Nepal Flood

୭୦୦ ଛୁଇଁଲା ନେପାଳ ମୃତ୍ୟୁ ସଂଖ୍ୟା, ସଢ଼ୁଛି ଶବ; ମିଳୁନି ପରିଚୟ, ଏବେବି ୩୦୦୦ ନିଖୋଜ

କାଠମାଣ୍ଡୁ: ନେପାଳ ବନ୍ୟାର ଭୟାବହତା ବିଶ୍ବବାସୀଙ୍କ ହୃଦୟକୁ ଥରାଇ ଦେଇଛି। ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ନଦୀ ଅବବାହିକାର ଦୁଇ ପାର୍ଶ୍ବରେ ଘର କରିଥିବା ଅନେକ ଲୋକ ପ୍ରକୃତି କୋପରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରକୃତିର ଏହି ରୌଦ୍ର ରୂପକୁ ଯିଏ ଦେଖୁଛି, ସିଏ ଭୟରେ ଥରି ଯାଉଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ମାଟି ତଳୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରୁଛନ୍ତି। ଅବଶେଷ ତଳୁ ଜୀବନ ଖୋଜା ଚାଲିିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। […]

Read More Text.
Meghalaya politics 750x430

ବିଜେପି ହାତ ଧରିବେ ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ !

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ‘ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି’ (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯଦି ଏହି କଳ୍ପନାଜଳ୍ପନା ସତ ହୁଏ, ତେବେ ରାଜ୍ୟରେ ଏହା ଏକ ବଡ଼ ରାଜନୈତିକ ଭୂକମ୍ପ ସୃଷ୍ଟି କରିବ ଏବଂ ଶାସକ ମେଣ୍ଟର ଗଣିତକୁ […]

Read More Text.
Nda crisis 750x430

ଆରକ୍ଷଣକୁ ନେଇ NDA ମେଣ୍ଟରେ ମତଭେଦ, ମୁହାଁମୁହିଁ ଦୁଇ ମନ୍ତ୍ରୀ, ପରସ୍ପରଙ୍କ ଇସ୍ତଫା ଦାବି…

ନୂଆଦିଲ୍ଲୀ: ଆରକ୍ଷଣ ନୀତିକୁ ନେଇ ଏନ୍‌ଡିଏ (NDA) ମେଣ୍ଟରେ ମତଭେଦ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ୍ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ସେକ୍ୟୁଲାର) ନେତା ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାର ଜବାବରେ ମାଞ୍ଝୀ ମଧ୍ୟ ଚିରାଗଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ବିବାଦ ଆହୁରି ତୀବ୍ର ହୋଇଛି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଏଭଳି ଖୋଲାଖୋଲି ମତଭେଦ NDAରେ ବିରଳ। ତେଣୁ ଏହି ଘଟଣାକୁ […]

Read More Text.
Police

ଟଙ୍କା ପାଇଁ ବାପାଙ୍କୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

ବାଙ୍ଗିରିପୋଷି : ଟଙ୍କା ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ ।  ଟଙ୍କା ନଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ  ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମୃତକ ବାପା ସାର କିଣିବା ପାଇଁ ଟଙ୍କା ରଖିଥିଲେ । ପୁଅ ସୁମନ୍ତ ଦେହୁରୀ ବାପାଙ୍କୁ ଟଙ୍କା ମାଗିଥିଲେ । ବାପା ଟଙ୍କା ଦେବାକୁ ମନା କରିବାରୁ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ […]

Read More Text.
Former minister

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେ । ଆଜି ସକାଳ ୫ ଘଣ୍ଟା ସମୟରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ କାର୍ଯ୍ୟ ତୁଲାଇ ଥିଲେ । ସେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ୧୯୬୭,୧୯୭୧, ୧୯୮୫ ମସିହାରେ କୋଡିଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୭ ଓ ୧୯୮୦ […]

Read More Text.
ASI arrested for taking bribe 750x430

୨୦ ହଜାର ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଲହୁଣୀପଡ଼ା ଥାନାର ଜଣେ ASI ମଦନ ମୋହନ ପ୍ରଧାନଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକଙ୍କ ସହିତ ଜଣେ ଭୋଜନାଳୟ ମାଲିକଙ୍କଠାରୁ ୨୦,୦୦୦ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ପୂର୍ବ ଯୋଜନା ମୁତାବକ ASI ଏବଂ ସହଯୋଗୀ ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ଅଧିକାରୀ ମାନେ ଘଟଣାସ୍ଥଳରୁ ୨୦,୦୦୦ ଲାଞ୍ଚ ରାଶି ଜବତ […]

Read More Text.

ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ 

ବାରିପଦା : ଓଡ଼ିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ୬୫ତମ ବରିଷ୍ଠ ପୁରୁଷ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟାନସିପ “ସାହାଣୀ କପ” ସେପ୍ଟେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ଜଣାଇଛନ୍ତି I ଏହି ଅବସରରେ ମୟୁରଭଞ୍ଜ ଦଳ ପାଇଁ ଚୟନ ପ୍ରକ୍ରିୟା ସେପ୍ଟେମ୍ବର ମାସ ୫ ତାରିଖରେ ବାରିପଦା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର […]

Read More Text.
IMG 20260829 WA0422

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ

ବାରିପଦା : ଓଡିଶା ପ୍ରତ୍ନତତ୍ତ୍ୱ ଗବେଷଣାର ଜନକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଐତିହାସିକ, ସାହିତ୍ୟିକ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ୧୩୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମରେ ପୂଜ୍ୟ ପୂଜାର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମେ ମୟୂରଭଞ୍ଜିଆର ଆହ୍ୱାନ କ୍ରମେ ଅଗଷ୍ଟ  ୨୯ ସକାଳେ ଦେଉଳସାହି ଠାରେ ଥିବା ସ୍ବର୍ଗତଃ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଂସ୍କୃତି ପ୍ରେମୀମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ପରେ ପରେ […]

Read More Text.
29bbs 27 29082026 112 2026 08 29 17 10

ନେପାଳରେ ଫସିଥିବା ୧୦୦ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାରପାଟନା: ହଠାତ୍ ବନ୍ୟା ଯୋଗୁଁ ନେପାଳରେ ଫସି ରହିଥିବା ପ୍ରାୟ ୧୦୦ ଜଣ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ବିହାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ପରେ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ଟ୍ରେନ ଯୋଗେ ଘରକୁ ପଠାଯାଇଥିଲା। ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ ପରେ ବିହାର ସରକାରଙ୍କ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ବିହାର ସରକାର କହିଛନ୍ତି ଯେ, ମାନବିକତା ଓ କରୁଣା ଭିତ୍ତିରେ ଏହି ପ୍ରୟାସ କରାଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବଙ୍କ ନିରନ୍ତର ତତ୍ତ୍ୱାବଧାନରେ ସୀତାମାଢ଼ି ଜିଲ୍ଲା ପ୍ରଶାସନ ଅଗଷ୍ଟ ୨୮ ତାରିଖରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସମନ୍ୱୟ ରଖି ଅଧିକାରୀମାନେ ସମସ୍ତ ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ସୀତାମାଢ଼ି ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ।  ପ୍ରଶାସନ ସୀତାମାଢ଼ିରେ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ବ୍ୟବସ୍ଥା କରିଥିଲା। ପରେ ତୀର୍ଥଯାତ୍ରୀମାନଙ୍କୁ ସୀତାମାଢ଼ିରୁ ପାଟନା ଅଣାଯାଇଥିଲା। ଶୁକ୍ରବାର-ଶନିବାର ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ରାଜଧାନୀ ପାଟନାରେ ପହଞ୍ଚିଥିଲେ। ପାଟନା ଜିଲ୍ଲା ପ୍ରଶାସନ ସେମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିଥିଲା, ଯେଉଁଠାରେ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଥିଲା। ସେହି ରାତିରେ ଡାକ୍ତରୀ ଯାଞ୍ଚ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। ତୀର୍ଥଯାତ୍ରୀମାନଙ୍କ ଫେରିବା ଯାତ୍ରାକୁ ସହଜ କରିବା ପାଇଁ ବିହାର ସରକାର ନୂଆଦିଲ୍ଲୀର ରେଳ ବୋର୍ଡ ସହିତ ସମନ୍ୱୟ ସ୍ଥାପନ କରିଥିଲେ। ବିହାର ମୁଖ୍ୟ ସଚିବ ଓ ରେଳ ବୋର୍ଡର ଅଧ୍ୟକ୍ଷଙ୍କ ମଧ୍ୟରେ ସମନ୍ୱୟ ପରେ ପାଟନା-ପୂର୍ଣ୍ଣା ଏକ୍ସପ୍ରେସରେ ଦୁଇଟି ଅତିରିକ୍ତ କୋଚ୍ ସଂଯୋଗ କରାଯାଇଥିଲା। ସ୍ୱତନ୍ତ୍ର ବ୍ୟବସ୍ଥା ଅଧୀନରେ ଅଗଷ୍ଟ ୨୯ ତାରିଖ ସକାଳ ପ୍ରାୟ ୭ଟା ୩୦ ମିନିଟ ସମୟରେ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଟ୍ରେନ ଯୋଗେ ମହାରାଷ୍ଟ୍ର ପଠାଯାଇଥିଲା। ସୁରକ୍ଷିତ ଭାବରେ ସେମାନଙ୍କ ଗୃହ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ତୀର୍ଥଯାତ୍ରୀମାନେ ବିହାର ସରକାର, ସୀତାମାଢ଼ି ଓ ପାଟନା ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ପାଟନା: ହଠାତ୍ ବନ୍ୟା ଯୋଗୁଁ ନେପାଳରେ ଫସି ରହିଥିବା ପ୍ରାୟ ୧୦୦ ଜଣ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ବିହାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ପରେ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ଟ୍ରେନ ଯୋଗେ ଘରକୁ ପଠାଯାଇଥିଲା। ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ ପରେ ବିହାର ସରକାରଙ୍କ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ବିହାର ସରକାର କହିଛନ୍ତି ଯେ, ମାନବିକତା ଓ କରୁଣା ଭିତ୍ତିରେ ଏହି ପ୍ରୟାସ କରାଯାଇଥିଲା। ବିହାର […]

Read More Text.
Russia

ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୨୭ ମୃତ

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷର ଆକ୍ରମଣ । ଫଳରେ ବୁଚା ଜିଲ୍ଲାରେ ରୁଷ ଆକ୍ରମଣରେ ୨୭ ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ତିମୁର ଟକାଚେଙ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଘର ଓ ରେଷ୍ଟୋରାଣ୍ଟକୁ ବ୍ୟାପିଯାଇଥିଲା । ତେବେ ଲଗାତାର ଆକ୍ରମଣ ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି । ଏହାପୂର୍ବରୁ ଶୁକ୍ରବାର […]

Read More Text.