୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ନିଜ ଅଭିଭାଷଣରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ୯ ମାସରେ ମହିଳାଙ୍କୁ ୧୦ ହଜାର କୋଟି ସହାୟତା ଦେଇଛନ୍ତି ସରକାର। ସଫଳତାକୁ ସହ୍ୟ କରିପାରୁ ନାହାନ୍ତି ବିରୋଧୀ ଦଳ ନେତା […]

Read More Text.

ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ: ୨ ସପ୍ତାହରେ ତାପମାତ୍ରା ୩ ରୁ ୪ ଡିଗ୍ରି ବୃଦ୍ଧି ପାଇବା ପୂର୍ବାନୁମାନ

ଭୁବନେଶ୍ୱର: ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ବାୟୁ ଉତ୍ତର ପଶ୍ଚିମ ଦିଗରେ ପ୍ରବାହିତ ହେବ ଏବଂ ଫଳସ୍ୱରୂପ ରାଜ୍ୟରେ ଥଣ୍ଡା ଲହରୀ ହ୍ରାସ ପାଇବ। ତାପମାତ୍ରା ବୃଦ୍ଧି ପାଇବ ଏବଂ ଓଡ଼ିଶାରେ […]

Read More Text.

ମା’ ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଅପଚେଷ୍ଟାକୁ ବିରୋଧୀ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଆ ମାନେ ପରିବାରର ଶକ୍ତି । ସମାଜର ଶକ୍ତି । ୧୯୯୦ରେ ପ୍ରିୟ ନେତା ବିଜୁ ବାବୁ ମାଆ ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ । ମାଆ ମାନଙ୍କ […]

Read More Text.

ହିଜବୁଲ ଆତଙ୍କବାଦୀ ଗିରଫ: ପାକିସ୍ତାନରେ ପ୍ରଶିକ୍ଷଣ, ମୁରାଦାବାଦରେ କରିଥାଆନ୍ତା ଆକ୍ରମଣ

ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆକ୍ରମଣ ଯୋଜନା କରୁଥିବା ଏକ ଆତଙ୍କୀକୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ(ଏଟିଏସ)। ଗିରଫ ଆତଙ୍କୀ ହେଉଛି ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସକ୍ରିୟ ସସଦ୍ୟ ଉଲଫତ ହୁସେନ ଓରଫ ମହମ୍ମଦ ସୈଫୁଲଇସଲାମ ଓରଫ ଅଫଜାଲ ଓରଫ ହୁସେନ ମଲିକ। ଏଟିଏସ ସୂଚନା ଅନୁସାରେ, ହୁସେନକୁ ମୁରାଦାବାଦରୁ ଗିରଫ କରଯାଇଛି। ସେ ୨୦୦୨ରୁ ଫେରାର ରହିଥିଲା। ହିଜବୁଲ ମୁଜାହିଦ୍ଦିନର ପାକ୍‌ ଅଧିକୃତ କାଶ୍ମୀରରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ […]

Read More Text.

ସାଇବର ଠକେଇ: ୮୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ମହିଳା ଗିରଫ

ଭୁବନେଶ୍ୱର : ୮୭ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ଦିଲ୍ଲୀରୁ ଜଣେ ମହିଳାଙ୍କୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍‌ । ଗିରଫ ମହିଳା ଜଣକ ଦକ୍ଷିଣ ଦିଲ୍ଲୀର ବନ୍ଦନା ବାୱା ବୋଲି ଚିହ୍ନଟ କରାଯାଇଛି । ତେବେ ମହିଳାଙ୍କ ନିକଟରୁ ତଦନ୍ତକାରୀ ଦଳ ଏକ ମୋବାଇଲ୍ ଫୋନ୍, ୨ଟି ଭାରତୀୟ ସିମ୍ କାର୍ଡ, ଗୋଟିଏ ଆଧାର କାର୍ଡ ଏବଂ ଏକ ପ୍ୟାନ୍ କାର୍ଡ ସମେତ ବିଭିନ୍ନ ଅପରାଧିକ ସାମଗ୍ରୀ ଜବତ କରିଛି । ତଦନ୍ତରୁ ଜଣାପଡିଛି ଯେ, […]

Read More Text.

ରାହୁଲଙ୍କ ମାନସିକ ସ୍ଥିତି ବିଗିଡିଯାଇଛି: ସୁଧାଂଶୁ ତ୍ରିବେଦୀ

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସ ଉପରେ ଦଳୀୟ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନ ପରେ ରାଜନୀତି ଉଷ୍ମ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଅନ୍ୟମାନଙ୍କୁ ଦୋଷ ଦେବା ସହିତ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଲୋକଙ୍କୁ ମଧ୍ୟ ଦୋଷ ଦେବା ଆରମ୍ଭ କରିଛନ୍ତି। ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ କେବଳ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ହିଁ ନିଜ ଦଳର ସଦସ୍ୟଙ୍କୁ ସାର୍ବଜନୀନ ଭାବରେ ଅପମାନିତ କରିପାରିବେ। […]

Read More Text.

ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି

ବ୍ରହ୍ମପୁର: ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା । ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ପ୍ରାୟ ୧କୋଟି ହିତାଧିକାରୀ ପାଇଛନ୍ତି ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଗଲା ୫ ହଜାର କୋଟିରୁ ଅଧିକ ଟଙ୍କା। ଗତ ମାର୍ଚ୍ଚ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିଥିଲା । ପ୍ରାୟ […]

Read More Text.

ଖରିଫ ଋତୁରେ ୧୫.୬୫ ଲକ୍ଷ ଚାଷୀଙ୍କଠାରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ବୈଠକରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଏବଂ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ ସକ୍ସେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକର ପ୍ରାରମ୍ଭରେ ପ୍ରମୁଖ ସଚିବ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ […]

Read More Text.

ଗୋଷ୍ଠି ସଂଘର୍ଷ, ୫ ଆହତ, ଜଣେ ଗୁରୁତର

ଖୋର୍ଦ୍ଧା: ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରପୁର ଛକ । ଖୋର୍ଦ୍ଧା ଗୁଣ୍ଡୁରପୁର ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗଣ୍ଡଗୋଳ ବେଳେ ୨ଟି ବାଇକ୍‌ ପୋଡ଼ିଦେବା ସହ ଟେକାପଥର ମାଡ଼ରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ଦୁଇ ସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଘଟଣାକୁ ଦୃଷ୍ଟିରେ ରଖି ଗାଁରେ ୩ ପ୍ଲାଟୁନ ପୋଲିସ ମୁତୟନ […]

Read More Text.

ପ୍ରମାଣ ଅଭାବରୁ ନାନାଙ୍କ ଉପରେ ତନୁଶ୍ରୀ ଆଣିଥିବା ଅଭିଯୋଗକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ, #ମିଟୁ ଅଭିଯାନ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ଏହି ମାମଲାରେ ଏକ ବଡ଼ ନିଷ୍ପତ୍ତି ଆସିଛି। #ମିଟୁ ମାମଲାରେ ଅଭିନେତା ନାନା ପାଟେକରଙ୍କୁ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ଅନ୍ଧେରୀ କୋର୍ଟ ଏହି ରାୟ ଦେଇଛନ୍ତି। ତନୁଶ୍ରୀ ଦତ୍ତା, ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। […]

Read More Text.