ବିଜେପି ସମର୍ଥକଙ୍କୁ ଏହି ଅପିଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୫ ତାରିଖରେ ମତଦାନ ହେବ ଏବଂ ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ସମୟରେ, ଆମ ଆଦମୀ ପାର୍ଟି ମୁଖ୍ୟ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେପି ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି। ଭିଡିଓ ଜାରି କରି ସେ କହିଛନ୍ତି, “କିଛି ଦିନ ପୂର୍ବେ ମୁଁ ଜଣେ ବିଜେପି ସମର୍ଥକଙ୍କୁ ଭେଟିଥିଲି, ସେ ଅରବିନ୍ଦ […]

Read More Text.

ବାପାର ମୃତଦେହ ନେଇ ଫେରିବା ବେଳେ ଦୁର୍ଘଟଣା: ପୁଅ, ଜ୍ୱାଇଁ ସହ ୩ ମୃତ

ଭଦ୍ରକ: ଡମ୍ଫରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଲିଗଲା ୩ ଜୀବନ। ଜଣେ ଗୁରୁତର। ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ଡମ୍ଫରକୁ ପଛରୁ ଆମ୍ବୁଲାନ୍ସ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଛି। । ବାପାଙ୍କ ମୃତଦେହ ନେଇ ଫେରୁଥିବାବେଳେ ଅଘଟଣ । ପୁଅ, ଭିଣୋଇ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ବୋହୂ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ସମସ୍ତ ମୃତାହତ ବାଲେଶ୍ୱର ଭୋଗରାଇ ଅଞ୍ଚଳର ବୋଲି ଜଣାପଡିଛି। ଭୁବନେଶ୍ୱରର ଏକ ମେଡିକାଲରୁ ବାପାଙ୍କ […]

Read More Text.

୬.୮୧ ଲକ୍ଷ କୋଟିକୁ ବଢିଲା ପ୍ରତିରକ୍ଷା ବଜେଟ୍

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ। ଏହି ରାଶି ଦେଶର ଆନୁମାନିକ ଜିଡିପିର ୧.୯୧ ପ୍ରତିଶତ। ୬.୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ମଧ୍ୟରୁ ୧.୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ପାଇଁ ଆବଣ୍ଟନ କରାଯାଇଛି। ଅର୍ଥାତ ଏହି ଅର୍ଥନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଜାହାଜ […]

Read More Text.

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ୮ନକ୍ସଲ ନିପାତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ଏନକାଉଣ୍ଟରରେ ୮ ନକ୍ସଲ ନିପାତ । ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଗାଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚରେ ହୋଇଥିବା ଏହି ଏନକାଉଣ୍ଟରରେ  ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏସଟିଏଫ( STF), ଡିଆରଜି (DRG) ଏବଂ ସିଆରପିଏଫ (CRPF) ଯବାନଙ୍କ […]

Read More Text.

୧୩ରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ

ଛତ୍ରପୁର : ପୁନର୍ଗଠନ ଆଳରେ ଓଡିଶାରେ ୨୫ ଵର୍ଷ ଧରି ଜୀବିକା ମିଶନ ଓ ୧୧ ଵର୍ଷ ଧରି ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଲକ୍ଷାଧିକ କାର୍ଯ୍ୟକାରୀ ସଦସ୍ୟଙ୍କୁ ଛଟେଇ କରିବା ଯୋଜନା ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଜିଲାରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିକ୍ଷୋଭ ପୁର୍ବରୁ ବିରାଟ ଶୋଭାଯାତ୍ରା ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଵାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ନିଖିଳ ଓଡ଼ିଶା ଜୀବିକା […]

Read More Text.

ଏ ବଜେଟ୍ ମଧ୍ୟବିତ୍ତଙ୍କ ପକେଟ ଭରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସିଲା ବଜେଟ୍, ଆସିଲା ମୋଦିଙ୍କ ବୟାନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରି ସାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବଜେଟକୁ ସାଧାରଣ ଲୋକଙ୍କ ବଜେଟ୍ କହିବା ସହ ଏହା ମଧ୍ୟବିତ୍ତଙ୍କ ପକେଟ ଭରିବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ବଜେଟ୍ ଜନତା ଜନାର୍ଦ୍ଦନଙ୍କ ବଜେଟ୍, ଏହା ୧୪୦ କୋଟି ଭାରତୀୟ ଆକାଂକ୍ଷିତ ବଜେଟ୍ । […]

Read More Text.

କେନ୍ଦ୍ର ବଜେଟରେ ନିରାଶ ଓଡ଼ିଶା

ଭୁବନେଶ୍ୱର: ନିର୍ବାଚନ ସମୟରେ ବିଜେପି ଓଡିଶାବାସୀଙ୍କୁ ବହୁତ ବଡ ବଡ ପ୍ରତିଶ୍ରୁତି ଦେଇଥିଲା। ଗତଥର ଭଳି ଚଳିତ ଥର ମଧ୍ୟ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ। ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ବା ଘୋଷଣା କରିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସାମ୍ପ୍ରତିକ ଓଡ଼ିଶା ଗସ୍ତରେ ୨୦୪୭ ସୁଦ୍ଧା ଲଙ୍ଗ ଟର୍ମ ଭିଜନ୍ ବା ବିକଶିତ ଭାରତ-୨୦୪୭ର ଏକ ପ୍ରମୁଖ ସ୍ତମ୍ଭ ଭାବରେ ରାଜ୍ୟକୁ ପ୍ରସ୍ତୁତ କରାଯାଉଥିବା କଥା କହିଛନ୍ତି। ତିନି […]

Read More Text.

ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ମୟୂରଭଞ୍ଜ ଜିଲାର ଗୌରବଜ୍ଜଳ ଇତିହାସ ସର୍ବଜନ ବିଦିତ। ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର୍ ଠାରେ ଆୟୋଜିତ ମୟୂରଭଞ୍ଜ ଉତ୍ସବ ଅବସରରେ କହିଛନ୍ତି। ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜ ର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଇଂରେଜ ଶାସନ […]

Read More Text.

ଟ୍ୟାକ୍ସ ଛାଡ ଘୋଷଣା ପରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବଜେଟ୍ ୨୦୨୫-୨୬ରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ହାସଟ୍ୟାଗ୍ ଦେଇ ଲେଖିଛନ୍ତି ଯେ, ବିକଶିତ ଭାରତ ବଜେଟ୍-୨୦୨୫ । ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ […]

Read More Text.

ଲଗାତାର ୮ମ ଥର ପାଇଁ ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ: ୧ ଘଣ୍ଟା ୧୪ ମିନିଟର ଅଭିଭାଷଣ

ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କଲେ ବଜେଟ୍ । ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ । ଏବଂ ୧ ଘଣ୍ଟା ୧୪ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ […]

Read More Text.