ଅଧୁରା ରହିଯିବ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ୱପ୍ନ, ଫଳକରେ ସୀମିତ ଯୋଜନା

ଆଗରପଡ଼ା :ଗତ ବର୍ଷ ୨୦୨୩ ଅଗଷ୍ଟ ମାସରେ ଆଗରପଡ଼ା ଠାରେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଡାଏଟ ନିକଟସ୍ଥ ପୁରୁଷଣ୍ଢ ମୌଜାର ଖାତା ନଂ ୧୫୨୪ ଓ ପ୍ଲଟ ନଂ ୩୧୨ କିସମ ପତିତ ପ୍ରାୟ ଶହେ ଡ଼ିସିମିଲ ପରିମିତ ଜମିରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା । ନିର୍ମାଣ ବାବଦରେ ପ୍ରାୟ ଅଢେଇ କୋଟି ଖର୍ଚ୍ଚ ହେବାର ଯୋଜନା ଥିଲା । […]

Read More Text.

ବନ୍ତରେ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ

ଆଗରପଡ଼ା :ବନ୍ତ ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୁପେ ପ୍ରଶନ୍ନ କୁମାର ମହାନ୍ତି ଯୋଗ ଦେଇଛନ୍ତି । ସେ ପୂର୍ବରୁ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲରେ କାର୍ଯ୍ୟ କରୁଥିଲେ । ବନ୍ତରେ ଥିବା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣଙ୍କ ଉକ୍ତ ସ୍ଥାନକୁ ବଦଳି ହେବାରୁ ଶ୍ରୀଯୁକ୍ତ ମହାନ୍ତି ଆଜି ବନ୍ତ ତହସିଲରେ ଯୋଗ ଦେଇଛନ୍ତି । ସେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ତହସିଲ କର୍ମଚାରୀ ଶୁଭେଚ୍ଚା ଜଣାଇ ଥିଲେ । କିଛିଦିନ ହେବ ଅତିରିକ୍ତ […]

Read More Text.

ଦେଓମାଳୀରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚିତ୍ର ନିର୍ଦେଶକ ରାଜା ମଉଲିଙ୍କ ସାଉଥ ମୁଭି

କୋରାପୁଟ: ସୁଉଚ୍ଚ ପର୍ବତମାଳା ପ୍ରାକୃତିକ ପରିବେଶ ପୁଣି ଥରେ ଆକର୍ଷିତ କରିଛି ସାଉଥ ଇଣ୍ଡଷ୍ଟ୍ରି କୁ l ଦେଓମାଳୀ ଶିଖରରେ ଦକ୍ଷିଣ ଭାରତୀୟ ସିନେ ପ୍ରଯୋଜକ ରାଜା ମଉଲି l ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସାଉଥ ମୁଭି ପ୍ରସ୍ତୁତ ହେଉଛି ସୁଟିଂ ସେଟ l ୨୫ ଦିନ ପର୍ଯ୍ୟନ୍ତ ବୁକିଙ୍ଗ ହୋଇ ସାରିଛି ଦେଓମାଳୀ ଇକୋ ରିଟ୍ରିଟ । ତେବେ ଏଥର ଆକର୍ଷଣ ସୁପ୍ପରଡୁପ୍ପର ଫିଲ୍ମ ଭେଟି ଦେଇଥିବା […]

Read More Text.

ଗଞ୍ଜାମ ଜିଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର : ଗଞ୍ଜାମ ଜିଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ସେଥିମଧ୍ୟରୁ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି। ଏଥିରେ ଅନେକ ଜଳଯୋଗାଣ ପ୍ରକଳ୍ପ, ସଡ଼କ ଉନ୍ନତିକରଣ, ସେତୁ ନିର୍ମାଣ, ଚେକ୍‍ ଡ୍ୟାମ୍‍ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ, ଇନ୍‍ଷ୍ଟ୍ରିମ୍‍ ଷ୍ଟୋରେଜ୍‍ ପ୍ରକଳ୍ପ ଆଦି ପ୍ରକଳ୍ପ ରହିଛି । ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ […]

Read More Text.

ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା ରହିଥିବା କହିଲେ । ବିଜୁ ଜୟନ୍ତୀରେ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି । ସୂଚନାଯୋଗ୍ୟ, ଗତକାଲି (ଶୁକ୍ରବାର) ଗୃହ ବାହାରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ହଙ୍ଗାମାକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି […]

Read More Text.

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମମତା ମହାନ୍ତ ଘେରିଛନ୍ତି। କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏବେ ଇଓଡବ୍ଲୁ ସ୍କାନରରେ ଥିବା ରାଜା ଚକ୍ର ପ୍ରଣବ ପ୍ରକାଶ ଦାସ(ବବି ଦାସ) ଏବଂ ଭିକେ ପାଣ୍ଡିଆନଙ୍କ ସହାୟତାରେ ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ବଳିୟାନ ହୋଇଛନ୍ତି। ବିଜେଡି ସମର୍ଥନ ଯୋଗୁ ରାଜା ଚକ୍ର […]

Read More Text.

ମହିଳା ଦିବସ ୨୦୨୫: ମୋଦୀଙ୍କ ସୋସିଆଲ ମିଡିଆରେ ଭୁବନେଶ୍ଵର ଝିଅ ଏଲିନା ମିଶ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା ଦେଶର ସବୁ ମହିଳାଙ୍କୁ ବିଜ୍ଞାନ କ୍ଷେତ୍ରକୁ ଆସିବା ଲାଗି ଆହ୍ୱାନ ଦେଇଛନ୍ତି । ଏକ ପୋଷ୍ଟ ସେୟାର କରି ଏଲିନା ଲେଖିଛନ୍ତି, ‘‘ଭାରତରେ ମହିଳାଙ୍କ ପାଇଁ ବିଜ୍ଞାନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । […]

Read More Text.

ଜେଲରୁ ମୁକ୍ତ ହେଲେ ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍

ମହାଭିଯୋଗିରେ ଦୋଷୀ ସାବ୍ୟସ୍ତ ଦକ୍ଷିଣ କୋରିଆର ରକ୍ଷଣଶୀଳ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲଙ୍କୁ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସିଓଲ୍ କୋର୍ଟ ରାଷ୍ଟ୍ରପତିଙ୍କୁ ଗିରଫ ନ କରି ବିଦ୍ରୋହ ନିମନ୍ତେ ବିଚାର ପାଇଁ ଅନୁମତି ଦେବା ସହ ତାଙ୍କ ଗିରଫଦାରୀ ରଦ୍ଦ କରିବାର ଦିନକ ପରେ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଡିସେମ୍ବର ୩ରେ ଦେଶକୁ ରାଜନୈତିକ ଅସ୍ଥିରତା ଭିତରକୁ ଠେଲି ଦେଇଥିବା ଦର୍ଶାଇ ମାର୍ଶାଲ ଲ’ ଆଦେଶ ପାଇଁ ଶ୍ରୀ ୟୁନଙ୍କୁ ଜାନୁଆରୀରେ […]

Read More Text.

ଢାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ, ଢ଼ାବାକୁ ସିଲ କଲା ଜିଲ୍ଲା ପ୍ରଶାସନ

ପୁରୀ : ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ NH -216 ସାକ୍ଷୀଗୋପାଳ ନିକଟସ୍ଥ ଜୟା ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଢ଼ାବାକୁ ସିଲ କରିଛି ଜିଲ୍ଲା  ପ୍ରଶାସନ । ଏହା ଏକ ସମ୍ବେଦନଶୀଳ ଓ ଧାର୍ମିକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଗୁରୁତର ସହ ନେଇଛି ଜିଲ୍ଲା ଓ ପୋଲିସ […]

Read More Text.

କୁଳଭୂଷଣ ଯାଦବଙ୍କ ଅପହରଣରେ ସଂପୃକ୍ତ ଥିବା ଆଇଏସଆଇ ଏଜେଣ୍ଟକୁ ହତ୍ୟା

ଇସଲାମାବାଦ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ବଡ଼ ବଡ଼ ଅପରାଧୀ ଓ ଆତଙ୍କବାଦୀଙ୍କୁ ନିଜର ଗୁପ୍ତ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଅନେକ ଷଡ଼ଯନ୍ତ୍ର ଓ ହତ୍ୟା କରିଥାଏ । କିନ୍ତୁ ଖୋଦ ଆଇଏସଆଇର ଜଣେ ଏଜେଣ୍ଟ ଅଜ୍ଞାତ ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି । ଆଇଏସଆଇ ଏଜେଣ୍ଟ ମୁଫତି ଶାହ ମୀରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଅପହରଣ ଘଟଣାରେ ମୁଫତି ଶାହା ମୀର ସମ୍ପୃକ୍ତ ଥିଲା […]

Read More Text.