୫୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦେବେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ଅଭାବ ମଧ୍ୟରେ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ୫୮୨୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏସମ୍ପର୍କରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଓଡ଼ିଶାରେ ଡାକ୍ତରୀ ଦଳଙ୍କ ଏକ ଅଭାବ ରହିଛି। ବ୍ରହ୍ମଗିରିର ବିଜେପି ବିଧାୟକ ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଅନୁମୋଦିତ ୧୯,୯୮୪ ଡାକ୍ତର ପଦବୀ […]

Read More Text.

ତାରିଣୀ ପୀଠ ଘଟଗାଁ ଓ ଆନନ୍ଦପୁରକୁ ରେଳ ସଂଯୋଗ ଦାବି କଲେ ସାଂସଦ

କେନ୍ଦୁଝରଗଡ଼: ସଂସଦରେ ରେଳ ବିଭାଗ ସମ୍ପର୍କିତ ଆଲୋଚନା କାଳରେ କେନ୍ଦୁଝର ଜିଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଲୋକସଭା ସଦସ୍ୟ ଅନନ୍ତ ନାୟକ ଦାବି ଉପସ୍ଥାପନ କରିଛନ୍ତି। ହାୱଡାରୁ ବଡବିଲ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଜନଶତାବ୍ଦୀ ଏକ୍ସପ୍ରେସକୁ ଆବଶ୍ରକତା ଦୃଷ୍ଟିରୁ ତୁରନ୍ତ ଜିଲା ମୁଖ୍ୟାଳୟ କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ସାଂସଦ ଶ୍ରୀ ନାୟକ ଦାବି କରିଛନ୍ତି। ସେହିଭଳି ଦୀର୍ଘବର୍ଷ ଧରି ପ୍ରକଳ୍ପରେ ସୀମିତ ଥିବା ବାଂଶପାଣି-ବଡବିଲ ନୂତନ ରେଳପଥକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ଶୟୀ […]

Read More Text.

ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲାର ବସ୍ତା ଥାନା ଅଧୀନ ବାସୁ ଚକୁରାଇରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ଜଣକ ହେଲେ ନିମା ଗ୍ରାମର ସୁଧାଂଶୁ ଜେନା । ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୁଚନା ଅନୁଯାୟୀ, ସୁଧାଂଶୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହିତ ନିଜ ଘରକୁ ଫେରୁଥିବା ବେଳେ ବାସୁ ଚକୁରାଇ ଗାଁର ୟୁପି ସ୍କୁଲ ନିକଟରେ […]

Read More Text.

ଭୂକମ୍ପରେ ଥରିଲା ନେପାଳ

ନୂଆଦିଲ୍ଲୀ : ପଡୋଶୀ ଦେଶ ନେପାଳରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ପଶ୍ଚିମ ନେପାଳରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମାତ୍ର ଏଥିରେ ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୬ଟା ୩୩ କାଠମାଣ୍ଡୁରୁ ୪୫୦ କିଲୋମିଟର ପଶ୍ଚିମରୁ ଅଛାମ ଜିଲା ବଟୁଲାସୈନରେ ୪.୩ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି । ମାର୍ଚ୍ଚ ୮ରେ ପଶ୍ଚିମ ନେପାଳର […]

Read More Text.

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ମାସିକ ୧.୭୭ କୋଟି ରାଜସ୍ୱ ଆଦାୟ ହେଉଛି: ମନ୍ତ୍ରୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭିନ୍ନ ସେବା ଏବଂ କାର୍ଯ୍ୟକଳାପ ଦ୍ବାରା ମାସିକ ହାରାହାରି ୧.୭୭ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛି ବୋଲି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପାର୍କରେ ‘କ’ ବର୍ଗରେ ୬ ଜଣ, ‘ଖ’ ବର୍ଗରେ ୫ ଜଣ, ‘ଗ’ ବର୍ଗରେ […]

Read More Text.

ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା; ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ୧୯ ତାରିଖରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ […]

Read More Text.

ଆସନ୍ତାକାଲି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ । ସନ୍ଧ୍ୟା ପରଠାରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତାକାଲି, ୧୯.୩.୨୦୨୫ ରିଖ,ବୁଧବାର ଚୈତ୍ର:କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ  । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । […]

Read More Text.

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ, ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ହେବ। ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ନବ ଦାସ ହତ୍ୟା କାଣ୍ଡରେ ଯେଉଁଭଳି ତଦନ୍ତ ହେବା କଥା, ନ୍ୟାୟ ମିଳିବା କଥା ତାହା ହୋଇପାରିନାହିଁ  । ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ ।  ଏ ବାବଦରେ ତାଙ୍କ ପରିବାର ଲୋକ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପରେ ଆଜି ଠାରୁ ତଦନ୍ତ […]

Read More Text.

ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସ୍ଥିର କରାଯାଇଛି। ଛାତ୍ରଛାତ୍ରୀଙ୍କର ସାମଗ୍ରିକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ପାଇଁ ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି […]

Read More Text.

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲେ

ନୟାଗଡ : ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ପାଇଁ ଦେହରେ ପେଟ୍ରୋଲ୍ ଢାଳି ହୋଇ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର ଲିଟୁଆ ଦାସ । ଯୁବକ ଜଣଙ୍କ ପ୍ରାୟତଃ ଶତ ପ୍ରତିଶତ ଜଳିଯାଇଛନ୍ତି । ଇଟାମାଟି ଥାନା ଅଞ୍ଚଳ ଲାଠିପଡ଼ା ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରି ମଙ୍ଗଳାବାଗ ଅଞ୍ଚଳରେ ନେଇ […]

Read More Text.