୟ ପରେ ମା ର ମୃତ୍ୟୁ ଘଟିଥିଲା l

ଏ ନେଇ ପରିବାରଵର୍ଗ ଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା l ପରିବାରବର୍ଗ ମା ର ମୃତ୍ୟୁ କୁ ନେଇ ଡାକ୍ତରଙ୍କୁ ଦାୟୀ କରିଛନ୍ତି l ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ଘଟିଅଛି ବୋଲି ପରିବାରଵର୍ଗ ଅଭିଯୋଗ କରିଛନ୍ତି l ଅସ୍ତ୍ରପ୍ରଚାର ସମୟରେ ବ୍ଲେଡ ର ଦାଗ ନବଜାତ ଶିଶୁ ର ଦେହରେ ଦେଖିବାକୁ ମିଳିଛି l  ଭାଗ୍ୟବଶତ ନବଜାତ ଶିଶୁ ଟି ବଞ୍ଚିଯାଇଅଛି l ଏହାଜୁ ନେଇ ମୃତଙ୍କ ପରିବାରଵର୍ଗ ଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଅଛି l