File photo of bjd leader pramila mallick 300x186

ପ୍ରମିଳା ମଲ୍ଲିକଙ୍କ ଘରେ ତୁଙ୍ଗ ବିଜେଡି ନେତାଙ୍କ ବୈଠକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଜିଲାରେ କିଭଳି ସଂଗଠନ ଆଗକୁ ବଢିବ, ଜିଲା ସଭାପତି କିଏ ହେବ, ଯୁବ ସଭାପତି କିଏ ହେବ, ଛାତ୍ର ସଭାପତି କିଏ ହେବ ଏବଂ ଜିଲା କମିଟିରେ କିଏ […]

Read More Text.
10 1 e1767624165847 300x168

ଭିଜିଲାନ୍ସ ଜାଲରେ ଦୁଇ ଲାଞ୍ଚୁଆ ଅଧିକାରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି । ସହକାରୀ ନିର୍ବାହ ଯନ୍ତ୍ରୀ ହରେକୃଷ୍ଣ ସିଂହ ୩୨ହଜାର ଲାଞ୍ଚ ଏବଂ ଜୁନିଅର ଇଞ୍ଜିନିୟର ସୁବ୍ରତ ମହାନ୍ତି ୨୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖବର ପାଇ […]

Read More Text.

ମହିଳା ବିଡିଓଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରାଜନଗର ସରପଞ୍ଚ ସଂଘ

ରାଜନଗର : ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ ।  ଆକ୍ରମଣର ୪ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।  ଏହାର ପ୍ରତିବାଦରେ ଆଜି ବ୍ଲକ ଅଫିସରେ ତାଲା ପକାଇ କାର୍ଯ୍ୟବନ୍ଦ କରିଛି ରାଜନଗର ସରପଞ୍ଚ ସଂଘ ।  ବ୍ଲକ ଅଫିସରେ ତାଲାପଡ଼ିବା ଫଳରେ ସରକାରୀ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗତ ଶୁକ୍ରବାର ଦିନ ମହିଳା ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଉପରେ ବିଜେପି ନେତା ଲଳିତ ବେହରା ଓ […]

Read More Text.
Image 2026 01 04t121126.113 300x172

ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ ନିଲମ୍ବିତ

କଟକ : ନିଲମ୍ବିତ ହେଲେ ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ ।  ବିଜୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି ।  ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ।  ଲାଞ୍ଚ କାରବାରରେ ସଂପୃକ୍ତ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ।  ନିଲମ୍ବନ ସମୟରେ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବିଜୟ । ଭିଜିଲାନ୍ସ ଲାଞ୍ଚ ମାମଲାରେ ଗିରଫ ହେବା ପରେ ଆଜି କଟକ ସହରର CRRI ପୋଲିସ ଷ୍ଟେସନର ଇନସପେକ୍ଟର-ଇନଚାର୍ଜ (IIC) […]

Read More Text.
Tiger in similipal national india tour operator 750x430 1 1 1

ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ଆଉ ଦୁଇ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ପରେ ଏବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଦେବ୍ରିଗଡ ଅଭୟାରଣ୍ୟରେ ବୃଦ୍ଧି ହେବ ବାଘ ସଂଖ୍ୟା । ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ, ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି । ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ […]

Read More Text.
Screenshot 2026 01 05 132224 e1767599752918

ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ…

ପୁରୀ: ପୁରୀର ଐତିହାସିକ ରାଜପ୍ରାସାଦ ଶ୍ରୀନଅରରେ ସୋମବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ ଏହି ଦିବ୍ୟ ଅଭିଷେକ ରୀତି ପାଳନ କରାଯାଇଥାଏ ଯାହାକି ତାଙ୍କର ସ୍ଥିତିକୁ ସୁଦୃଢ଼ କରିଥାଏ। ତେବେ ଏହା ଶହଶହ ବର୍ଷ ପୁରୁଣା ପରମ୍ପରା। ଯାହା ମହାରାଜାଙ୍କ ଭୂମିକାକୁ ଦେବତାଙ୍କ ଜୀବନ୍ତ ପ୍ରତିନିଧି ଭାବରେ ଉଜାଗର କରିଥାଏ ଓ “ଚଳନ୍ତି […]

Read More Text.

ଭୋଜି କରିବାକୁ ଯାଇ ନାବାଳକ ନିଖୋଜ, ୨ ସାଙ୍ଗ ଅଟକ

ବାଲୁଗାଁ : ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ନାବାଳକ ନିଖୋଜ । ଦୁଇ ସାଙ୍ଗ ଅଟକ । ବାଲୁଗାଁ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବେଲପଡା ପୋଖରୀ ନିକଟରୁ ମିଳିଛି ନାବାଳକଙ୍କ ଚପଲ ଓ ସାର୍ଟ । ଏନେଇ ନାବାଳକଙ୍କ ମାଆ ବାଣପୁର ଥାନାରେ ଏତଲା ଦେଇଛନ୍ତି । ନିଖୋଜ ନାବାଳକ ହେଲେ ବାଣପୁର ଥାନା ଝିଣ୍ଟିକାପଲି ଗାଁର ଚିନ୍ମୟ ପରିଡ଼ା । ବାଲୁଗାଁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି […]

Read More Text.
Waterfall

ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ବୁଡ଼ି ଯୁବକ ମୃତ

ଗଜପତି: ଜଳପ୍ରପାତରେ ବୁଡ଼ିଗଲେ ଯୁବକ। ୧୮ ଘଣ୍ଟା ପରେ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ଅଘଟଣ ଘଟିଛି । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ଗତକାଲି କିଛି ଯୁବକ ମିଶି ପିକନିକ୍ କରିବାକୁ ଆସିଥିଲେ । ସାଙ୍ଗମାନଙ୍କ ସହ ଜଳପ୍ରପାତରେ ଗାଧୋଇବାବେଳେ ବୁଡିଯାଇଥିଲେ ସତୀଶ । ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା।   ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମବାହିନୀ।

Read More Text.
Screenshot 2026 01 05 141123 750x430

ଆକ୍ସନ ମୋଡରେ ପ୍ରଶାସନ; ଆମ ବସରେ ବସି ସ୍ଥିତି ପରଖିଲେ ପରିବହନ କମିଶନର

ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ ପରିବହନ କମିଶନର ଅମିତାଭ ଠାକୁର। ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ […]

Read More Text.
Navodaya school gurujang

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ; ପହଞ୍ଚିଲେ ୱାଟକୋ ଓ ମେଡିକାଲ ଟିମ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଛନ୍ତି। ସେହିପରି ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରିପୋର୍ଟ ଏଯାବତ୍ ଆସିନାହିଁ। ଯଦିଓ ସେମାନଙ୍କୁ ମଧ୍ୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି। ଭାଇସ ପ୍ରିନ୍ସିପଲ୍ ଏନ […]

Read More Text.