୨୦ ହଜାର ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଲହୁଣୀପଡ଼ା ଥାନାର ଜଣେ ASI ମଦନ ମୋହନ ପ୍ରଧାନଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକଙ୍କ ସହିତ ଜଣେ ଭୋଜନାଳୟ ମାଲିକଙ୍କଠାରୁ ୨୦,୦୦୦ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ପୂର୍ବ ଯୋଜନା ମୁତାବକ ASI ଏବଂ ସହଯୋଗୀ ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ଅଧିକାରୀ ମାନେ ଘଟଣାସ୍ଥଳରୁ ୨୦,୦୦୦ ଲାଞ୍ଚ ରାଶି ଜବତ […]

Read More Text.

ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ 

ବାରିପଦା : ଓଡ଼ିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ୬୫ତମ ବରିଷ୍ଠ ପୁରୁଷ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟାନସିପ “ସାହାଣୀ କପ” ସେପ୍ଟେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ଜଣାଇଛନ୍ତି I ଏହି ଅବସରରେ ମୟୁରଭଞ୍ଜ ଦଳ ପାଇଁ ଚୟନ ପ୍ରକ୍ରିୟା ସେପ୍ଟେମ୍ବର ମାସ ୫ ତାରିଖରେ ବାରିପଦା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର […]

Read More Text.
IMG 20260829 WA0422

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ

ବାରିପଦା : ଓଡିଶା ପ୍ରତ୍ନତତ୍ତ୍ୱ ଗବେଷଣାର ଜନକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଐତିହାସିକ, ସାହିତ୍ୟିକ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ୧୩୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମରେ ପୂଜ୍ୟ ପୂଜାର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମେ ମୟୂରଭଞ୍ଜିଆର ଆହ୍ୱାନ କ୍ରମେ ଅଗଷ୍ଟ  ୨୯ ସକାଳେ ଦେଉଳସାହି ଠାରେ ଥିବା ସ୍ବର୍ଗତଃ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଂସ୍କୃତି ପ୍ରେମୀମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ପରେ ପରେ […]

Read More Text.

ନେପାଳରେ ଫସିଥିବା ୧୦୦ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାରପାଟନା: ହଠାତ୍ ବନ୍ୟା ଯୋଗୁଁ ନେପାଳରେ ଫସି ରହିଥିବା ପ୍ରାୟ ୧୦୦ ଜଣ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ବିହାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ପରେ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ଟ୍ରେନ ଯୋଗେ ଘରକୁ ପଠାଯାଇଥିଲା। ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ ପରେ ବିହାର ସରକାରଙ୍କ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ବିହାର ସରକାର କହିଛନ୍ତି ଯେ, ମାନବିକତା ଓ କରୁଣା ଭିତ୍ତିରେ ଏହି ପ୍ରୟାସ କରାଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବଙ୍କ ନିରନ୍ତର ତତ୍ତ୍ୱାବଧାନରେ ସୀତାମାଢ଼ି ଜିଲ୍ଲା ପ୍ରଶାସନ ଅଗଷ୍ଟ ୨୮ ତାରିଖରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସମନ୍ୱୟ ରଖି ଅଧିକାରୀମାନେ ସମସ୍ତ ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ସୀତାମାଢ଼ି ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ।  ପ୍ରଶାସନ ସୀତାମାଢ଼ିରେ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ବ୍ୟବସ୍ଥା କରିଥିଲା। ପରେ ତୀର୍ଥଯାତ୍ରୀମାନଙ୍କୁ ସୀତାମାଢ଼ିରୁ ପାଟନା ଅଣାଯାଇଥିଲା। ଶୁକ୍ରବାର-ଶନିବାର ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ରାଜଧାନୀ ପାଟନାରେ ପହଞ୍ଚିଥିଲେ। ପାଟନା ଜିଲ୍ଲା ପ୍ରଶାସନ ସେମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିଥିଲା, ଯେଉଁଠାରେ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଥିଲା। ସେହି ରାତିରେ ଡାକ୍ତରୀ ଯାଞ୍ଚ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା। ତୀର୍ଥଯାତ୍ରୀମାନଙ୍କ ଫେରିବା ଯାତ୍ରାକୁ ସହଜ କରିବା ପାଇଁ ବିହାର ସରକାର ନୂଆଦିଲ୍ଲୀର ରେଳ ବୋର୍ଡ ସହିତ ସମନ୍ୱୟ ସ୍ଥାପନ କରିଥିଲେ। ବିହାର ମୁଖ୍ୟ ସଚିବ ଓ ରେଳ ବୋର୍ଡର ଅଧ୍ୟକ୍ଷଙ୍କ ମଧ୍ୟରେ ସମନ୍ୱୟ ପରେ ପାଟନା-ପୂର୍ଣ୍ଣା ଏକ୍ସପ୍ରେସରେ ଦୁଇଟି ଅତିରିକ୍ତ କୋଚ୍ ସଂଯୋଗ କରାଯାଇଥିଲା। ସ୍ୱତନ୍ତ୍ର ବ୍ୟବସ୍ଥା ଅଧୀନରେ ଅଗଷ୍ଟ ୨୯ ତାରିଖ ସକାଳ ପ୍ରାୟ ୭ଟା ୩୦ ମିନିଟ ସମୟରେ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଟ୍ରେନ ଯୋଗେ ମହାରାଷ୍ଟ୍ର ପଠାଯାଇଥିଲା। ସୁରକ୍ଷିତ ଭାବରେ ସେମାନଙ୍କ ଗୃହ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ତୀର୍ଥଯାତ୍ରୀମାନେ ବିହାର ସରକାର, ସୀତାମାଢ଼ି ଓ ପାଟନା ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ପାଟନା: ହଠାତ୍ ବନ୍ୟା ଯୋଗୁଁ ନେପାଳରେ ଫସି ରହିଥିବା ପ୍ରାୟ ୧୦୦ ଜଣ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ବିହାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ପରେ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ଟ୍ରେନ ଯୋଗେ ଘରକୁ ପଠାଯାଇଥିଲା। ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ ପରେ ବିହାର ସରକାରଙ୍କ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ବିହାର ସରକାର କହିଛନ୍ତି ଯେ, ମାନବିକତା ଓ କରୁଣା ଭିତ୍ତିରେ ଏହି ପ୍ରୟାସ କରାଯାଇଥିଲା। ବିହାର […]

Read More Text.

ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୨୭ ମୃତ

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷର ଆକ୍ରମଣ । ଫଳରେ ବୁଚା ଜିଲ୍ଲାରେ ରୁଷ ଆକ୍ରମଣରେ ୨୭ ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ତିମୁର ଟକାଚେଙ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଘର ଓ ରେଷ୍ଟୋରାଣ୍ଟକୁ ବ୍ୟାପିଯାଇଥିଲା । ତେବେ ଲଗାତାର ଆକ୍ରମଣ ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି । ଏହାପୂର୍ବରୁ ଶୁକ୍ରବାର […]

Read More Text.

ବିଚ୍‌ ରାସ୍ତାରେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବୁର୍ଲା: ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ। ଦୁର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। ସମ୍ବଲପୁରର ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି । ମୁଣ୍ଡ, ଛାତି ଓ ପେଟରେ ଗୁଳି ବାଜିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନିଶ୍ ଜମି କାରବାର କରୁଥିଲେ। ଏହା ହତ୍ୟାର କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ସୂଚନା […]

Read More Text.

ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ଆସବାବପତ୍ର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ଓ ଆସବାବପତ୍ର ପୋଡ଼ି ଯାଇଛି। ନିଆଁ ଲାଗିବା ନେଇ ସୂଚନା ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ […]

Read More Text.

ଅନୁଗୁଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ : ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କରୁଛି ୫ ଜଣିଆ ବିଶେଷଜ୍ଞ ଟିମ୍

ଅନୁଗୁଳ : ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ବ୍ୟାପିଲା ସ୍କ୍ରବ୍ ଟାଇଫସ୍ ଭୟ । ରୋଗରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଗାଁର ସୁମନ୍ତ ସେଠୀ । ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ […]

Read More Text.

ଆଦିବାସୀ ଛାତ୍ରୀଙ୍କୁ ମେଡ଼ିକାଲ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା’ ଖେରଓ୍ବାଳ ଜୁମିଦ୍ ସଂଗଠନ’

ବାରିପଦା: ବଣ ମଲ୍ଲୀ ଯେଉଁଠାରେ ଥିଲେ ବି ତାର ସୁରଭି ଚତୁର୍ଦ୍ଦିଗ ବାସେ ।କଠିନ ପରିଶ୍ରମ, ଇଛାଶକ୍ତି, ପିତା,ମାତା,ଗୁରୁଙ୍କ ଆଶୀର୍ବାଦ କେବେ ବି ନିଷ୍ଫଳ ହୁଏ ନାହିଁ ।ଶିମିଳିପାଳରେ ପାଦଦେଶ ତଥା ବିଶୋଇ ବ୍ଳକର ନୂଆଗାଁ ପଞ୍ଚାୟତ ଅଞ୍ଚଳର ସାନଜାମବିଲା ଗ୍ରାମର ଆଦିବାସି ଦିନ ମଜୁରିଆ ର ଝିଅ ଶିଖା ମାଝି ବିଶୋଇ ବ୍ଳକର ବାଢୁଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ  ଯୁକ୍ତ ୨ ବିଜ୍ଞାନରେ ସଫଳତାର ସହ ଉତ୍ତିର୍ଣ ହୋଇ ପ୍ରଥମ ପ୍ରଚେଷ୍ଟାରେ ନିଟ୍ […]

Read More Text.

ସଖୀ କଲେକ୍ସନ ଶାଢ଼ୀ ପ୍ରଦର୍ଶନୀ ଉଦଘାଟିତ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବୁଦ୍ଧିଖମାରୀରେ ଚାରି ଗୃହିଣୀ ମିଶି ଏକ ଶାଢ଼ୀ ପ୍ରଦର୍ଶନୀର ଆୟୋଜନ କରିଛନ୍ତି I ଆଗାମୀ ପାର୍ବଣ ଋତୁକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳର ଚାରି ଗୃହିଣୀ ଦେବଦାସୀ ମଣ୍ଡଳ, ଶ୍ଵେତା ମହାନ୍ତି, ଦିବ୍ୟାଭାରତୀ ସାହୁ ଓ ଅନୁପମା ବେହେରା ମିଶି “ସଖୀ କଲେକ୍ସନ” ନାମରେ ଏହି ପ୍ରଦର୍ଶନୀର ଆୟୋଜନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପ୍ରଦର୍ଶନୀକୁ ଉଦଘାଟନ କରିବା […]

Read More Text.