୩୦

‘ବାଲ୍ୟ, ଅଳ୍ପ ବୟସ ଏବଂ ବାଧ୍ୟତାମୂଳକ ବିବାହ ନିରାକରଣ ଅନ୍ତର୍ଜାତୀୟ ଦିବସ ପାଳିତ

ରାଜ୍ୟ
  • ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସାମୂହିକ ଶପଥ ଗ୍ରହଣ
ବାରିପଦା:  ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସମ୍ମିଳନୀ କକ୍ଷଠାରେ ‘ବାଲ୍ୟ, ଅଳ୍ପ ବୟସ ଏବଂ ବାଧ୍ୟତାମୂଳକ ବିବାହ ନିରାକରଣ ଅନ୍ତର୍ଜାତୀୟ ଦିବସ’ (International Day for the Elimination of Child, Early and Forced Marriage) ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ   ସଂଯୁକ୍ତା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ  ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଏବଂ ଡିଏସପି  ନିରୁପମା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସୁରକ୍ଷା ଅଧିକାରୀ   ସସ୍ମିତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାରତକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଏକ ସାମୂହିକ ଶପଥ ପାଠ କରିଥିଲେ। ଶିଶୁମାନଙ୍କୁ ଅଳ୍ପ ବୟସ ଏବଂ ବାଧ୍ୟତାମୂଳକ ବିବାହରୁ ସୁରକ୍ଷା ଦେବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରି, ସମସ୍ତେ ‘ବାଲ୍ୟବିବାହ ମୁକ୍ତ ଭାରତ ପୋର୍ଟାଲ’ (Bal Vivah Mukt Bharat Portal) ମାଧ୍ୟମରେ ମଧ୍ୟ ଅନଲାଇନ୍ ଶପଥ ଗ୍ରହଣ କରିଥିଲେ।
ବୈଠକରେ ବାଲ୍ୟବିବାହ ଏବଂ କିଶୋରୀ ଗର୍ଭଧାରଣକୁ ରୋକିବା ପାଇଁ ଆନ୍ତଃବିଭାଗୀୟ ସମନ୍ୱୟ ଏବଂ ମିଳିତ ପ୍ରୟାସକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ  , ସହକାରୀ ଶ୍ରମ ଅଧିକାରୀ   , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍  ଓ ଚାଇଲ୍ଡ ହେଲ୍ପଲାଇନ୍  ର ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ, DHEW କର୍ମଚାରୀ, ବିଭିନ୍ନ ନାଗରିକ ସମାଜ ଓ ଏନଜିଓ  ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ସୁରକ୍ଷା ଅଧିକାରୀ  ସସ୍ମିତା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *