ବାଣ ଗୋଦାମରେ ବିସ୍ଫୋରଣ, ୭ ମୃତ, ଜଳିଗଲା ଅନେକ ଘର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୌଶାମ୍ବୀରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସକାଳ ୧୧ଟା ସମୟରେ ଭୟଙ୍କର ବିସ୍ଫୋରଣ ହେବାରୁ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ପ୍ରଭାବରେ ଆଖପାଖରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଛ । ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପିପରି ଥାନା ଓ […]

Read More Text.

ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍‌ କୋର୍ଟର ରାୟକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ:ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍‌ସ୍ଥିତ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତର କହିବା ଅନୁଯାୟୀ, ଏହି ତଥାକଥିତ ମଧ୍ୟସ୍ଥତା କୋର୍ଟର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଚୁକ୍ତିନାମା ସ୍ଥଗିତ ରଖିବା ନେଇ ଭାରତର ନିଷ୍ପତ୍ତି ଉପରେ ମଧ୍ୟ ଏହି ସଂସ୍ଥା ହସ୍ତକ୍ଷେପ କରିପାରିବ ନାହିଁ ବୋଲି ନୂଆଦିଲ୍ଲୀ କହିଛି। ସୋମବାର ମଧ୍ୟସ୍ଥତା କୋର୍ଟ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କିତ ଅନ୍ତରୀଣ ପଦକ୍ଷେପ ଓ […]

Read More Text.
Nepal

୯୦୦ ଟପିଲା ନେପାଳ ମୃତ୍ୟୁ ସଂଖ୍ୟା, ଏବେ ବି ୪,୨୪୭ ନିଖୋଜ

ନେପାଳ : ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ଅନେକ ଅଞ୍ଚଳରେ ପାଣି ବଢିବା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଛି । ରବିବାର ଦିନ ଅନେକ ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ୯,୪୩୫ ଲୋକଙ୍କୁ […]

Read More Text.

କୈଳାସ ଯାତ୍ରାରେ ଭୟଙ୍କର ବନ୍ୟା, ୭୭ ତୀର୍ଥଯାତ୍ରୀ ନିଖୋଜ

ନେପାଳ: କୈଳାସ ଯାତ୍ରାରେ ଯାଇଥିବା ଇଶା ଫାଉଣ୍ଡେସନର ତୀର୍ଥଯାତ୍ରୀଙ୍କୁ ନେଇ ବଢ଼ିଛି ଚିନ୍ତା । ଚୀନ୍-ନେପାଳ ସୀମାନ୍ତ ହିମାଳୟ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଇଶା ଫାଉଣ୍ଡେସନର ୭୭ ଜଣ ତୀର୍ଥଯାତ୍ରୀଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି । ସେମାନେ କେଉଁଠି ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି କି ନାହିଁ, ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏହାରି ଭିତରେ ସେହି ଭୟଙ୍କର ଦିନର ଘଟଣାକୁ ନେଇ ସଦ୍ ଗୁରୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି […]

Read More Text.

୨ କୋଟି ଟଙ୍କାର ସୁନା ଋଣ ଜାଲିଆତି: ବ୍ୟାଙ୍କ ମ୍ୟାନେଜର ଗିରଫ

ବାଲେଶ୍ବର: ସୁନାଋଣ ପ୍ରଦାନରେ ଜାଲିଆତି ଅଭିଯୋଗରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅର୍ଥନୈତିକ ଶାଖା ବାଲେଶ୍ୱର ଜିଲା ଜୋଡା ୟୁନିଅନ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ତାଙ୍କ ନାମରେ ପ୍ରାୟ ୨ କୋଟି ୧୨ ଲକ୍ଷ ଟଙ୍କା ସୁନା ଋଣ ହେରଫେର ଅଭିଯୋଗ ରହିଛି । ବାଲେଶ୍ୱରସ୍ଥିତ ୟୁନିଅନ ବ୍ୟାଙ୍କ ଆଂଚଳିକ ମହାପ୍ରବନ୍ଧକ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ପଟ୍ଟନାୟକଙ୍କ […]

Read More Text.
IG V

ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଭୁବନେଶ୍ୱେର : ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ। କିଛି ସମୟ ଧରି କ୍ୟାନ୍ସରରେ […]

Read More Text.
Screenshot 2026 08 31 130034 750x430

ଢେଙ୍କାନାଳ ଜିଲ୍ଲାରେ ଖୋଲିଲା ରାଜ୍ୟର ତୃତୀୟ ଚାଉଳ ATM, ଉଦ୍‌ଘାଟନ କଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ: ଓଡ଼ିଶାର ତୃତୀୟ ଚାଉଳ ATM (Grain ATM) ଢେଙ୍କାନାଳ ଜିଲ୍ଲାରେ ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳରେ ଖୋଲିଛି ଚାଉଳ ATM। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏଭଳି ATM […]

Read More Text.
IMG 20260830 WA0229

ବାରିପଦା ବ୍ଲକସ୍ତରୀୟ ଭାଷାଭିତ୍ତିକ କାର୍ଯ୍ୟକ୍ରମ “ଉଡାନ – ୩” ଅନୁଷ୍ଠିତ 

ବାରିପଦା : ବାରିପଦା ବ୍ଲକ ଅନ୍ତର୍ଗତ ବାଙ୍କିଶୋଳ କ୍ଲଷ୍ଟରର କଇଁଫୁଲିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଭାଷାଭିତ୍ତିକ କାର୍ଯ୍ୟକ୍ରମ “ଉଡାନ – ୩” ଅନୁଷ୍ଠିତ ହୋଇଯାଇଛି I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଅନୁଜା ମାଧୁରୀ ଦାସ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୌଳିକ ଭାଷାଜ୍ଞାନର ବିକାଶ କ୍ଷେତ୍ରରେ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଅତିରିକ୍ତ […]

Read More Text.
IMG 20260830 WA0257

ବିଜେପି ତରଫରୁ ସନ୍ଥ ଶିରୋମଣି ରବି ଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ବାରିପଦା : ସନ୍ଥ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ଵହଳଦା ମା’ କିଚକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ‘ ସମରସତା ସଙ୍କଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟ ବକ୍ତା କବି ବିଷ୍ଣୁ ଶତପଥି, ଵିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ନବିନ ରାମ, ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ଏସି ସେଲ ଜିଲ୍ଲା ସଭାପତି ସୁବାସ ଵେହେରା ,ବରିଷ୍ଠ ବିଜେପି  ନେତା ଜୟନ୍ତ ମହାପାତ୍ର, […]

Read More Text.

ସିପିଆଇର ସେପ୍ଟେମ୍ବର ୧ ଦିଲ୍ଲୀ ପରିବର୍ତ୍ତନ ମହାସମାବେଶ ଓ ୮ ରେ ରାଜ୍ୟ କନଭେନସନ ପାଇଁ ପଦଯାତ୍ରା 

ବାରିପଦା : ସମଗ୍ର ଦେଶରେ ଦେଖାଦେଇଥିବା ଅହେତୁକ ଦରବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଶ୍ରମିକ – କୃଷକମାରଣ ନୀତି, ଉତ୍କଟ ବେକାରୀ ସମସ୍ୟା, ଶିକ୍ଷା – ସ୍ବାସ୍ଥ୍ୟସେବାର ଅଧୋଗତି, ମହିଳା – ସାଧାରଣ ଲୋକଙ୍କ ଉପରେ କ୍ରମ ବର୍ଦ୍ଧିଷ୍ଣୁ ଅତ୍ୟାଚାର,ଘୃଣା, ହିଂସା ଓ ଭିଡ଼ ହତ୍ୟା, ସମ୍ବିଧାନର ମୂଲ୍ୟବୋଧର ସୁରକ୍ଷା, ନିର୍ବାଚନ ସଂସ୍କାର, ସାମାଜିକ ସୁରକ୍ଷା ଯୋଜନାରେ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ବନ୍ୟା ପ୍ରପୀଡ଼ିତ ଜନତା ଓ ଚାଷୀଙ୍କ ସମସ୍ୟା ଇତ୍ୟାଦି ନେଇ […]

Read More Text.