ରାଜାଙ୍କୁ ତିନିଦିନଆ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

ବା‌ଲେଶ୍ବର: କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି ଆଣ୍ଡ୍‌ ଟ୍ରାନ୍‌ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍‌ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତିନିଦିନଆ ରିମାଣ୍ଡରେ ଆଣିବ। ଇଓଡବ୍ଲ୍ୟୁ ୫ ଦିନିଆ ରିମାଣ୍ଡଲାଗି ଆବେଦନ କରିଥିବା ବେଳେ ବାଲେଶ୍ୱର ଓପିଆଇଡି କୋର୍ଟ ରାଜା ଚକ୍ରଙ୍କୁ ଆଜିଠାରୁ ନିତିଦିନଆ ରିମାଣ୍ଡର ଅନୁମତି ଦେଇଛନ୍ତି। ରାଜା ଚକ୍ରଙ୍କ ସହ ଗନ୍ଧମାର୍ଦ୍ଦନ ଲୋଡ଼ିଂ […]

Read More Text.

ଓଲଟିଲା ଯାତ୍ରୀବାହୀ ବସ୍, ଚାଲିଗଲା ଜଣଙ୍କ ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଥାନା ତାରାଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟିବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ବସଟି ଉମରକୋଟରୁ ଜୟପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି। ଜୟପୁର ଅଭିମୁଖେ ଯାଉଥିବା ଏସ୍‌ବିଟି ନାମକ ଏକ ଘରୋଇ ବସ୍‌ ତାରାଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆଉ ବସ୍‌ ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୁଲିସ […]

Read More Text.

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପତ୍ନୀ-ଝିଅ-ପୁଅ

ଭୁବନେଶ୍ବର/ଝାରସୁଗୁଡ଼ା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର ଖୋଲିବାର ଆଶା ଦେଖାଯାଉଛି। କ୍ରାଇମ୍‌ ବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ ହୋଇଥିବା ବେଳେ ସ୍ବର୍ଗତଃ ନବ ଦାସଙ୍କ ପତ୍ନୀ ମୀନତି ଦାସ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଓ ମୀନତି ଦାସଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ପୂର୍ବତନ ବିଧାୟକ ତଥା ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ […]

Read More Text.

ଏପ୍ରିଲ ୧୪ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ, ମାର୍ଚ୍ଚ ୩୦ରେ ପ୍ରତିଭା ଚୟନ ପାଇଁ ମେଗା ଅଡିସନ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ମହାବିଷୁବ ପଣା […]

Read More Text.

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀ ମହେଶ୍ୱର ସୋରେନଙ୍କୁ ସାନ୍ତାଳୀ ସାଓଁହେଦ ଆଖଡ଼ା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

ବାରିପଦା – ସାନ୍ତାଳୀ ଭାଷାରେ ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିବା ଶ୍ରୀ ମହେଶ୍ୱର ସୋରେନଙ୍କୁ ସାହିତ୍ୟ ଅନୁଷ୍ଠାନ “ସାନ୍ତାଳୀ ସାଓଁହେଦ ଆଖଡ଼ା” ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଭୁବେନେଶ୍ୱରସ୍ଥିତ ନିଳାଦ୍ରୀ ବିହାର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ପାର୍କ ପରିସରରେ ସଭାପତି ଶ୍ରୀମତୀ ମାଲତୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ଗୁରୁ […]

Read More Text.

କଲ୍ୟାଣମଣ୍ଡପ ଜନକଲ୍ୟାଣରେ ଲାଗିବା ନେଇ ପ୍ରଶ୍ନବାଚୀ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠି୍‌କ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ; ସରକାରଙ୍କ ଯୋଜନା ମୁତାବକ ପ୍ରତି […]

Read More Text.

ତମାଖୁ ଓ ପଲିଥିନ୍ ବିକ୍ରି ନିଷେଧ କାଗଜକଲମରେ ସୀମିତ

ଆଗରପଡ଼ା :ଆଧୁନିକତ୍ୱର ପରିଭାଷାରେ ମନୁଷ୍ୟ ଭୂଲିବାକୁ ବସିଲାଣି ପରିବେଶ ର ସୁରକ୍ଷା । ତା ଭିତରେ ମନୁଷ୍ୟ ଭୂଲି ଯାଉଛି ନିଜ ଜୀବନର ସୁରକ୍ଷା । ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ତମାଖୁ ବିକ୍ରି କରିବା ନିଷେଧ କିନ୍ତୁ କାର୍ଯ୍ୟାନୁଷ୍ଠାନ ନ ହୋଇପାରୁଥିବାରୁ ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ଏବେବି ଅବାଧରେ ତମାଖୁ ବିକ୍ରି ଚାଲୁଥିବାର ଦେଖିବାକୁ ମିଳୁଛି । ଏହି ଅଂଚଳରେ ତମାଖୁ ସେବନ କରି ମୁଖ ଗହ୍ୱର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ […]

Read More Text.

ବସୁଧା ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ

ପାଇପ ବିଛା, ଟାଙ୍କି ଗଢା ଓ ଘରତୋଳାରେ ସୀମିତ ପ୍ରକଳ୍ପ ଆଗରପଡ଼ା :ସରକାର ୨୦୨୪ରେ ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା କରିଥିବା ବେଳେ ୨୦୨୫ର ମାର୍ଚ୍ଚ ମାସ ଅଧା ହୋଇଗଲା କିନ୍ତୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥାକୁ ନଜୀରକୁ ନେଲେ ଏହାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ । ବନ୍ତ ବ୍ଲକର ୨୫ ଟି ପଂଚାୟତର […]

Read More Text.

ଉଚ୍ଛେଦ ହେଲା ପାଣିନାଳ ଜବରଦଖଲ, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଅଭିଯୋଗ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଆଗରପଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ କୁଆଁସମଢିଆ ମୌଜାରେ ପ୍ଲଟନଂ-୫୭୮,କିସମ-ରକ୍ଷିତ ଜମି ଉପରେ ପାଣିନାଳ ଥିବା ବେଳେ ଜଣେ ବ୍ୟକ୍ତି ନିଜସ୍ୱ ଜମି ମଧ୍ୟରେ ପକ୍କା ପାଚେରି କରି ଉକ୍ତ ପାଣିନାଳକୁ ଜବରଦଖଲ କରିଥିଲେ । ଯାହା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ନିଜନିଜ ଚାଷଜମିକୁ ଚାଷୀମାନେ ଯାତାୟାତ କରବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାଣିନାଳକୁ ଜବରଦଖଲ କରାଯାଇଥିବାରୁ ଚାଷୀମାନେ ଚାଷକାର୍ଯ୍ୟ ନିମନ୍ତେ ଘୋର […]

Read More Text.

ନିଯୁକ୍ତି ମେଳା: ୫ ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର

ଭୁବନେଶ୍ୱର: ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ଵାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା […]

Read More Text.