୩ କୋଟିର ସରକାରୀ ପାଣ୍ଠି ଆତ୍ମସାତ; ଦୁଇ ପୂର୍ବତନ ଅଧିକାରୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ଦୁଇ ପୂର୍ବତନ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଗୁରୁବାର ଦିନ ଗିରଫ କରିଛି। ତିର୍ତ୍ତୋଲ ବ୍ଲକର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (SRA) ଏବଂ ବର୍ତ୍ତମାନ ନାଉଗାଁ ତହସିଲରେ SRA ଭାବରେ ନିଯୁକ୍ତ ଭଞ୍ଜ କିଶୋର ବେହେରା ଏବଂ ତିର୍ତ୍ତୋଲ ବ୍ଲକର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) (ବର୍ତ୍ତମାନ ଅବସରପ୍ରାପ୍ତ) ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ୩,୦୨,୯୫,୦୦୦ […]

Read More Text.
Cloud to ground lightning strikes south west of Wagga Wagga

ଚାର୍ଜ ବସାଇ ଦେଖୁଥିଲେ ଫୋନ; ବଜ୍ରପାତ ଘଟି ଚାଲିଗଲା ଜୀବନ

କୋରାପୁଟ : ଇୟର ଫୋନ୍ ଲଗାଇ ମୋବାଇଲ ଦେଖିବା ବେଳେ ବଜ୍ରାଘାତ । ଫଳରେ ନାବାଳକଙ୍କର ମୃତ୍ୟୁ ଘଟିଛି  । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଡାରେଙ୍ଗବା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୧୬ ବର୍ଷିୟ ଭାଗିରଥୀ ଶିଶା । ଗତକାଲି ସନ୍ଧ୍ୟାରେ ନନ୍ଦପୁର ଅଞ୍ଚରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା । ଏହି ସମୟରେ ଭାଗିରଥୀ ଫୋନ ଚାର୍ଜ କରିବା ସହ ଇୟରଫୋନ୍ ଲଗାଇଥିଲେ । ବଜ୍ରଘାତ ହେବାରୁ […]

Read More Text.

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ୩୨ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କର୍ମଶାଳା

ଶିଶୁ ବିଜ୍ଞାନୀମାନଙ୍କୁ ନୂତନ ଗବେଷଣା ମୁଖୀ କରାଇବାକୁ ପରାମର୍ ବାରିପଦା : ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଦିନିକିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିରନ୍ତରତା ପାଇଁ ବିଜ୍ଞାନ ଓ ନବସୃଜନ ବିଷୟ ବସ୍ତୁକୁ ନେଇ ଆୟୋଜିତ କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ କୁମାର ସିଂ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର‌୍ୟ୍ୟ ଉଦଘାଟନ କରିଥିଲେ । ଜାତୀୟ […]

Read More Text.

ମୟୂରଭଞ୍ଜ ଜିଲ୍ଲା ପୁଲିସ ତରଫରୁ ସ୍ଵତନ୍ତ୍ର ସାଇବର ସଚେତନତା ଶିବିର

  ବାରିପଦା : ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ସାଇବର ସଚେତନ କରିବାପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଶ୍ରୀଯୁକ୍ତ ବରୁଣ ଗୁଣ୍ଠୂପଲ୍ଲୀଙ୍କ ନିର୍ଦ୍ଦେଶରେ ଓ ମୟୂରଭଞ୍ଜ ଜିଲା ପୁଲିସ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର‌୍ୟ୍ୟନ୍ତ ବୁଧବାର ଦିନ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ସାଇବର ପୁଲିସ ଥାନା ପକ୍ଷରୁ ସ୍ଥାନୀୟ ବାରିପଦା ଊଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଚେତନତା […]

Read More Text.

 ବିଜେପି ତରଫରୁ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ଵହଳଦା ବ୍ଳକ ବିଜେପି ତରଫରୁ ହାରଘେର  ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ବୁଧବାର ପୂର୍ବାହ୍ନରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରିଷ୍ଠ ବିଜେପି ନେତା ମାଧବ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁନିଲ ମହାନ୍ତ, ବୁଲା ପଣ୍ଡା,ସମିର ମହାକୁଡ଼, ସନ୍ତୋଷ ମହାପାତ୍ର, ଶୁଭଜିତ ପାଲ, ରାଜେଶ ପାଲ, ରାତି ମଣ୍ଡଳ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି […]

Read More Text.

 ସ୍ୱାଧୀନତା ଦିବସ-୨୦୨୬ ନିମନ୍ତେ ଅଭ୍ୟାସ ପ୍ୟାରେଡ ଆରମ୍ଭ

ବାରିପଦା : ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ଠାରେ ଆଜିଠାରୁ ଅଭ୍ୟାସ ପ୍ୟାରେଡ ଆରମ୍ଭ ହୋଇଛି। ରାଇରଙ୍ଗପୁରରେ ଏକ ନୂତନ ପୁଲିସ ଜିଲ୍ଲା ଗଠନ ହେବାପରେ ଚଳିତ ବର୍ଷ ପ୍ରଥମ କରି ପୋଲିସ ଉଇଙ୍ଗସ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ଯାଉଛି ଏତଦବ୍ୟତୀତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପାଖାପାଖି ୨୭ ଟି ପ୍ୟାରେଡ ଦଳ ସ୍ୱାଧୀନତା ଦିବସରେ ଭାଗ ନେବେ। […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ହର ଘର ତିରଙ୍ଗା’ ଶୋଭାଯାତ୍ରା

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ନାତକୋତ୍ତର […]

Read More Text.
39 2 e1786550219305 300x181

ଖୁବ୍‌ଶୀଘ୍ର ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବଜାରକୁ ପଲିମର (ପ୍ଲାଷ୍ଟିକ୍) ନୋଟ୍‌ ଆସିବାକୁ ଯାଉଛି। ଏଥିପାଇଁ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷାମୂଳକ ଭାବେ ବଜାରକୁ ୨୦୦ କୋଟି ଟଙ୍କାର ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ଛଡାଯିବ। ବଜାରକୁ ପ୍ଲାଷ୍ଟିକ୍ ନୋଟ୍‌ ଛାଡିବା ଲାଗି ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯଦି ଏହି […]

Read More Text.

ପ୍ରମାଣିତ ହେଲା ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ‘କ୍ୟାସ୍ ଆଟ୍ ହୋମ୍’ ମାମଲାରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ତାଙ୍କ ବିରୋଧରେ ତଦନ୍ତ କରୁଥିବା ଲୋକସଭା ଦ୍ୱାରା ଗଠିତ ୩ ଜଣିଆ ତଦନ୍ତ କମିଟି ସମସ୍ତ ୩ଟି ଅଭିଯୋଗ ପ୍ରମାଣିତ ହୋଇଥିବା ନିଷ୍କର୍ଷରେ ପହଞ୍ଚିଛି । ବୁଧବାର ଏହି ତଦନ୍ତ ରିପୋର୍ଟ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇଛି । ୨୦୨୫ ମାର୍ଚ୍ଚ ୧୪ ତାରିଖରେ ସେତେବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ […]

Read More Text.

ଜିମ୍ବାୱେରେ ଡଙ୍ଗା ବୁଡି ୧୫ ମୃତ, ୨୭ ନିଖୋଜ

ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର କରିବା ସହର ଏବଂ ଅନେକ ଦ୍ୱୀପପୁଞ୍ଜ ଓ ମାଛ ଧରିବା ଶିବିର ମଧ୍ୟରେ ପରିବହନ ଯୋଗାଉଥିବା ଫେରିଟି ପ୍ରବଳ ଢେଉରେ ଧକ୍କା […]

Read More Text.