ସମ୍ଭାବ୍ୟ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ପରେ ପ୍ରତିକ୍ରିୟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ମନ୍ତ୍ରୀ କହିଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ […]

Read More Text.

ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌; ନେତା ସହ ୫ ଗିରଫ

ଢାକା : ବାଂଲାଦେଶରେ କୋମିଲା ଜିଲାରେ ଜଣେ ୨୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଯୁବତୀଙ୍କ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ ମଧ୍ୟ କରାଯାଇଛି । ଯୁବତୀଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି । ଘଟଣାର ଭିଡିଓ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାରେ ପୁଲିସ ବିଏନପିର ସ୍ଥାନୀୟ ନେତା ସମେତ […]

Read More Text.

ଉତ୍ତର ଓଡ଼ିଶାରେ ବଡ ବନ୍ୟାର ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି | ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତା ପରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାର ସ୍ଥିତି କିଛି ଏଭଳି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ | ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବିଗତ ଦିନରେ ପ୍ରବଳ ବର୍ଷା ହୋଇଛି | ଯାହା ଫଳରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି, ଏହି ତିନି […]

Read More Text.

ମୟୁରଭଞ୍ଜ ଜିଲ୍ଲା ସମେତ ଶିମିଳିପାଳ ର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତର ପରିମାଣ

ବାରିପଦା: ଗତକାଲି ମୟୁରଭଞ୍ଜ ଜିଲା ରେ ହୋଇଥିବା ପ୍ରବଳ ବୃଷ୍ଟିପାତ ଯୋଗୁଁ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳ ସମେତ ଶିମିଳିପାଳ ର ବିଭିନ୍ନ ଅଞ୍ଚଳରେ ବୃଷ୍ଟିର ପରିମାଣ ବୃଦ୍ଧିପାଇଅଛି । ଫଳରେ ବିଭିନ୍ନ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଅଛି । ରେକର୍ଡ କରାଯାଇଥିବା ବୃଷ୍ଟିର ପରିମାଣ ଅନୁସାରେ ଶିମିଳିପାଳ ର ଭଞବସା ଠାରେ ସର୍ବାଧିକ ୨୫୭.୮୧ ଏବଂ ଠାକୁରମୁଣ୍ଡା ଠାରେ ସର୍ବନିମ୍ନ ୮.୮୯ ମିଲିମିଟର ରେକର୍ଡ କରାଯାଇଅଛି । ସେହିପରି ଅନ୍ୟାନ୍ୟ ସ୍ଥାନ ଯଥା ରାମତୀର୍ଥ ୪୦.୧୩, […]

Read More Text.

ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂରତି

ପୁରୀ: ଘୋଷଯାତ୍ରାର ତୃତୀୟ ଦିବସରେ ଭକ୍ତିମୟ ପରିବେଶ ମଧ୍ୟରେ ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୋଟିଏ ଦିନ ବିଳମ୍ବରେ, ରବିବାର ସନ୍ଧ୍ୟାରେ ଗୋଟି ପହଣ୍ଡିରେ ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ଏହା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥ ଉପରେ ଶ୍ରୀବିଗ୍ରହଙ୍କର ସମସ୍ତ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ଏବଂ ମଧ୍ୟାହ୍ନଧୂପ ପରେ […]

Read More Text.

ବାରିପଦା ଜଳବନ୍ଦୀ: ପ୍ରଶାସନିକ ଅବହେଳା ଅଭିଯୋଗ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଭଞ୍ଜସେନା

ବାରିପଦା: ଲଗାଣ ବର୍ଷାରେ ବାରିପଦା ସହର ସମେତ ମୟୂରଭଞ୍ଜ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବିଭାଗୀୟ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛି ସାମାଜିକ ସଂଗଠନ ‘ଭଞ୍ଜସେନା’। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଏବଂ ଦାୟିତ୍ୱରେ ଥିବା ବିଭାଗଗୁଡ଼ିକୁ ସକ୍ରିୟ କରିବା ପାଇଁ ସଂଗଠନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଗତକାଲିଠାରୁ ଲାଗିରହିଥିବା ବର୍ଷା ଯୋଗୁଁ ପି.ଆର.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲ ପରିସର, ରାଜ୍ୟ ନଗର […]

Read More Text.

ପାଲବଣିରେ ମା ତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବାରିପଦା: ବାରିପଦା ସହରର  ପାଲବଣି ଠାରେ ପ୍ରସିଦ୍ଧ ମା ତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି।  ଶ୍ରୀକାନ୍ତ ବୋଷଙ୍କ ସହାୟତାରେ ଏବଂ ଉପସ୍ଥିତ ଭକ୍ତମାନଙ୍କ ସହଯୋଗରେ ମା ତାରିଣୀଙ୍କ ପୂଜାର୍ଚ୍ଚନା ସମାପନ ହୋଇଯାଇଛି। ଏଥିରେ  ସୁବାଷିଶ ବୋଷ ଓ ତାଙ୍କ ସହଧର୍ମିଣୀ  ମୋୖସୁମୀ ବୋଷ, ନନ୍ଦ କୁମାର ମହାପାତ୍ର, କାହ୍ନୁଚରଣ ବେହେରା, ଜଗବନ୍ଧୁ ମିଶ୍ର, ମହେଶ୍ୱର ବେହେରା, ସତ୍ୟଜିତ ପାଇନ୍, ମଦନମୋହନ ମାରାଣ୍ଡି, ସଂଯୁକ୍ତା ଦତ୍ତ, ସଂଯୁକ୍ତା ବେହେରା, ଆରତୀ ପାତ୍ର […]

Read More Text.

ଭକ୍ତି ଓ ଉତ୍ସାହରେ ପ୍ରକମ୍ପିତ ବଡ଼ଦାଣ୍ଡ: ବାରିପଦାରେ ଜନ୍ମବେଦୀରେ ପହଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାରେ ଉତ୍ସାହ, ଉଦ୍ଦୀପନା ଓ ଭକ୍ତିମୟ ପରିବେଶ ମଧ୍ୟରେ ଶେଷ ହୋଇଛି ଦୁଇଦିନିଆ ରଥଟଣା। ଅନୁକୂଳ ପାଗ ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ତିନି ରଥ ମାଉସୀ ମା’ ମନ୍ଦିର (ଜନ୍ମବେଦୀ) ନିକଟରେ ପହଞ୍ଚିଛି। ଗତକାଲି ପ୍ରବଳ ବର୍ଷା ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିବା ବେଳେ ମା’ ସୁଭଦ୍ରାଙ୍କ ରଥ ଟାଉନ ଥାନା […]

Read More Text.

ରାଜ୍ୟ ବିଜେପିର ସାଂଗଠନିକ କାର୍ଯ୍ୟକ୍ରମ ବନ୍ଦ, ସଭାପତି ନିର୍ବାଚନ ଘୁଞ୍ଚିଲା

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପିର ସଭାପତି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। କେବଳ ସଭାପତି ନିର୍ବାଚନ ନୁହେଁ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ହେବାକୁ ଥିବା ନିର୍ବାଚନକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଏନେଇ ସୂଚନା ଦେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ପୁରୀରେ ଘଟିଥିବା ଦୁର୍ଘଟଣା ପାଇଁ ଆମେ ସମସ୍ତେ ମର୍ମାହତ। ଏହି ଦୁଃଖଦ ସମୟରେ ଦଳ ନିଜର ସମସ୍ତ ସାଂଗଠନିକ ନିର୍ବାଚନ […]

Read More Text.

ରଥଯାତ୍ରା ସୁରକ୍ଷା ପାଇଁ ମଙ୍ଗ ଧରିବେ ADG ସୌମେନ୍ଦ୍ର

କଟକ: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ଦୁର୍ଘଟଣା ପରେ ରାଜ୍ୟ ସରକାର ଏକ ବଡ଼ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଚଳିତ ବର୍ଷ ରଥଯାତ୍ରାର ସୁରକ୍ଷା ଓ ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏଥିସହ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନୂଆ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି […]

Read More Text.