Img 20250725 wa0175

ନୃତ୍ୟ ଶିଳ୍ପୀ ବର୍ଣ୍ଣରୂପାଙ୍କୁ ଗାନ୍ଧର୍ବ କଳା ସମ୍ମାନ 

ବାରିପଦା- ବିଶିଷ୍ଟ ଛଉ ନୃତ୍ୟ ଶିଳ୍ପୀ ଓ ଗୁରୁ ବର୍ଣ୍ଣରୁପା ମହାନ୍ତି ଗାନ୍ଧର୍ବ କଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି l ଓଡିଶା କଳାକାର ଙ୍କ ସ୍ୱର ପକ୍ଷରୁ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ଠାରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କୃତୀ କଳାକାର ଙ୍କୁ ସମ୍ନାନିତ କରା ଯାଇଥିବା ବେଳେ ଛଉ ନୃତ୍ୟ କୁ ବର୍ଣ୍ଣରୂପା ଙ୍କ ବିଶେଷ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରା ଯାଇଛି l ଅନୁଷ୍ଠାନ ର ଅଧ୍ୟକ୍ଷ […]

Read More Text.
Photo2 for the news of abhyantarina abhiyog committee

କନ୍ତିଆରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କର୍ମଶାଳା

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି( ଓମମ) ପକ୍ଷରୁ ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ନିର୍ଯାତନା ଆଇନ ସମ୍ବନ୍ଧୀୟ ସଚେତନତା ଓ ନିବାରଣ ସମ୍ପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ୟୁଜିସି ପକ୍ଷରୁ […]

Read More Text.
Photo1 for the news of society

ଚାଇଁପୁର ସେବା ସମବାୟ ସମିତି ବନ୍ଦ ପ୍ରସଙ୍ଗ, ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦର ପ୍ରୟାସ

ବସନ୍ତିଆ ସୋସାଇଟିି ସହ ସଂପାଦକଙ୍କୁ ଚାଇଁପୁର ସୋସାଇଟି ସଂପାଦକ ଦାଇତ୍ୱ ଆଗରପଡ଼ା :୩ ମାସର ଅଚଳାବସ୍ଥାପରେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଇ ଶେଷରେ ଡିଆରସିଏସ,ଭଦ୍ରକ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୯୩୧/୨୪.୦୭.୨୫ରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଂଜୀକରଣ ଚାଲୁଥିବାରୁ ଚାଷୀଙ୍କ ବିହୀତ ସ୍ୱାର୍ଥକୁ ଆଖିଆଗରେ ରଖି ବସନ୍ତିଆ ସମବାୟ ସମିତି ସହ ସଂପାଦକଙ୍କୁ ଚାଇଁପୁର ସମବାୟ ସମିତି ସଂପାଦକ ଦାଇତ୍ୱ ଅର୍ପଣ କରିବା ସହିତ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରେ […]

Read More Text.
Panchayatiraj minister rabi nara

୨୦୨୫ରେ ସରିବ ପାନୀୟ ଜଳ ପ୍ରକଳ୍ପ, ଜଳଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ୧୮ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି । ଅଗଷ୍ଟରେ ୨୧, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବରରେ ୨୨ଟି ପ୍ରକଳ୍ପ ଶେଷ ହେବ ବୋଲି […]

Read More Text.
Rwe

୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ

କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ।  ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ ସୌରଭ ତ୍ରିପାଠୀ। ଏକ ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସାର୍ଟିଫିକେଟ ଦେଉ ନଥିଲେ ସୌରଭ ତ୍ରିପାଠୀ । ହିତାଧିକାରୀ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ୨୦୨୪ ମାର୍ଚ୍ଚ ମାସରେ ଚାକିରୀରେ ଯୋଗ ଦେଇଥିଲେ ସୌରଭ ତ୍ରିପାଠୀ।

Read More Text.
Met

ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ପାଖକୁ କୌଣସି ପ୍ରସ୍ତାବ ଯାଇନାହିଁ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଗଡ଼ିବା ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଛି ତାହା ସତ ବୋଲି ପ୍ରମାଣିତ ହୋଇଛି | ବାସ୍ତବରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ | ସଂସଦରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ | ମନ୍ତ୍ରୀଙ୍କ କହିବା କଥା ଯେ କେନ୍ଦ୍ର ସରକାରଙ୍କ ପାଖକୁ ୧୭ଟି ପ୍ରସ୍ତାବ ବିଭିନ୍ନ ରାଜ୍ୟରୁ […]

Read More Text.
Buna

ବୁଣାକାର ଶ୍ରମିକଙ୍କ ପାଇଁ ଖୁସି ଖବର; ଭତ୍ତା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢ଼ିଲା ବୁଣାକାର ଶ୍ରମିକଙ୍କ ଭତ୍ତା । ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ତେବେ ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ, ଆଜି ଲୋକସେବା ଭବନ କନଭେନସନ ହଲ୍‌ ରେ ଶୁଭାରମ୍ଭ ହୋଇଯାଇଛି ‘ଓଡ଼ିଶା ଟେକ୍ସ ୨୦୨୫’ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଗୋଟି ଟେକ୍ସଟାଇଲ୍ ଓ ଆପାରେଲ୍ ପାର୍କର […]

Read More Text.
France 1068x601

ଆମେରିକା ଓ ଇସ୍ରାଏଲକୁ ବଡ଼ ଝଟକା ଦେଲା ଫ୍ରାନ୍ସ

ଆମେରିକା ଏବଂ ଇସ୍ରାଏଲକୁ ଏକ ବଡ଼ ଝଟ୍‌କା ଦେଇଛି ଫ୍ରାନ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଏକ ଘୋଷଣା ଆରେମିକାର ନିଦ ହଜାଇ ଦେଇଛି। କେବଳ ଏତିକି ନୁହେଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବି ଚିନ୍ତାରେ ପଡ଼ି ଯାଇଛନ୍ତି। ଯେଉଁଥିପାଇଁ ସେ ଫ୍ରାନ୍ସକୁ ଧମକ ଦେବାକୁ ବି ପଛାଇ ନାହାନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ କହିଛନ୍ତି ଯେ, ତାଙ୍କ ଦେଶ ପାଲେଷ୍ଟାଇନକୁ ଏକ ଦେଶ ରୂପେ ମାନ୍ୟତା ଦେବାକୁ ଯାଉଛି। ଚଳିତବର୍ଷ ସେପ୍ଟେମ୍ବର ମାସରେ ଫ୍ରାନ୍ସ […]

Read More Text.
B

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆଦିଲ୍ଲୀ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି  ଅବସରରେ ମନମୋହନ ସାମଲ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ବିଜେପି ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ମଧ୍ୟ ଉପସ୍ଥିତ ଥିଲେ।

Read More Text.
Screenshot 2025 07 25 143255 750

ଜୁଆ ଆଡ୍ଡା ଉପରେ ଚଢାଉ: ୧୯ ଗିରଫ

ଗଞ୍ଜାମ: ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା। ହଠାତ ଚଢଉ କଲା ପୋଲିସ। ଏହା ଘଟଣାରେ ୧୯ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୪ ଲକ୍ଷ ୪ ହଜାର ଟଙ୍କା ସହ ୨ ଟି କାର୍, ୫ ଟି ବାଇକ୍, ୧୯ ଟି ମୋବାଇଲ ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତରଫ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟରେ […]

Read More Text.