Rahul

ଆମ ସରକାର ସମୟରେ ଜାତିଗତ ଜନଗଣନା ନ କରିବା ଭୁଲ ଥିଲା : ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର (୨୫ ଜୁଲାଇ, ୨୦୨୫) କହିଛନ୍ତି ଯେ ତାଙ୍କ ଦଳ କ୍ଷମତାରେ ଥିବା ସମୟରେ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା, କିନ୍ତୁ ଏବେ ସେ ଏହି ଭୁଲକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଜାତିଗତ ଜନଗଣନା ପ୍ରସଙ୍ଗ ଏକ ରାଜନୈତିକ ଭୂମିକମ୍ପ ଯାହା ଦେଶର ରାଜନୈତିକ ଭୂମିକୁ ଦୋହଲାଇ ଦେଇଛି। କଂଗ୍ରେସର ‘ଓବିସି ଭାଗୀଦାରୀ ନ୍ୟାୟ ସମ୍ମିଳନୀ’କୁ […]

Read More Text.
Hirakuda 2

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ଲଗାଣ ବର୍ଷାରେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଲା । ଏବେ ମୋଟ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୮ଟି ଓ ଡାହାଣ ପଟରେ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଛି ।  ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯ ଘନଫୁଟ ରହିଛି । ସୂଚନାନୁଯାୟୀ, ଗତକାଲି ଅର୍ଥାତ୍‌ ଗୁରୁବାର ସୁଦ୍ଧା ମୋଟ୍ ୮ଟି ଗେଟ୍ ନେଇ ବନ୍ୟା […]

Read More Text.
Image 2025 07 25t154927.324

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କାର୍ଯ୍ୟରେ ଯୋଗଦେଲେ ପୁରୀର ନୂଆ ଜିଲ୍ଲାପାଳ

ପୁରୀ: ପୁରୀର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ଦିବ୍ୟ ଜ୍ୟୋତି ପରିଡା । କାର୍ଯ୍ୟରେ ଯୋଗଦାନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର […]

Read More Text.
8f7eab62 fdb8 11ea 8138 f17bb4c2

ପୁଣି ତଳମୁହାଁ ହେଲା ସେୟାର ମାର୍କେଟ; ସେନ୍‌ସେକ୍ସ ୭୦୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ଲଗାତାର ଭାବେ ସେୟାର୍‌ ବଜାର ହ୍ରାସ ହେବା‌ରେ ଲାଗିଛି। ସେନ୍‌ସେକ୍ସ ୭୨୦ରୁ ଅଧିକ ପଏଣ୍ଟ୍‌ ହ୍ରାସ ପାଇଛି। ଯେତେବେଳେ କି ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇଛି। ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇ ୨୪୮୩୭ରେ ବନ୍ଦ୍‌ ହୋଇଛି। ବିଏସଇ ସେନ୍‌ସେକ୍ସର କଥା କହିବା ତ ଟପ୍‌ ୩୦ରୁ କେବଳ ଏକମାତ୍ର ସେୟାର୍‌ ଉପରମୁହାଁ ରହିଛି। ବାକି ସବୁ ତଳମୁହାଁ। ଏମମାତ୍ର ସନ୍‌ଫାର୍ମାକୁ ଛାଡ଼ି ଦେଲେ ବାକି କେଉଁଟିର ଅବସ୍ଥା ଭଲ ନାହିଁ। ସବୁଠାରୁ ବେଶି […]

Read More Text.
Rw

ଓଡ଼ିଶା ଟେକ୍ସର ଶୁଭାରମ୍ଭ; ଓଡ଼ିଶାର ବସ୍ତ୍ର ସମଗ୍ର ଦେଶରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଶୁକ୍ରବାର ଲୋକସେବା ଭବନରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଗୋଟି ଟେକ୍ସଟାଇଲ୍ ଓ ଆପାରେଲ୍ ପାର୍କର ଉଦଘାଟନ କରିଛନ୍ତି । କଟକ, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର ଏବଂ ଗଞ୍ଜାମ ଜିଲ୍ଲାରେ ଟେକ୍ସଟାଇଲ ପାର୍କ ଉଦଘାଟିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୧୦ […]

Read More Text.
Air

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ଜୟପୁର: ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ଜରୁରୀ ଅବତରଣ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ବିମାନକୁ ଶନିଦଶା ଲାଗିଛି କି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କାରଣ ୨୦୨୫ ଜୁନ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଉଡ଼ିବାର କିଛି ସମୟରେ ପରେ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ […]

Read More Text.
Polo d

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି : ଲଗାଣ ବର୍ଷାରେ ବୁଡ଼ିଲା ପୋଲ । କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି । କାଲିମେଳାରୁ ପଡିଆ ଅଞ୍ଚଳକୁ ଯାତାୟାତ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ପୋଟେରୁ, mv90,ପାଙ୍ଗାମ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ […]

Read More Text.
Image 2025 07 25t144154.177

ଉନ୍ନତ ପ୍ରଯୁକ୍ତିବିଦ୍ୟା ଦ୍ବାରା ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ହ୍ରାସ କରିଛି

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଷ୍ଟିଲ ଉଦ୍ୟୋଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ରୁ ଅଧିକ ହ୍ରାସ ଆଣିବା ସହିତ ଏହାର ପରିବେଶଗତ ପ୍ରଭାବ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ଲାଣ୍ଟରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଏବଂ ଅତ୍ୟାଧୁନିକ […]

Read More Text.
T 2025 07 25 16 42 09

ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଯବାନ ସହିଦ୍, ୨ ଆହତ

ନୂଆଦିଲ୍ଲୀ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ। ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଭାରତୀୟ ସେନାର ଜଣେ ଯବାନ ସହିଦ୍ ହୋଇଛନ୍ତି। ଜାଟ୍ ରେଜିମେଣ୍ଟର ଜଣେ ସୈନିକ (ଅଗ୍ନିବୀର)ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଜେସିଓ ଏବଂ ଜଣେ ସୈନିକ ଆହତ ହୋଇଛନ୍ତି। ଆହତ ସୈନିକମାନଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଉଧମପୁରର ସେନା ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, […]

Read More Text.
Note f

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ

ଜୟପୁର:  ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ରେଞ୍ଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ କରାଯାଉଛି । ରେଞ୍ଜରଙ୍କୁ ଘରୁ ମିଳିଲା ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଓ ଅଧ କେଜି ସୁନା କଏନ। ଜୟପୁର ଓ ଭୁନେଶ୍ବରର […]

Read More Text.