ଅଣ୍ଡିଆ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ, ଧାରଣାରେ ବସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣ୍ଡିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଜଣାପଡ଼ିଛି । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ଗତ ସେପ୍େଟମ୍ବର ମାସରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । […]

Read More Text.

କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ଆଗରପଡ଼ା :ରାଜ୍ୟରେ ଶିଶୁ ଓ ନାରୀ ନିର୍ଯାତନା ବୃଦ୍ଧି ପାଉଛି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଅଭିଯୋଗ କରି ରାଜ୍ୟ କଂଗ୍ରେସ ଆହ୍ୱାନକ୍ରମେ ବନ୍ତ ବ୍ଲକରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ରାଜ କିଶୋର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ହାତରେ ମହମବତୀ ଜଳାଇ ସରକାର ବିରୋଧୀ ନାରାବାଜି କରି ବଜାର ପରିକ୍ରମା କରିଥିଲେ । ଏନେଇ ଆୟୋଜିତ ପଥପ୍ରାନ୍ତ ସଭାରେ […]

Read More Text.

ଓ୍ବାକଫ୍‌ ସଂଶୋଧନ ଆଇନ: ସରକାରଙ୍କୁ ୭ ଦିନ ସମୟ, ପରବର୍ତ୍ତୀ ଶୁଣାଣି ଯାଏ ହେବନି ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଓ୍ବାକଫ୍‌ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ସାତ ଦିନ ସମୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ସ୍ଥିତାବସ୍ଥା ବଜାୟ ରହିବ। ମେ’ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ, […]

Read More Text.

ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ

ଆଗରପଡ଼ା :ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ତହସିଲ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଗୋଚର ଜମିରୁ ଜବରଦଖଲ ହଟିଛି । ଗୋବିନ୍ଦପୁର ରାଜସ୍ୱ ଗ୍ରାମର ଖାତା ନଂ ୧୮୦, ପ୍ଲଟ ନଂ ୭୯୩ରେ ୧ ଏକର ୨୬ ଡିସିମିଲ ଗୋଚର ଜମିକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ବର୍ଷ ଧରି ମାଡ଼ି ବସିଥିଲେ । ଏନେଇ ସେହି ଗ୍ରାମର ଶ୍ରୀଧର ନାୟକ ପ୍ରଥମେ ବନ୍ତ ତହସିଲ ଓ ପରେ […]

Read More Text.

ପଶ୍ଚିମବଙ୍ଗ ହିଂସା ଯୋଜନାବଦ୍ଧ: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍‌ ଆ‌ଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା‌ ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍‌ ଦ୍ବାରା ଏହି ଯୋଜନା ହୋଇଥିବା ମମତା କହିଛନ୍ତି। କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍‌ସି ମୁଖ୍ୟ କହିଛନ୍ତି ଯେ ୱକଫ୍‌ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ ଆଗରେ। ତେବେ ସେ ଶାନ୍ତିପୂର୍ଣ୍ଣ […]

Read More Text.

କାଳୀପଡ଼ିଆ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ହରିହାଟ

ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ବଜାର କାଳୀପଡ଼ିଆ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ହରିହାଟ ଚାଲିଛି । ୯ ଧରି ଉତ୍ସବ ଚାଲିବା ପୂଜାର ପ୍ରଥମ ଦିନରେ ସ୍ଥାନୀୟ ଶାସନ ପୁଷ୍କରିଣୀରୁ ୫ଟି କଳସ ଉତ୍ତୋଳନ କରାଯାଇ ଶୋଭାଯାତ୍ରାରେ ବାଜା ବଜାଇ, ବାଣ ଫୁଟାଇ ବଜାର ପରିକ୍ରମା କରାଯାଇଥିଲା । ସମଗ୍ର ଅଂଚଳର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଏହା ମଧ୍ୟରେ ଘଟ ଅଣାଯାଇ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, […]

Read More Text.

ଗ୍ରେନେଡ୍ ଆକ୍ରମଣ ଘଟଣାରେ ସେନା ଯବାନ ଗିରଫ

ପଞ୍ଜାବରେ ଗତ ମାସରେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ଜଳନ୍ଧର ପୁଲିସ ଜଣେ ସେନା ଯବାନଙ୍କୁ ଗିରଫ କରିଛି। ଜଳନ୍ଧର ଗ୍ରାମୀଣର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ହରବିନ୍ଦର ସିଂ ଭିର୍କ ପ୍ରକାଶ କରିଛନ୍ତି ଯେ ମାର୍ଚ୍ଚ ୧୫ ଓ ୧୬ ତାରିଖ ମଧ୍ୟରାତ୍ରିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାସଭବନରେ ହ୍ୟାଣ୍ଡ ଗ୍ରେନେଡ୍ ଚଳାଇବା ଏବଂ ଫିଙ୍ଗିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ଅନଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ସେନା ଯବାନ ଦାୟୀ […]

Read More Text.

ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଉଲେ୍‌ଖ କରିଛନ୍ତି, ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଶିକ୍ଷା, […]

Read More Text.

ଆଗରପଡାରେ ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିତ

ଆଗରପଡ଼ା :ଆଗରପଡ଼ା ୧୪ନଂ ଜୋନରେ ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କଳିଙ୍ଗ ବୀର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସକାଳେ ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳର ନେତୃତ୍ୱ ଓ କର୍ମୀମାନେ ସ୍ଥାନୀୟ ରାମଗଡ଼ ପଦା ଡାଏଟ ନିକଟରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣୟବ ପ୍ରତ୍ତି ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ଲୋଗାନ ଦେଇଥିଲେ । ପରେ ଏକ ବିରାଟ ମୋଟର ସାଇକେଲ […]

Read More Text.

ସୁପ୍ରିମକୋର୍ଟ ଭାରତର ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଲ୍ ମଞ୍ଜୁର କରିବା ପାଇଁ ସୁପ୍ରିମକୋର୍ଟଙ୍କ ସମୟସୀମା ଧାର୍ଯ୍ୟ କରିବା ଉପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଆମେ ଏପରି ପରିସ୍ଥିତି ସୃଷ୍ଟି କରିପାରିବୁ ନାହିଁ ଯେଉଁଠାରେ କୋର୍ଟ ଭାରତର ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି। ସେ କହିଛନ୍ତି ଯେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ କୋର୍ଟକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା ଗଣତାନ୍ତ୍ରିକ ଶକ୍ତି ବିରୁଦ୍ଧରେ ରାତିଦିନ ଉପଲବ୍ଧ ପରମାଣୁ କ୍ଷେପଣାସ୍ତ୍ର ପାଲଟିଛି। ଧାରା […]

Read More Text.