Photo2 for the news of abhyantarina abhiyog committee

କନ୍ତିଆରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କର୍ମଶାଳା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି( ଓମମ) ପକ୍ଷରୁ ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ନିର୍ଯାତନା ଆଇନ ସମ୍ବନ୍ଧୀୟ ସଚେତନତା ଓ ନିବାରଣ ସମ୍ପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ୟୁଜିସି ପକ୍ଷରୁ ଜାରି ନିୟମକୁ କଡାକଡି ପାଳନ କରିବା ସହିତ ଓଉଉ କାର୍ଯ୍ୟାଧାରାକୁ ବାସ୍ତବ ରୂପାୟନ ନିମନ୍ତେ ଗୁରୁତ୍ୱାରୋପ କରାଯାଇଛି । କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ଦାଶ, ସଦସ୍ୟ ଅଧ୍ୟାପକ ସୁବାସ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ବେହେରା, ଅଧ୍ୟାପିକା ଦେବଯାନୀ ପଣ୍ଡା,ଅଧ୍ୟାପକ ସୁଶାନ୍ତ କୁମାର ବେହେରାଙ୍କ ସମେତ ମହାବିଦ୍ୟାଳୟ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁସାରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନା ସହିତ ସଂଯୋଜିକା ଭାବରେ ଅଧ୍ୟାପିକା ଦେବଯାନୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ ।