ବିରୋଧୀ ଦଳର ବିଧାୟକ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ: ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଅଧିବେଶନ ଜାରି ଥିବା ସମୟରେ ବିରୋଧୀ ଦଳର ବିଧାୟକମାନେ କରୁଥିବା ହଙ୍ଗାମା ନେଇ ବାଚସ୍ପତି ସୁରମା ପାଢ଼ୀ ବୁଧବାର ଦିନ ବିବୃତି ରଖିଛନ୍ତି। ସେ କହିଛନ୍ତି, ୭ ତାରିଖ ଗୃହ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ଫ୍ଲାଗ କାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ୨୦ ମାର୍ଚ୍ଚରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ ତୂରୀ, ଘଣ୍ଟ ଓ ବଂଶୀ ବଜାଇ […]

Read More Text.

ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ବିଧାନସଭା ବାହାରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ମୁଁ ଏନେଇ ଥାନାରେ ଏତଲା ଦେବି, କାରଣ ଗାଈଗୋରୁଙ୍କୁ ମାରିଲା ପରି ମତେ ଧକ୍କା ମାରିଛନ୍ତି। ମୋ ସୁନା ଚେନ୍‌ ସୁରକ୍ଷାକର୍ମୀ ନେଇଯାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ରାତିରେ ପୁଲିସ ଫୋର୍ସ ପଠାଇ ଆମକୁ ଟେକି ନେଇ […]

Read More Text.

ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ଗୃହରୁ ନିଲମ୍ବିତ

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ବୁଧବାର ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ବେ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନା ପ୍ରଶ୍ନକାଳ ସମୟରେ ଗୃହରେ ଘଣ୍ଟ ପିଟି ପ୍ରତିବାଦ କରିଥିଲେ। ସୂଚନାଯୋଗ୍ୟ, ଗତକାଲି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ୨ ବିଧାୟକଙ୍କୁ […]

Read More Text.

ଶପଥ ନେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, […]

Read More Text.

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ପଥରମାଡ଼: ୩ ଯାତ୍ରୀ ଆହତ

ରାଉରକେଲା: ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଦୁର୍ବୃତ୍ତମାନେ ବୁଧବାର ଦିନ ପଥରମାଡ଼ କରିଛନ୍ତି। ଫଳରେ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ କୋଚ୍‌ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପଥରମାଡ଼ ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ତିନି ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥରମାଡ଼ ହୋଇଥିବା ସୂଚନା ରହିଛି। ପୁରୀ- ରାଉରକେଲା ବନ୍ଦେ ଭାରତ ଟ୍ରେନ୍‌କୁ […]

Read More Text.

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

ବାରିପଦା- ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତ ର ୧୧ଟି ଗ୍ରାମରେ ଘଟି ଯାଇଥିବା ବିପର୍ଯ୍ୟୟ ରେ କ୍ଷତିଗ୍ରସ୍ତ ଗ୍ରାମ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ସମାଜ ରିଲିଫ କମିଟି ତରଫରୁ ୩ଟି ଗ୍ରାମରେ ରିଲିଫ ପ୍ରଦାନ କରାଯାଇଛି l ରିଲିଫ କମିଟି ଅଧ୍ୟକ୍ଷ ଡ଼ ପ୍ରଭାସ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଏକ ରିଲିଫ ଦଳ ଆଜି ବିଶୋଇ ଠାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ମତ […]

Read More Text.

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର କୁଞ୍ଜକଚା ଗାଁ ପାଇଁ ଗୁରୁବାର ରାତ୍ରିଥିଲା କାଳରାତ୍ରି l ଗୁରୁବାର ରାତ୍ରି 7:30ଟା ପାଖାପାଖି ସମୟରେ ଅଦିନିଆ କାଳ ବୈଶାଖୀ ପ୍ରଭାବ ରେ ହଠାତ ଆକାଶ ରେ କଳା ହାଣ୍ଡିଆ ମେଘ ଆସି ରଚି ଥିଲା ତାଣ୍ଡବଲୀଳା l କୁଆପଥର ମାଡ଼ ରେ ମାଣିକପୁର ପଞ୍ଚାୟତ ର କୁଞ୍ଜକଚା ଗାଆଁ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ଘରର ଚାଳ ଛପର ଉଡ଼ିବା ସହିତ କାନ୍ଥ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜୈବପ୍ରଯୁକ୍ତି ବିଭାଗର ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଜୈବପ୍ରଯୁକ୍ତି ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । “ବାୟୋଟେକ୍ନୋଲଜି ଫର୍‌ ଏ ବେଟର୍‌ ଟୁମୋରୋ” ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ସ୍ଥାୟୀ ଜୈବପ୍ରଯୁକ୍ତିବିଦ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାଂପ୍ରତିକ […]

Read More Text.

ଓଡ଼ିଶା ରକ୍ତଦାତା ମହାସଂଘ ସହଯୋଗରେ ସେଣ୍ଟ୍ରାଲ ଟୁଲ ଟ୍ରେନିଂ ସେଣ୍ଟର୍ ର ଛାତ୍ରଛାତ୍ରୀ ମାନଙ୍କ ରକ୍ତଦାନ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ମାତ୍ରେ ରାଜ୍ୟ ରେ ରକ୍ତର ଅଭାବ ଦେଖା ଗଲାଣି । ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ପରି ସମୟ ରେ ଓଡ଼ିଶା ରକ୍ତଦାତା ମହାସଂଘ ଆଗେଇ ଆସିଛି ରକ୍ତଦାନ ଶିବିର ଆୟୋଜନ କରି କିଛକାଂଶରେ ଲାଘବ କରିବା ପାଇଁ । ଏଦିଗରେ ସାହାଯ୍ୟର ହାତ ବଢ଼େଇଛନ୍ତି ସେଣ୍ଟ୍ରାଲ ଟୁଲ ଟ୍ରେନିଂ ସେଣ୍ଟର୍ ପଟିଆ, ଭୁବନେଶ୍ୱର । […]

Read More Text.

ଆଗାମୀ ୫ ଦିନରେ ତାପମାତ୍ରା ଧୀରେଧୀରେ ବଢ଼ିବ: ପାଣିପାଗ ବିଭାଗ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାଧାରଣ ଥିବା ବେଳେ ଚଳିତ ସପ୍ତାହର ଶେଷ ବେଳକୁ ଏହା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୨୯ ତାରିଖ ବେଳକୁ ହିଟ୍‌ ୱେଭ୍‌ ଫେରିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନରେ ତାପାମାତ୍ରା ଧୀରେଧୀରେ ବଢ଼ିବ ବୋଲି କୁହାଯାଇଛି। ପାଣିପାଗ ବିଭାଗ ହିଟ ୱେଭ ପାଇଁ ସତର୍କତା ଜାରି କରିଛି। ତାତି ପୁଣି ବଢ଼ିବ ବୋଲି କହିଛି। ସେପଟେ ଆଗାମୀ […]

Read More Text.