ଭୁବନେଶ୍ୱର, ୩୦/୦୩/୨୦୨୬ : ମୁକ୍ତ ଚିନ୍ତନ ମଞ୍ଚ ଏବଂ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନ ସଭାଗୃହରେ ୨୧୪ତମ ଆଲୋଚନା ଚକ୍ର ଓ ପୁରସ୍କାର ପ୍ରଦାନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। “ଆରୋଗ୍ୟମ୍ ସୂତ୍ର (ସ୍ୱାସ୍ଥ୍ୟମେବ ଜୟତେ)” ଶୀର୍ଷକ ଏହି ସ୍ୱାସ୍ଥ୍ୟ ଭିତ୍ତିକ ଆଲୋଚନା ଚକ୍ରରେ ବିଶିଷ୍ଟ ଚିକିତ୍ସକ ଓ ବିଦ୍ୱାନମାନେ ଯୋଗଦେଇ ନିରୋଗ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ତାଙ୍କ ଦ୍ୱାରା ଲିଖିତ ଆଧ୍ୟାତ୍ମିକ ଓ ମନସ୍ତାତ୍ବିକ ବିଜ୍ଞାନ ଆଧାରିତ ପୁସ୍ତକ ‘ମନର ସ୍ପନ୍ଦନ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ପୁସ୍ତକଟି ପାଠକମାନଙ୍କୁ ମାନସିକ ଶାନ୍ତି ଓ ସୁସ୍ଥ ବିଚାରଧାରା ଦେବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଶୀତକଣ୍ଠ ଦାଶ ଯୋଗଦେଇ କହିଥିଲେ ଯେ, ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ ଏବଂ ବିଜ୍ଞାନ ସହ ଆଧ୍ୟାତ୍ମିକତାକୁ ଯୋଡ଼ିଲେ ହିଁ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବୈଦ୍ୟରାଜ ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର ନନ୍ଦ ଆୟୁର୍ବେଦର ମହତ୍ତ୍ୱ ଓ ଜୀବନ ସୂତ୍ର ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ବକ୍ତା ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ ହୋମିଓପାଥିକ ଚିକିତ୍ସା ଓ ସୁସ୍ଥ ଜୀବନ ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଡ. ଆରତି କର ଆଲୋଚକ ଭାବେ ଯୋଗଦେଇ ଉନ୍ମୋଚିତ ହୋଇତିବା ବିଷୟବସ୍ତୁ ଉପରେ ଗଭୀର ବିଶ୍ଳେଷଣ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତୀୟ ବିଦ୍ୟାଭବନର ସଚିବ କର୍ଣ୍ଣେଲ ପ୍ରଦୀପ କୁମାର ପଟ୍ଟନାୟକ, ମୁକ୍ତ ଚିନ୍ତନ ମଞ୍ଚର ଆବାହକ ରମାକାନ୍ତ ମିଶ୍ର ଏବଂ ସମ୍ପାଦକ ପୀତବାସ ରାଉତରାୟ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ପ୍ରାରମ୍ଭରେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ମଧୁସ୍ମିତା ବିଶ୍ଵାଳ, ବାଳକୃଷ୍ଣ ପଣ୍ଡା ଓ ସଂଗୀତା ତ୍ରିପାଠୀ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଷ୍ଟେଟବ୍ୟାଙ୍କର ପ୍ରାକ୍ତନ ଅଧିକାରୀ ତାରେଶ୍ବର ତ୍ରିପାଠୀଙ୍କ ଅକାଳ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମଞ୍ଜୁଳା ତ୍ରିପାଠୀ, ଅଭୟ ନାୟକ, ବାବାଜୀ ଚରଣ ବିଶ୍ବାଳ, ଲେଖକ ସମବାୟ ସମିତିର ସଂପାଦକ ସୁକାନ୍ତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀ, ଗିରିଜା ମଞ୍ଜରୀ ପାଢୀ, ମୀନାକ୍ଷୀ ରାଉତରାୟ, କୁସୁମ ପଟେଲ, ନିଶାକର ରାଉତ, କୈଳାସଚନ୍ଦ୍ର ରଥ, ଅଭୟ କୁମାର ରାଉତ, ଅଜୟ କେତନ ମହାନ୍ତି ପ୍ରମୁଖ ବହୁ ସାହିତି୍ୟକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |
