କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ

ଭୁବନେଶ୍ବର: ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ନେଇ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ଶାସକ ଦଳର ଅଭିଯୋଗ ପରେ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ତେବେ ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନାଙ୍କ ନାଁ ନଥିବା ଜଣାଯାଇଛି। ଗୃହକାର୍ଯ୍ୟ ଜାରି ଥିବା ବେଳେ କଂଗ୍ରେସ ବିଧାୟକଙ୍କ ବାରମ୍ବାର ବିଶୃଙ୍ଖଳିତ […]

Read More Text.

ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରୀ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସବୁଠୁ ଅଧିକ ହେଉଛି ସିଜରିଆନ୍ ଡେଲିଭରୀ । ବିଧାନସଭାରେ ଏଭଳି ଚିନ୍ତାଜନକ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଡେଲିଭରୀ ହୋଇଥିବାବେଳେ, ସେଥିରୁ ୯୯ ହଜାର ୯୯୮ଟି ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ଡେଲିଭରୀ । […]

Read More Text.

ଏକା ସଙ୍ଗେ ଚାଲିଗଲେ ବାପା ପୁଅ, ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅକୁ ଆସିଲା ହାର୍ଟଆଟାକ୍

ଆନନ୍ଦପୁର: ଘର ଆଗରେ ବନ୍ଧା ହେଉଛି ଦୁଇ ଦୁଇଟି କୋକେଇ । ଦୁଆରେ ଥୁଆ ହୋଇଛି ମାଠିଆ । ରୁଣ୍ଡ ହୋଇଛନ୍ତି ଗାଁ ଲୋକେ । କାନ୍ଦ ବୋବାଳିରେ ଫାଟିପଡୁଛି ସମଗ୍ର ଅଞ୍ଚଳ । କିଏ ବା ଜାଣିଥିଲା ଦଇବ ଏମିତି ଦାଉ ସାଜିବ ବୋଲି । ଗୋଟିଏ ପରିବାରର ଦୁଇ ଦୁଇ ଜଣ ଆଉ ଏ ଦୁନିଆରେ ନାହାନ୍ତି । ଆଗ ପଛ ହୋଇ ଚାଲିଗଲେ ବାପା ପୁଅ । ସତରେ ଛାତି ଫାଟିଗଲା ଭଳି ଏ […]

Read More Text.

୩ ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ

ଭୁବନେଶ୍ବର: ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ୪ ବର୍ଷରେ ପାଉଁଶ ହେଲାଣି ୫୩ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ । ସେହିପରି ଗତ ୩ ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ । ବିଧାନସଭାରେ ଏପରି ସାଂଘାତିକ ରିପୋର୍ଟ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ବେହେରା ଜଙ୍ଗଲ ପ୍ରସଙ୍ଗରେ ଲିଖିତ ପ୍ରଶ୍ନ ପଚାରିଥିଲେ । ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ […]

Read More Text.

ନିଆଁରେ ପୋଡି ହୋଇ ନାବାଳକ ଜୀବନ୍ତ ଦଗ୍ଧ

ରାଉରକେଲା: ରାଉରକେଲାର ଏକ ପୂଜା ମଣ୍ଡପରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଜଣେ ୧୨ ବର୍ଷୀୟ ବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ନିଆଁ ଲାଗିବା ସମୟରେ ବାଦଲ ମହାରଣା ନାମକ ଜଣେ ପିଲା ସେକ୍ଟର-୭ ସ୍ଥିତ ମଣ୍ଡପରେ ଖେଳୁଥିଲେ। ତାଙ୍କ ସହ ଅନ୍ୟ ତିନି ଜଣ ପିଲା ଖେଳୁଥିବା ବେଳେ ନିଆଁ ଲାଗିବାରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ବାଦଲ ନିଆଁରେ ଫସି ଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ଖବର ପାଇ […]

Read More Text.

ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲା, ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କୋର୍ଟ-୨ ।  ଆଜି ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି ।  ଏଡିଜେ କୋର୍ଟ-୨ ପକ୍ଷରୁ ପ୍ରକାଶିତ ରାୟରେ ଦୋଷୀ ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି । ସୂଚନା ଅନୁସାରେ ଜଟଣୀରେ ୨୦୧୭ […]

Read More Text.

ଏସ୍‌ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟଙ୍କ ନୋଟିସ୍

କଟକ: କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍‌ ଉପରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଥାଏ। କିନ୍ତୁ ଯେତେବେଳେ ଏହି ଭରସା ତୁଟିଯାଏ ସେତେବେଳେ କେବଳ ଏହି ହସ୍ପିଟାଲ୍‌ର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠେନି ବରଂ ପୂରା ଅନୁଷ୍ଠାନ ଉପରେ ଥିବା ବିଶ୍ୱାସ ଦୋହଲିଯାଏ। ତେଣୁ ଏଭଳି ଏକ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ଏସ୍‌ସିବି ଅଧୀକ୍ଷକଙ୍କୁ ଜବାବ […]

Read More Text.

ପିଇଓ ସ୍ତ୍ରୀଙ୍କ ପାଇଁ ସ୍ବାମୀ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ଜାଲରେ ପତି-ପତ୍ନୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି । ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ। ଜଣେ ଗରିବ ଲୋକଙ୍କଠାରୁ ପିଇଓ ମାଡମ୍ ନିଜ ସ୍ବାମୀଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜ୍ଞାନ ପଞ୍ଚାୟତ ଅଫିସରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ନୁପୁର […]

Read More Text.

ରୋଲରରେ ଚାପିହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାମାକ୍ଷାନଗର: କାମାକ୍ଷାନଗର ରେକୁଳାରେ ସଡ଼କ ଦୁର୍ଘଟଣାରେ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କାମାକ୍ଷାନଗର ବିଧାୟକ, ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।  ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଥିବା […]

Read More Text.

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ୨୦୦୨ ପୂର୍ବରୁ ପାଠ ପଢ଼ିବା ସମୟରୁ ଅନୁସୂଚିତ ଜାତି ଭାବେ ସମସ୍ତ ସରକାରୀ ସୁବିଧା ନେଇଛନ୍ତି । ଯାହାକି ବେଆଇନ। […]

Read More Text.