IMG 20260830 WA0257

ବିଜେପି ତରଫରୁ ସନ୍ଥ ଶିରୋମଣି ରବି ଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ବାରିପଦା : ସନ୍ଥ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ଵହଳଦା ମା’ କିଚକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ‘ ସମରସତା ସଙ୍କଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟ ବକ୍ତା କବି ବିଷ୍ଣୁ ଶତପଥି, ଵିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ନବିନ ରାମ, ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ଏସି ସେଲ ଜିଲ୍ଲା ସଭାପତି ସୁବାସ ଵେହେରା ,ବରିଷ୍ଠ ବିଜେପି  ନେତା ଜୟନ୍ତ ମହାପାତ୍ର, […]

Read More Text.

ସିପିଆଇର ସେପ୍ଟେମ୍ବର ୧ ଦିଲ୍ଲୀ ପରିବର୍ତ୍ତନ ମହାସମାବେଶ ଓ ୮ ରେ ରାଜ୍ୟ କନଭେନସନ ପାଇଁ ପଦଯାତ୍ରା 

ବାରିପଦା : ସମଗ୍ର ଦେଶରେ ଦେଖାଦେଇଥିବା ଅହେତୁକ ଦରବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଶ୍ରମିକ – କୃଷକମାରଣ ନୀତି, ଉତ୍କଟ ବେକାରୀ ସମସ୍ୟା, ଶିକ୍ଷା – ସ୍ବାସ୍ଥ୍ୟସେବାର ଅଧୋଗତି, ମହିଳା – ସାଧାରଣ ଲୋକଙ୍କ ଉପରେ କ୍ରମ ବର୍ଦ୍ଧିଷ୍ଣୁ ଅତ୍ୟାଚାର,ଘୃଣା, ହିଂସା ଓ ଭିଡ଼ ହତ୍ୟା, ସମ୍ବିଧାନର ମୂଲ୍ୟବୋଧର ସୁରକ୍ଷା, ନିର୍ବାଚନ ସଂସ୍କାର, ସାମାଜିକ ସୁରକ୍ଷା ଯୋଜନାରେ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ବନ୍ୟା ପ୍ରପୀଡ଼ିତ ଜନତା ଓ ଚାଷୀଙ୍କ ସମସ୍ୟା ଇତ୍ୟାଦି ନେଇ […]

Read More Text.

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାରିପଦାରେ ସାଇକ୍ଲୋଥନ୍ ଆୟୋଜିତ

ବାରିପଦା :  ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ସହିତ ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଫିଟନେସ୍‌ ପ୍ରତି ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦାରେ ଏକ ସାଇକ୍ଲୋଥନ୍‌ ଆୟୋଜିତ ହୋଇଥିଲା । ବାରିପଦା ଷ୍ଟାଡିୟମ୍‌ଠାରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ୍‌କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ହେମକାନ୍ତ ସୟ୍ ଏବଂ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।   […]

Read More Text.
IMG 20260830 WA0218

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦ୍‌ଯାପିତ

ବାରିପଦା : ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ବାରିପଦା ଇଣ୍ଡୋର୍ ଷ୍ଟାଡିୟମ୍‌ରେ ଆୟୋଜିତ ଲେଭେଲ୍-୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଏବଂ ଆନ୍ତଃବିଭାଗୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଛି ।  ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ  ଦୁଃଖବନ୍ଧୁ ନାୟକ ଏବଂ ଅନ୍ୟତମ  ଅତିରିକ୍ତ ଜିଲ୍ଲାପାଳ  ଇଶ୍ୱର ଚନ୍ଦ୍ର ନାଏକ ଅତିଥି ଭାବରେ ଯୋଗଦେଇଥିଲେ । ଉଭୟ ଅତିରିକ୍ତ ଜିଲ୍ଲାପାଳ ଫାଇନାଲ୍ […]

Read More Text.
Modi1

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନ ସରକାର ଓ ଦେଶବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ସମ୍ମାନକୁ ସେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଥିବା ଦୃଢ଼ ଓ ଅତୁଟ ସମ୍ପର୍କକୁ ସମର୍ପିତ କରିଛନ୍ତି । […]

Read More Text.
Nepal Flood

୭୦୦ ଛୁଇଁଲା ନେପାଳ ମୃତ୍ୟୁ ସଂଖ୍ୟା, ସଢ଼ୁଛି ଶବ; ମିଳୁନି ପରିଚୟ, ଏବେବି ୩୦୦୦ ନିଖୋଜ

କାଠମାଣ୍ଡୁ: ନେପାଳ ବନ୍ୟାର ଭୟାବହତା ବିଶ୍ବବାସୀଙ୍କ ହୃଦୟକୁ ଥରାଇ ଦେଇଛି। ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ନଦୀ ଅବବାହିକାର ଦୁଇ ପାର୍ଶ୍ବରେ ଘର କରିଥିବା ଅନେକ ଲୋକ ପ୍ରକୃତି କୋପରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରକୃତିର ଏହି ରୌଦ୍ର ରୂପକୁ ଯିଏ ଦେଖୁଛି, ସିଏ ଭୟରେ ଥରି ଯାଉଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ମାଟି ତଳୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରୁଛନ୍ତି। ଅବଶେଷ ତଳୁ ଜୀବନ ଖୋଜା ଚାଲିିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। […]

Read More Text.

ବିଜେପି ହାତ ଧରିବେ ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ !

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ‘ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି’ (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯଦି ଏହି କଳ୍ପନାଜଳ୍ପନା ସତ ହୁଏ, ତେବେ ରାଜ୍ୟରେ ଏହା ଏକ ବଡ଼ ରାଜନୈତିକ ଭୂକମ୍ପ ସୃଷ୍ଟି କରିବ ଏବଂ ଶାସକ ମେଣ୍ଟର ଗଣିତକୁ […]

Read More Text.

ଆରକ୍ଷଣକୁ ନେଇ NDA ମେଣ୍ଟରେ ମତଭେଦ, ମୁହାଁମୁହିଁ ଦୁଇ ମନ୍ତ୍ରୀ, ପରସ୍ପରଙ୍କ ଇସ୍ତଫା ଦାବି…

ନୂଆଦିଲ୍ଲୀ: ଆରକ୍ଷଣ ନୀତିକୁ ନେଇ ଏନ୍‌ଡିଏ (NDA) ମେଣ୍ଟରେ ମତଭେଦ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ୍ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ସେକ୍ୟୁଲାର) ନେତା ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାର ଜବାବରେ ମାଞ୍ଝୀ ମଧ୍ୟ ଚିରାଗଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ବିବାଦ ଆହୁରି ତୀବ୍ର ହୋଇଛି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଏଭଳି ଖୋଲାଖୋଲି ମତଭେଦ NDAରେ ବିରଳ। ତେଣୁ ଏହି ଘଟଣାକୁ […]

Read More Text.

ଟଙ୍କା ପାଇଁ ବାପାଙ୍କୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

ବାଙ୍ଗିରିପୋଷି : ଟଙ୍କା ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ ।  ଟଙ୍କା ନଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ  ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମୃତକ ବାପା ସାର କିଣିବା ପାଇଁ ଟଙ୍କା ରଖିଥିଲେ । ପୁଅ ସୁମନ୍ତ ଦେହୁରୀ ବାପାଙ୍କୁ ଟଙ୍କା ମାଗିଥିଲେ । ବାପା ଟଙ୍କା ଦେବାକୁ ମନା କରିବାରୁ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ […]

Read More Text.

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେ । ଆଜି ସକାଳ ୫ ଘଣ୍ଟା ସମୟରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ କାର୍ଯ୍ୟ ତୁଲାଇ ଥିଲେ । ସେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ୧୯୬୭,୧୯୭୧, ୧୯୮୫ ମସିହାରେ କୋଡିଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୭ ଓ ୧୯୮୦ […]

Read More Text.