ପଡୋଶୀ ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ

ବାଲେଶ୍ୱର: ବେଆଇ ଗଞ୍ଜେଇ ବେପାର ଥମିବାର ନାଁ ଧରୁନି। କେତେବେଳେ ରାଜ୍ୟ ଭିତରେ ଚାଲାଣ ହେଉଛି ତ କେତେବେଳେ ରାଜ୍ୟ ବାହାରେ। ଏବେ ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ। ଭୋଗରାଇର ଉଦୟପୁର ବର୍ଡରରୁ ଜବତ ହେଲା ଗୋଟିଏ ବସ୍ତା ଗଞ୍ଜେଇ। ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଏବଂ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଉଭୟଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଥାନା ଅଞ୍ଚଳରେ ବୋଲି […]

Read More Text.

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲ୍ଲାରୁ ଦ୍ଵିତୀୟ ପର୍ଯ୍ୟାୟରେ ଅଯୋଧ୍ୟା -ବାରଣାସି ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରl ଆରମ୍ଭ

ବାରିପଦା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ ତଥା ଅନ୍ୟାନ୍ୟ ଅlନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରା ରୁ ବଂଚିତ ହେଉଥିଲେ ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ବରିଷ୍ଠ ନାଗରିକଙ୍କ ପାଇଁ ବେଶ ସହାୟକ ହବା ସହିତ ସେମାନଙ୍କ ମନରେ ଆନନ୍ଦ, ଉତ୍ସାହ […]

Read More Text.

ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଅମର ସହିଦଙ୍କ ସାହସିକତାର ଗାଥା – ଅମିତ ଶାହା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ ଆମ କୋବ୍ରା ବାଟାଲିୟନର ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି ବୋଲି ସେ […]

Read More Text.

ମୋହନ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସଙ୍କ ଦରମା ବୃଦ୍ଧି । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ମାସକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଲାନ୍‍ସ ନାଏକ/ନାଏକ/ହାବିଲ୍‍ଦାର (GD) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍‍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର, […]

Read More Text.

ବଳାଙ୍ଗୀ ମହୋତ୍ସବର ତୃତୀୟ ସଂନ୍ଧ୍ୟା, ନୃତ୍ୟ ପ୍ରତିଯୋଗିତା ସହ ଆଦିବାସୀ ଏବଂ ଝୁମର ନୃତ୍ୟରେ ଝୁମିଲେ ଦର୍ଶକ

ବାରିପଦା: ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ନୃତ୍ୟ ପ୍ରତିଯୋଗିତାର ସିନିୟର, ଗ୍ରୁପ ଏବଂ କ୍ଲାସିକାଲ ବିଭାଗର ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ପରେ ପରେ ପ୍ରସିଦ୍ଧ ଆଦିବାସୀ ଲୋକନୃତ୍ୟ, ଏବଂ ମୟୁରଭଞ୍ଜର ପ୍ରସିଦ୍ଧ ଝୁମର ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | […]

Read More Text.

ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ଆପ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ଦିନ ସିବିଆଇ ଆପ ନେତା ଦୁର୍ଗେଶ ପାଠକଙ୍କ ବାସଭବନରେ ଚଢାଉ ହୋଇଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଠକଙ୍କୁ ଦଳର ଗୁଜରାଟ ସହ-ପ୍ରଭାରୀ ନିଯୁକ୍ତ କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ଦିନ, ସିବିଆଇ ଏଫ୍‌ସିଆର୍‌ଏ(ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ)ର କଥିତ ଉଲ୍ଲଂଘନ ମାମଲାରେ ଏକ ମାମଲା ପଞ୍ଜିକୃତ କରିଛି। ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ଏଫଆଇଆରରେ […]

Read More Text.

କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା: ସୁଭଦ୍ରା ସର୍ଭେରେ ହେବେ ସାମିଲ

ଭୁବନେଶ୍ୱର: କଲେଜ ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ। ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ। ଏନେଇ ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ସୁଭଦ୍ରାର ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା […]

Read More Text.

ପରମାଣୁ ଅସ୍ତ୍ର ନିକଟତର ଇରାନ, ଚିନ୍ତାରେ ଆମେରିକା ଓ ସାଉଦି ଆରବ

ପରମାଣୁ ଅସ୍ତ୍ର ତିଆରି କରିବାର ଅତି ନିକଟତର ହୋଇଛି ଇରାନ। ଜାତିସଂଘ ଦ୍ଵାରା ପରିଚାଳିତ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ମୁଖ୍ୟ ରାଫାଏଲ୍ ଗ୍ରୋସି ଏହା କହିଛନ୍ତି। ଗ୍ରୋସି ବର୍ତ୍ତମାନ ଇରାନ ଗସ୍ତରେ ରହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଇରାନ ପରମାଣୁ ଅସ୍ତ୍ର ତିଆରି ଶେଷ କରି ନାହିଁ। ଇରାନ ପାଖରେ ପରମାଣୁ ଅସ୍ତ୍ରର ସମସ୍ତ ଅଂଶବିଶେଷ ଉପଲବ୍ଧ ରହିଛି। ଏହା ଯେକୌଣସି ସମୟରେ ଅଣୁ ଅସ୍ତ୍ର ତିଆରି କରିଦେଇପାରିବ। ପରମାଣୁ ଅସ୍ତ୍ର ତିଆରିରୁ […]

Read More Text.

ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର କରିଲେ ଚିକିତ୍ସା

ଆପଣ ଅନେକ ବଡ଼ ବଡ଼ ଅଧିକାରୀଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥାନ୍ତି । କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ । କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର ଚରମ ଶୀର୍ଷକୁ ଯାଇ ସମାଜ ପାଇଁ ଉଦାହାରଣ ସୃଷ୍ଟି କରିଥିବେ । କାରଣ ଏଭଳି ବ୍ୟକ୍ତିତ୍ବ ସମାଜ ପାଇଁ ବିରଳ ହୋଇଥାନ୍ତି । ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ଗଜପତି ଜିଲ୍ଲାପାଳ । ଯାହାଙ୍କ […]

Read More Text.

ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଘଟଣାସ୍ଥଳରେ ୭ ଗୁରୁତର

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ। ତିହିଡ଼ି ଥାନାର କାଁପଡ଼ା ଗାଁରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ବୋମା ମାଡ଼। ବୋମା ମାଡ଼ରେ ଗୁରୁତର ହୋଇଛନ୍ତି ୭ ଜଣ। ଦୁଇ ରାଜନୈତିକ ଦଳ ବିବାଦରୁ ହାତ ତିଆରି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି । ଆହତ ମାନଙ୍କୁ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବୁଧବାର ରାତିରେ ଦୁଇ […]

Read More Text.