ସ୍କୁଲ ଛାତରୁ ଗଳିଲା ପ୍ଲାଷ୍ଟର, ସୁନିଶ୍ଚିତ ବିପଦରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ଆଗରପଡ଼ା :ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନଥିବା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟ ଠାରେ । ସୂଚନା […]

Read More Text.

ବିଜେପିରୁ ଟି.ରାଜା ସିଂହଙ୍କ ଇସ୍ତଫା

ହାଇଦ୍ରାବାଦ : ତେଲେଙ୍ଗାନାର କଠୋରପନ୍ଥୀ ନେତା ଏବଂ ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତେଲେଙ୍ଗାନା ବିଜେପି ନେତୃତ୍ୱ ସହିତ ତାଙ୍କର ଗତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏନ. ରାମଚନ୍ଦ୍ର ରାଓଙ୍କ ନାମ ଉପରେ ବିଜେପି ହାଇକମାଣ୍ଡ ସହମତ ହୋଇଛନ୍ତି, ଯାହା ତାଙ୍କୁ କ୍ରୋଧିତ କରିଛି। କୁହାଯାଉଛି ଯେ ଏଥିରେ କ୍ରୋଧିତ ହୋଇ ସେ ରାଜ୍ୟ ସଭାପତି ଜି. କିଶନ […]

Read More Text.

ଯୁଗ୍ମ ନିର୍ଦେଶକଙ୍କ ଘରେ ଚଢ଼ାଉ, ୬୩ ଏକର ଜମି ସହ ବିପୁଳ ସମ୍ପତ୍ତି ଠାବ

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୟାନିଧିଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି। ୬୩ ଏକର ଜମି, ୫୫ ଲକ୍ଷର ଜମାରାଶି ସାଙ୍ଗକୁ ବିଭିନ୍ନ ସହରରେ କୋଠା ରହିଥିବା ଜଣାପଡ଼ିଛି। ଦୟାନିଧିଙ୍କର ୮ଟି ଠିକଣାରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ଵର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଥିବା ଘରେ ଚଢ଼ାଉ […]

Read More Text.

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼, ଦୁର୍ବୃତ୍ତଙ୍କ ଗିରଫ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ମାଡ଼  ।  ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ମାଡ଼ ମରା ପ୍ରତିବାଦରେ ବିଏମ୍ସି ଅଧିକାରୀ ଓ କର୍ମଚାରୀ ଧାରଣାରେ ବସିଛନ୍ତି । […]

Read More Text.

ମଣିପୁର: ଚୁରାଚାନ୍ଦପୁରରେ ୪ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ଫାଲ ୩୦।୬: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ସୋମବାର ଅଜ୍ଞାତ ବନ୍ଧୁକଧାରୀ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କୁହାଯାଉଛି ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟଷ୍କା ମହିଳା ମଧ୍ୟ ଅଛନ୍ତି। ପୋଲିସ ଅନୁସାରେ ଏହି ଗୁଳିକାଣ୍ଡ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ ହୋଇଛି। ଅପରାହ୍ନ ପ୍ରାୟ ୨ଟା ବେଳେ ଘଟିଥିବା ଏହି ଘଟଣାର ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ମୃତକମାନେ ଏକ କାରରେ ଯାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ପୂର୍ବରୁ ଛକି […]

Read More Text.

ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍‌ ଲାପ୍ସ ଯିବନି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସରକାର ୧୯ ଲକ୍ଷ ମେଟ୍ରିକ୍‌ ଟନ୍‌ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ କିଣା ଯାଇଥିଲା । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍‌ କରିବାକୁ ପଡ଼ିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । […]

Read More Text.

ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍

ନୂଆଦିଲ୍ଲୀ: ମହାକାଶରୁ ଶତ୍ରୁକୁ ଜଗିବ ଭାରତ । ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍।  ଶତ୍ରୁ ଦେଶରର ଗତିବିଧି ଉପରେ ରଖିବ ନଜର। ଅପରେସନ୍ ସିନ୍ଦୁର ସମୟରେ ଭାରତର ଇଲେକ୍ଟ୍ରୋନିକ୍ ଯୁଦ୍ଧ ସରଞ୍ଜାମ, ସିଗ୍ନାଲ ଜାମିଂ ଏବଂ ରାଡାର ଟେକ୍ନୋଲୋଜି ଦେଖିଥିଲା ସାରା ବିଶ୍ୱ। ୨୨ ମିନିଟ୍ ପାଇଁ ପାକିସ୍ତାନର ପ୍ରତିରକ୍ଷା ପ୍ରତିଷ୍ଠାନର ସମ୍ପୂର୍ଣ୍ଣ ସିଗ୍ନାଲକୁ ଜାମ୍ କରିଦେଇଥିଲା ଭାରତ। ପାକିସ୍ତାନରର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ବାୟୁସେନା। ଭାରତର ମିଲିଟାରୀ ସାଟେଲାଇଟ ମହାକାଶରେ ଥିବାରୁ ଏହା ସମ୍ଭବ […]

Read More Text.

ନକଲି ସସ୍ କାରଖାନା ଠାବ, ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍‌ ଲଗାଇ ହେଉଥିଲା ବିକ୍ରି

ବ୍ରହ୍ମପୁର : ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢାଉ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ବିତୀୟ ଲାଇନରେ ଥିବା ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ପରେ ଚଡାଉ କରିଛି ପୋଲିସ । ଗତକାଲି କାରଖାନର ମାଲିକ ନଥିବା ଯୋଗୁ କେବଳ ବାହାରପଟୁ କାରଖାନାକୁ ସିଲ୍ କରାଯାଇଥିଲା । ଆଜି ମାଲିକ ଫେରିବା ପରେ ଚଢାଉ କରି କାରଖାନାରେ ରହିଥିବା ସସ୍ […]

Read More Text.

ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ମାଓବାଦୀ ନିହତ

ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ମାଓବାଦୀ ନିହତ । ବାଲିଗୁଡା ଥାନା ଗୁମିକିଆ ପଂଚାୟତର ଇନ୍ଦ୍ରିସୁଗା ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଦୁଇ ମାଓବାଦୀ ନିହତ ଥିବା ସୂଚନା ମିଳିଛି । ବାଲିଗୁଡା ଥାନା ଗୁମିକିଆ ପଂଚାୟତର ଇନ୍ଦ୍ରିସୁଗା ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉକ୍ତ ଜଙ୍ଗଲ ରେ […]

Read More Text.

ଓମାନ ଯାଉଥିବା ଜାହାଜରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ସହାୟତା କଲା ଭାରତୀୟ ନୌସେନା

କାଣ୍ଡଲା ୩୦।୬: ଗୁଜରାଟର କାଣ୍ଡଲା ବନ୍ଦରରୁ ଓମାନର ସିନାସ ଯାଉଥିବା ଏମଟି ୟି ଚେଙ୍ଗ-୬ ଜାହାଜରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଓମାନ ଉପସାଗରରେ ହୋଇଛି। ଜାହାଜ ଇଞ୍ଜିନ ରୁମରେ ନିଆଁ ଲାଗିଯିବା ଯୋଗୁ ସାରା ଜାହାଜରେ ବିଦ୍ୟତ ଯୋଗାଣ ବାଧିତ ହୋଇଛି। ଜାହାଜରୁ ଡିଷ୍ଟ୍ରେସ୍ ସିଗ୍ନାଲ ମିଳିବା ପରେ ଭାରତୀୟ ନୌସେନାର ଆଇଏନଏସ ତବର ତୁରନ୍ତ ପ୍ରତିକ୍ରିୟା ଦେଇଛି। ଏମଟି ୟି ଚାଙ୍ଗ-୬ର ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ଅଛନ୍ତି। ଆଇଏନଏସ୍ ତବରରୁ […]

Read More Text.