ଶରଧାବାଲି ଦଳାଚକଟା: ଗଜପତି ମହାରାଜଙ୍କ ଗଭୀର ଶୋକ, ବ୍ୟାପକ ତଦନ୍ତ ପାଇଁ କଲେ ନିବେଦନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଶନିବାର ରାତିରେ ଘଟିଥିବା ଦଳାଚକଟା ଘଟଣାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ଖବରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ମର୍ମାହତ ହୋଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଗଜପତି ମହାରାଜ ନିଜର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରାର୍ଥନା କରିଛନ୍ତି। ଏଥିସହିତ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଗଜପତି ମହାରାଜ […]

Read More Text.

ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ। ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ମଧ୍ୟ ଅଛନ୍ତି। ଏଥି ସହିତ ଇଡ଼କୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଵିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ ରାଜ୍ୟପାଳଙ୍କ ସଚିବ ଭାବେ କାର୍ଯ୍ୟ କରିଛନ୍ତି।

Read More Text.

ତୃଣମୂଳ କଂଗ୍ରେସରେ କନ୍ଦଳ ଚରମରେ: ମହୁଆଙ୍କୁ କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ଆକ୍ଷେପ

ନୂଆଦିଲ୍ଲୀ: କୋଲକାତା ଆଇନ କଲେଜ ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଥିବା ବିବାଦ ଏବେ ପଦାରେ ପଡ଼ିଛି। ଦଳର ଦୁଇ ବରିଷ୍ଠ ସାଂସଦ ମହୁଆ ମୋଇତ୍ରା ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛି। ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସାଂସଦ ମହୁଆ ମୋଇତ୍ରା, କଲ୍ୟାଣ ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, “ଭାରତରେ ମହିଳାଙ୍କ ପ୍ରତି ଘୃଣା ମନୋଭାବ ଦଳମତ ନିର୍ବିଶେଷରେ ରହିଛି, କିନ୍ତୁ ଟିଏମସି ଏଭଳି […]

Read More Text.

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଆସନ୍ତାକାଲି, ଅର୍ଥାତ୍ ଜୁନ୍ ୩୦, ୨୦୨୪ (ସୋମବାର) ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣା ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି ମଧ୍ୟରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ୟୁନିଟ୍-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ପରିସରରେ […]

Read More Text.

“ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରନ୍ତୁ ନାହିଁ”: ବସ୍ତି ଭଙ୍ଗାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସ୍ତି ଭଙ୍ଗାକୁ ବିରୋଧ କରି ଆମ ଆଦମୀ ପାର୍ଟି (ଆପ୍) ଆଜି ଜନ୍ତର ମନ୍ତରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ବିଜେପି ମାତ୍ର ୫ ମାସ ମଧ୍ୟରେ ଗରିବ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ସେ କହିଛନ୍ତି, […]

Read More Text.

“ପୂର୍ବ ଅଭିଜ୍ଞତାକୁ ନେଇ କାମ କରିବି”: ଦାୟିତ୍ୱ ନେବା ପରେ କହିଲେ ପୁରୀର ନୂଆ ଏସ୍‌ପି ପିନାକ ମିଶ୍ର

ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ କ୍ରମରେ ପୁରୀର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର। ଦାୟିତ୍ୱ ନେବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, “ମୋର ପୂର୍ବରୁ ଥିବା ଛୋଟ ଅଭିଜ୍ଞତାକୁ କାମରେ ଲଗାଇବି। ମହାପ୍ରଭୁ ମୋତେ ଓ ମୋ ଟିମ୍‌କୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, […]

Read More Text.

ପୁରୀ ଅଘଟଣ ଏକ ଗମ୍ଭୀର ଚେତାବନୀ”: ରାହୁଲ ଗାନ୍ଧୀ କହିଲେ, ଦାୟିତ୍ୱରେ ତ୍ରୁଟି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହି ଅଘଟଣାକୁ ଏକ ‘ଗମ୍ଭୀର ଚେତାବନୀ’ ଭାବେ ବର୍ଣ୍ଣନା କରି ରାହୁଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଗମ୍ଭୀରତାର […]

Read More Text.

କ୍ତଙ୍କ ପାଇଁ ଜରୁରୀ ସୂଚନା: ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ

ବଡ଼କୋଟ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ ଯମୁନୋତ୍ରୀ ଜାତୀୟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ବନ୍ଦ ରହିଛି। ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ଏହି ସୂଚନା ଦେଇଛନ୍ତି। ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି କ୍ରମରେ ହରିଦ୍ୱାର, ଋଷିକେଶ, ଶ୍ରୀନଗର, […]

Read More Text.

IAS ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଡ଼ ପରିଚାଳନାରେ ବିଫଳତା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି। ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ନୂଆ ଏସ୍‌ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ […]

Read More Text.

ବଢୁଛି ଜଳକା, ବଢୁଛି ଚିନ୍ତା: ମଥାନୀଠାରେ ଜଳସ୍ତର ବିପଦ ସଙ୍କେତ ଉପରେ, ପ୍ରଶାସନ ସଜାଗ

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ଫୁଲିବାରେ ଲାଗିଛି। ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି। ଗତ ଦୁଇ ଦିନ ଧରି ବାଲେଶ୍ୱର ଏବଂ ଏହାର ଉପରମୁଣ୍ଡରେ ଥିବା ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡ଼ା […]

Read More Text.