ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାତି, କୁହୁଡି ପାଇଁ ୧୬ ଜିଲ୍ଲାକୁ ୨୪ ଘଣ୍ଟା ୟେଲୋ ଆଲର୍ଟ

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଥିବାରୁ ଟାଇ ଟାଇ ଖରା ସହ ଅସ୍ୱାଭାବିକ ଗରମ ଦେଖିବାକୁ ମିଳିଛି ।ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଫଳରେ ରାଜ୍ୟରେ ତାତି ସହ ସହ ଅସ୍ୱାଭାବିକ ଗରମ ଅନୁଭୁତୁ ହେଉଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ […]

Read More Text.

ବଜେଟରେ ବଡ ଘୋଷଣା: ଜାଣନ୍ତୁ କଣ ହେଲା ଶସ୍ତା, କଣ ମହଙ୍ଗା ?

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ମଧ୍ୟବିତ୍ତଙ୍କ ପାଇଁ ସେ କରିଛନ୍ତି ବଡ଼ ଘୋଷଣା। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରାଯାଇଛି। ସେହିପରି ଏହି ବଡ଼ ଘୋଷଣା ଭିତରେ ଅଛି ବେତନଭୋଗୀଙ୍କ ପାଇଁ ୧୨ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟର ଛାଡ଼। ୭୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଥିବାରୁ ୧୨.୭୫ ଲକ୍ଷ ଦରମାରେ ଆୟକର ଦେବାକୁ ପଡ଼ିବନି। କ୍ୟାପିଟାଲ ଗେନ୍ […]

Read More Text.

ଧର୍ମଗଡରୁ ୮ ଅଭିଯୁକ୍ତ ଗିରଫ, ୩ କୋଟି ୫୧ଲକ୍ଷ ଟଙ୍କା ଜବତ

କଳାହାଣ୍ଡି: ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ପୋଲିସ । ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି । […]

Read More Text.

ବାହାର ପଟୁ କବାଟ ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ବାଲିସାହି ଗାଁରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ଘରେ ୫ରୁ ଊର୍ଦ୍ଧ୍ବ ଡକାୟତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଘର ବାହାରପଟୁ କବାଟ ଦେଇ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨ଲକ୍ଷ ନଗଦ କ୍ୟାସ ଲୁଟିନେଇଛନ୍ତି ଡକାୟତ ।  ପ୍ରଥମେ ଡକାୟତମାନେ କୌଶଳ କ୍ରମେ ଘରର ମୁଖ୍ୟ ଦ୍ୱାର ଖୋଲି ଭିତରକୁ ପ୍ରଵେଶ କରିଥିଲେ ।  ଶୋଇଥିବା ଘରକୁ […]

Read More Text.

ବଜେଟରେ ବଡ଼ ଘୋଷଣା, ଆୟକର ଛାଡ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ଆୟକର ସୀମା ବଢିବା ଦ୍ବାରା ଲୋକଙ୍କ ପାଖରେ ଅଧିକ ଅର୍ଥ ରହିବ ଓ ସେମାନେ ଅଧିକ ଖର୍ଚ୍ଚ କରିବ । ଏହା […]

Read More Text.

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ

ଭୁବନେଶ୍ବର: ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ କର୍ମଚାରୀମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ଭଲ ଚାକିରି କିମ୍ବା ଭଲ ଦରମା ପାଉଥିବା କର୍ମଚାରୀମାନେ ନିଜର ରାସନକାର୍ଡ ଫେରାଇବେ। ମନ୍ତ୍ରୀ କହିଛନ୍ତି ଯେ ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି। […]

Read More Text.