ସ୍ୱାଧୀନତା ଦିବସ-୨୦୨୬ ନିମନ୍ତେ ଅଭ୍ୟାସ ପ୍ୟାରେଡ ଆରମ୍ଭ

ବାରିପଦା : ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ଠାରେ ଆଜିଠାରୁ ଅଭ୍ୟାସ ପ୍ୟାରେଡ ଆରମ୍ଭ ହୋଇଛି। ରାଇରଙ୍ଗପୁରରେ ଏକ ନୂତନ ପୁଲିସ ଜିଲ୍ଲା ଗଠନ ହେବାପରେ ଚଳିତ ବର୍ଷ ପ୍ରଥମ କରି ପୋଲିସ ଉଇଙ୍ଗସ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ଯାଉଛି ଏତଦବ୍ୟତୀତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପାଖାପାଖି ୨୭ ଟି ପ୍ୟାରେଡ ଦଳ ସ୍ୱାଧୀନତା ଦିବସରେ ଭାଗ ନେବେ। […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ହର ଘର ତିରଙ୍ଗା’ ଶୋଭାଯାତ୍ରା

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ନାତକୋତ୍ତର […]

Read More Text.
39 2 e1786550219305 300x181

ଖୁବ୍‌ଶୀଘ୍ର ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବଜାରକୁ ପଲିମର (ପ୍ଲାଷ୍ଟିକ୍) ନୋଟ୍‌ ଆସିବାକୁ ଯାଉଛି। ଏଥିପାଇଁ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷାମୂଳକ ଭାବେ ବଜାରକୁ ୨୦୦ କୋଟି ଟଙ୍କାର ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ଛଡାଯିବ। ବଜାରକୁ ପ୍ଲାଷ୍ଟିକ୍ ନୋଟ୍‌ ଛାଡିବା ଲାଗି ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯଦି ଏହି […]

Read More Text.

ପ୍ରମାଣିତ ହେଲା ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ‘କ୍ୟାସ୍ ଆଟ୍ ହୋମ୍’ ମାମଲାରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ତାଙ୍କ ବିରୋଧରେ ତଦନ୍ତ କରୁଥିବା ଲୋକସଭା ଦ୍ୱାରା ଗଠିତ ୩ ଜଣିଆ ତଦନ୍ତ କମିଟି ସମସ୍ତ ୩ଟି ଅଭିଯୋଗ ପ୍ରମାଣିତ ହୋଇଥିବା ନିଷ୍କର୍ଷରେ ପହଞ୍ଚିଛି । ବୁଧବାର ଏହି ତଦନ୍ତ ରିପୋର୍ଟ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇଛି । ୨୦୨୫ ମାର୍ଚ୍ଚ ୧୪ ତାରିଖରେ ସେତେବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ […]

Read More Text.

ଜିମ୍ବାୱେରେ ଡଙ୍ଗା ବୁଡି ୧୫ ମୃତ, ୨୭ ନିଖୋଜ

ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର କରିବା ସହର ଏବଂ ଅନେକ ଦ୍ୱୀପପୁଞ୍ଜ ଓ ମାଛ ଧରିବା ଶିବିର ମଧ୍ୟରେ ପରିବହନ ଯୋଗାଉଥିବା ଫେରିଟି ପ୍ରବଳ ଢେଉରେ ଧକ୍କା […]

Read More Text.

କାଠ ଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଘଟଗାଁ: ପାରିବାରିକ କଳହରୁ କରୁଣ ପରିଣତି । କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏହି ଅଭିଯୋଗ । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଗତ ୧୦ ତାରିଖରେ ମୃତକ ଆନନ୍ଦ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ପରେ […]

Read More Text.

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍ ହାର ୬୩.୬୪%

କଟକ : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ୨୦୨୬ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ), ୨୦୨୬ର ଫଳାଫଳ ପ୍ରକାଶ ପାଇଛି ।  ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ୬୩.୬୪ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A2ରେ ୫, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ […]

Read More Text.

ସିଟିଟିସିଠାରେ ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ, ୧୬୨ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର — ଋତୁକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC) ଠାରେ ଏକ ବୃହତ୍ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ସିଟିଟିସି କର୍ତ୍ତୃପକ୍ଷଙ୍କ ସହଯୋଗରେ ଏବଂ କଟକ ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ଚିକିତ୍ସା ସହାୟତାରେ ଏହି ଶିବିର ସମ୍ପାଦିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୧୬୨ ୟୁନିଟ୍ ରକ୍ତ ସଂଗୃହିତ […]

Read More Text.

ସିଟିଟିସିଠାରେ ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ, ୧୬୨ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର — ଋତୁକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC) ଠାରେ ଏକ ବୃହତ୍ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ସିଟିଟିସି କର୍ତ୍ତୃପକ୍ଷଙ୍କ ସହଯୋଗରେ ଏବଂ କଟକ ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ଚିକିତ୍ସା ସହାୟତାରେ ଏହି ଶିବିର ସମ୍ପାଦିତ ହୋଇଥିଲା।ଏହି ଶିବିରରେ ସମୁଦାୟ ୧୬୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। […]

Read More Text.

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

ବାରିପଦା : ଦିନକୁ ଦିନ ଯୁବ ମହଲରେ ଅବସାଦ ଓ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ଯାହାକି ସାମାଜିକ କର୍ମି ମହଲରେ ଚିନ୍ତାର ବିଷୟ ପାଲଟିଛି ।  ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅଞ୍ଚଳର ଦୁବୁଲାବେଡା ଗ୍ରାମର  ବାଦଲ ପାତ୍ରର ରୋଜଗାରିଆ  ୨୪ ଵର୍ଷୀୟ ଭେଣ୍ଡିଆ ପୁଅ ସାଧୁ ପାତ୍ର ସୋମବାର ରାତିରେ ନିଜ ଘରେ ମାନସିକ ଭାରସାମ୍ୟ ହରାଇ ବେକରେ ଶାଢ଼ୀ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ […]

Read More Text.