୧୯ରୁ ୨୧ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୯ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଅନୁଭୂତ ହେବ ।  ଜଗତସିଂହପୁରଳ କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । […]

Read More Text.

ଭିଜିଲାନ୍ସ ଜାଲରେ କଲେଜ ଜୁନିଅର କ୍ଲର୍କ, ଛାତ୍ରଙ୍କଠାରୁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଲେ ଦେବଗଡ଼ କଲେଜର ଜୁନିଅର କ୍ଲର୍କ ମଞ୍ଜୁଲା ପ୍ରଧାନ। ସେ ଜଣେ ପୂର୍ବତନ ଛାତ୍ର (ଅଭିଯୋଗକାରୀ)ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାଡିଛନ୍ତି। ଅଭିଯୋଗକାରୀ ଏବଂ ଉକ୍ତ କଲେଜର ଅନ୍ୟ ଜଣେ ପୂର୍ବତନ ଛାତ୍ରଙ୍କ ନଷ୍ଟ ହୋଇଥିବା ମୂଳ ପ୍ରମାଣପତ୍ର ବଦଳରେ ନୂତନ ମୂଳ +୨ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡରେ ଧରାପଡିଛନ୍ତି ଜୁନିଅର କ୍ଲର୍କ ମଞ୍ଜୁଲା […]

Read More Text.

ନୂଆ ମୁଖ୍ୟ ନିର୍ବାଚନ କମିସନର ଚୟନ ପାଇଁ ୧୭ରେ ବୈଠକ, ଯୋଗ ଦେବେ ମୋଦୀ, ରାହୁଲ

ନୂଆଦିଲ୍ଲୀ : ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବ୍ରୁଆରି ୧୮ରେ ଶେଷ ହେଉଛି। ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ […]

Read More Text.

ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ

ଭୁବନେଶ୍ଵର: ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର । ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି । ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୦୧୪ରେ ୬୩.୪% ଥିବା ବେଳେ ୨୦୨୪ରେ ୬୯.୫% ଛାତ୍ରଛାତ୍ରୀ ଫେଡାଣ ଜାଣି ନ […]

Read More Text.

ଆମେରିକାରେ ମୋଦୀଙ୍କ ବୟାନକୁ ନେଇ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ, ଜଣେ ସାମ୍ବାଦିକ ଗୌତମ ଆଦାନୀଙ୍କ ମାମଲା ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦୁଇ ଦେଶର ନେତା ବ୍ୟକ୍ତିଗତ ବିଷୟରେ କଥା ହୁଅନ୍ତି ନାହିଁ। ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବୟାନକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ […]

Read More Text.

ମୋବାଇଲରେ ରିଲ୍ସ କରିବା ହେଲା କାଳ, ନଦୀରେ ଖସି ପଡିଲେ ଯୁବତୀ

ଢେଙ୍କାନାଳ : ମୋବାଇଲରେ ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ । ସେ ମାଉସୀଙ୍କ ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ । ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଝିଅ ଅମ୍ବିକା ମୋବାଇଲରେ ରିଲ୍ସ କରୁଥିଲେ […]

Read More Text.

ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ

ଭୁବନେଶ୍ବର: ‘ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ ଘଡାଇ ଜାଣିଥିବେ, କିଏ କେଉଁଠି ଷଡଯନ୍ତ୍ର କରିଥିଲା । ବିଜେଡି ଦଳ ଭିତରେ କିଛି ଷଡଯନ୍ତ୍ର ହୋଇନାହିଁ ।’ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କିଛି ଏପରି କଡା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ । ବିଜେଡି ଭାଙ୍ଗିବା ଆଲୋଚନା ଉପରେ ପ୍ରମିଳା କହିଛନ୍ତି, ବିଜେଡି […]

Read More Text.

ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଭିକାରୀ ତାଲିକା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଶାରେ ମୋଟ ୫୨୮୪ ଜଣ ଭିକାରୀ ଅଛନ୍ତି ବୋଲି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି । […]

Read More Text.

ଆମେ ତୁମକୁ ବହୁତ ‘ମିସ୍‌’ କରୁଥିଲୁ: ମୋଦୀଙ୍କୁ କହିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର “ପ୍ରିୟ ବନ୍ଧୁ” ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ସାକ୍ଷାତ ସଂପନ୍ନ ‌ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ହ୍ୱାଇଟ୍ ହାଉସରେ ପ୍ରବେଶ କରିବା ସମୟରେ ଏକ ଉଷ୍ମ ଆଲିଙ୍ଗନ ପରେ ହାତ ମିଳାଇ ପାଛୋଟି ନେଇଥି‌ଲେ ଟ୍ରମ୍ପ୍‌। ପ୍ରଧାନମନ୍ତ୍ରୀ ଆମେରିକାରେ ଅବତରଣ କରିବା ପରେ ରହିଥିବା ବ୍ଲେୟାର ହାଉସରେ ମୋଦୀଙ୍କ ପାଇଁ ଆମେରିକା ପତାକା କାଢ଼ି ତ୍ରିରଙ୍ଗା ଲଗାଇବା କଥା ସଭିଙ୍କୁ ଚକିତ କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ […]

Read More Text.

ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ, ନିନ୍ଦା କଲା ବିଜେପି

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନ । ହେଲେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ବିରୋଧି ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟକୁ ଆସି ହଙ୍ଗାମା କରିଛନ୍ତି । ଏମିତିକି ଆଜି ଗୃହ ଆରମ୍ଭରୁ ହିଁ କଡା ଆଭିମୁଖ୍ୟ ଦେଖାଇଥିଲେ ବିରୋଧୀ । ପ୍ରଶ୍ନକାଳ ବି ଠିକ୍ ଭାବରେ ଚାଲିବାକୁ ଦେଇନଥିଲେ । ଯାହାକୁ ନିନ୍ଦା କରିଛି ବିଜେପି । ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି […]

Read More Text.