୧୩ରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ

ଛତ୍ରପୁର : ପୁନର୍ଗଠନ ଆଳରେ ଓଡିଶାରେ ୨୫ ଵର୍ଷ ଧରି ଜୀବିକା ମିଶନ ଓ ୧୧ ଵର୍ଷ ଧରି ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଲକ୍ଷାଧିକ କାର୍ଯ୍ୟକାରୀ ସଦସ୍ୟଙ୍କୁ ଛଟେଇ କରିବା ଯୋଜନା ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଜିଲାରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିକ୍ଷୋଭ ପୁର୍ବରୁ ବିରାଟ ଶୋଭାଯାତ୍ରା ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଵାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ନିଖିଳ ଓଡ଼ିଶା ଜୀବିକା […]

Read More Text.

କେନ୍ଦ୍ର ବଜେଟରେ ନିରାଶ ଓଡ଼ିଶା

ଭୁବନେଶ୍ୱର: ନିର୍ବାଚନ ସମୟରେ ବିଜେପି ଓଡିଶାବାସୀଙ୍କୁ ବହୁତ ବଡ ବଡ ପ୍ରତିଶ୍ରୁତି ଦେଇଥିଲା। ଗତଥର ଭଳି ଚଳିତ ଥର ମଧ୍ୟ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ। ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ବା ଘୋଷଣା କରିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସାମ୍ପ୍ରତିକ ଓଡ଼ିଶା ଗସ୍ତରେ ୨୦୪୭ ସୁଦ୍ଧା ଲଙ୍ଗ ଟର୍ମ ଭିଜନ୍ ବା ବିକଶିତ ଭାରତ-୨୦୪୭ର ଏକ ପ୍ରମୁଖ ସ୍ତମ୍ଭ ଭାବରେ ରାଜ୍ୟକୁ ପ୍ରସ୍ତୁତ କରାଯାଉଥିବା କଥା କହିଛନ୍ତି। ତିନି […]

Read More Text.

ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ମୟୂରଭଞ୍ଜ ଜିଲାର ଗୌରବଜ୍ଜଳ ଇତିହାସ ସର୍ବଜନ ବିଦିତ। ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର୍ ଠାରେ ଆୟୋଜିତ ମୟୂରଭଞ୍ଜ ଉତ୍ସବ ଅବସରରେ କହିଛନ୍ତି। ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜ ର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଇଂରେଜ ଶାସନ […]

Read More Text.

ଟ୍ୟାକ୍ସ ଛାଡ ଘୋଷଣା ପରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବଜେଟ୍ ୨୦୨୫-୨୬ରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ହାସଟ୍ୟାଗ୍ ଦେଇ ଲେଖିଛନ୍ତି ଯେ, ବିକଶିତ ଭାରତ ବଜେଟ୍-୨୦୨୫ । ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ […]

Read More Text.

ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାତି, କୁହୁଡି ପାଇଁ ୧୬ ଜିଲ୍ଲାକୁ ୨୪ ଘଣ୍ଟା ୟେଲୋ ଆଲର୍ଟ

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଥିବାରୁ ଟାଇ ଟାଇ ଖରା ସହ ଅସ୍ୱାଭାବିକ ଗରମ ଦେଖିବାକୁ ମିଳିଛି ।ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଫଳରେ ରାଜ୍ୟରେ ତାତି ସହ ସହ ଅସ୍ୱାଭାବିକ ଗରମ ଅନୁଭୁତୁ ହେଉଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ […]

Read More Text.

ଧର୍ମଗଡରୁ ୮ ଅଭିଯୁକ୍ତ ଗିରଫ, ୩ କୋଟି ୫୧ଲକ୍ଷ ଟଙ୍କା ଜବତ

କଳାହାଣ୍ଡି: ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ପୋଲିସ । ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି । […]

Read More Text.

ବାହାର ପଟୁ କବାଟ ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ବାଲିସାହି ଗାଁରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ଘରେ ୫ରୁ ଊର୍ଦ୍ଧ୍ବ ଡକାୟତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଘର ବାହାରପଟୁ କବାଟ ଦେଇ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨ଲକ୍ଷ ନଗଦ କ୍ୟାସ ଲୁଟିନେଇଛନ୍ତି ଡକାୟତ ।  ପ୍ରଥମେ ଡକାୟତମାନେ କୌଶଳ କ୍ରମେ ଘରର ମୁଖ୍ୟ ଦ୍ୱାର ଖୋଲି ଭିତରକୁ ପ୍ରଵେଶ କରିଥିଲେ ।  ଶୋଇଥିବା ଘରକୁ […]

Read More Text.

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ

ଭୁବନେଶ୍ବର: ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ କର୍ମଚାରୀମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ଭଲ ଚାକିରି କିମ୍ବା ଭଲ ଦରମା ପାଉଥିବା କର୍ମଚାରୀମାନେ ନିଜର ରାସନକାର୍ଡ ଫେରାଇବେ। ମନ୍ତ୍ରୀ କହିଛନ୍ତି ଯେ ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି। […]

Read More Text.