ଯୁଦ୍ଧ ରୋକିବାକୁ ପାକିସ୍ତାନରେ ବଡ଼ ବୈଠକ, ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍, ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଇସଲାମାବାଦରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସୟଦ ଅସୀମ ମୁନୀର ଏବଂ ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଉପସ୍ଥିତ ଥିଲେ। ଯୁଦ୍ଧ ରୋକିବାକୁ ପାକିସ୍ତାନରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଆମେରିକା-ଇରାନ ମଧ୍ୟରେ ଶାନ୍ତି ପାଇଁ ପାକିସ୍ତାନରେ ବଡ଼ ବୈଠକ । […]

Read More Text.

ବେଆଇନ ଗୋଦାମ ଉପରେ ଚଢ଼ାଉ, ୫୦୦ ଏଲପିଜି ସିଲିଣ୍ଡର ଜବତ

କଟକ:୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ । ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋରେ ଏକ ବେଆଇନ ଗୋଦାମ ଉପରେ ପୁଲିସ୍‌, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଚଢାଉ କରାଯାଇଥିଲା। ଫୁଲନଖରା-ନିଆଳି ରାଜ୍ୟ ରାଜପଥ ୬୦ ପାର୍ଶ୍ୱରେ ଏକ ଘରୁ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ ବଣ୍ଟନ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କଟକ ଗ୍ରାମାଞ୍ଚଳ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

Read More Text.
Bhitarkanika park

କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ମନା

ରାଜନଗର : ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର । ଏହାର ମୁଖ୍ୟ କାରଣ ହେଲା ବଉଳା କୁମ୍ଭୀରଙ୍କ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସିଡିଓଇ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଅନୁସ୍ଥାପନ କାର୍ଯ୍ୟକ୍ରମ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁସ୍ଥାପନ (ଇଣ୍ଡକ୍ସନ୍) କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ନିଜ ବକ୍ତବ୍ୟରେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୂରବର୍ତ୍ତୀ ଶିକ୍ଷା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ […]

Read More Text.

ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା କରି ହେବନି ଆଧାର କାର୍ଡରେ ଠିକଣା ଅପଡେଟ୍

ନୂଆଦିଲ୍ଲୀ : ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ୍ କରି ହେବ ନାହିଁ। ଫଳରେ ବ୍ୟାଙ୍କିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ। ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ। ଏହି ସମସ୍ୟାର ସମାଧାନ ପାଇଁ, ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ନୂତନ ସୁବିଧା ଆରମ୍ଭ କରିଛି। ନୂତନ ନିୟମ ଅନୁଯାୟୀ, ବ୍ୟକ୍ତିମାନେ ଏବେ ପରିବାର ମୁଖ୍ୟଙ୍କ ସମ୍ମତିରେ ସେମାନଙ୍କର ଆଧାର କାର୍ଡରେ ଠିକଣା ଅପଡେଟ୍ […]

Read More Text.

ଆପ୍ ରାଜନୀତିରେ ଝଡ଼, ବିଜେପିରେ ମିଶିଲେ ୭ ସାଂସଦ

ନୂଆଦିଲ୍ଲୀ : ଆପ୍ ରାଜନୀତିରେ ଝଡ଼ । ଆମ ଆଦମୀ ପାର୍ଟିର ବଡ଼ ଧରଣର ବିଭାଜନ । ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହନି ଏବଂ ସ୍ୱାତି ମାଲିୱାଲ। ଆଜି ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ଉପସ୍ଥିତିରେ ଦିଲ୍ଲୀ ବିଜେପି ପାର୍ଟି ଅଫିସ ଯାଇ ସାମିଲ ହୋଇଛନ୍ତି ରାଘବ ଚଢାଙ୍କ ସହ ଅଶୋକ […]

Read More Text.
Revanth reddy

ମନ୍ତ୍ରୀ ଓ ବିଧାୟକଙ୍କ କଟିବ ଅଧା ଦରମା, ତେଲଙ୍ଗାନା ସରକାରଙ୍କ ଐତିହାସିକ ନିଷ୍ପତ୍ତି !

ତେଲଙ୍ଗାନା : ତେଲଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଅଧା ଦରମା କାଟି ଦିଆଯିବ । ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପେନସନ ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ତେଲଙ୍ଗାନା କ୍ୟାବିନେଟ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ନେତ୍ତ୍ବରେ ଏହି ନିଷ୍ପତ୍ତି ନେଇଛି । ଏଥିରେ ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କ ବେତରର ୫୦ % କାଟିଦିଆଯିବ ବୋଲି କୁହାଯାଇଛି । ତେବେ ଏବେ କେବେ ଠାରୁ ଲାଗୁ […]

Read More Text.

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ତାଙ୍କ ପରିବାରକୁ ହତ୍ୟା ଧମକ, ଜଣେ ଗିରଫ

ମୁମ୍ବାଇ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ନାଗପୁର ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି । ପୋଲିସ କହିବା ମୁତାବକ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀର ନାଙ୍ଗଲୋଇ ନିବାସୀ ସୁମିତ କୁମାର ଚୌହ୍ବାନ ନାଗପୁର କୌଣସି ବ୍ୟକ୍ତିଗତ କାମରେ ଯାଇଥିଲେ । ନାଗପୁରର ୟଶବନ୍ତ ଷ୍ଟାଡିୟମ ଅଞ୍ଚଳରେ ଥିବା ବେଳେ ସେ ଫେସବୁକରେ […]

Read More Text.

ଖରା ଛୁଟିରେ ଅନଲାଇନ୍ କ୍ଲାସ୍ ପାଇଁ ରୋଡ୍ ମ୍ୟାପ୍ , DEOମାନଙ୍କୁ ନେଇ OSCPCR ର କର୍ମଶାଳା

ଭୁବନେଶ୍ୱେର : ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ । ସମସ୍ତ ଜିଲ୍ଲାର DEO ମାନଙ୍କୁ ନେଇ OSCPCR ପକ୍ଷରୁ ଆରମ୍ଭ ହୋଇଛି କର୍ମଶାଳା । ଯେଉଁଠି ପିଲାଙ୍କୁ ସାଇବର ବିପଦରୁ କିପରି ବର୍ତ୍ତିବେ । କିପରି ଜାଣିବେ କଣ ରହିଛି ଡିଜିଟାଲ ଅଧିକାର । ଭର୍ଚୁଆଲ […]

Read More Text.

ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି । ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି ।  ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ।  ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ […]

Read More Text.