IMG 20261012 WA0287

 ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ମୋଟ ୧୫୮ଟି ଅଭିଯୋଗ ମଧ୍ୟରୁ ୧୨ ଅଭିଯୋଗର ହେଲା ତତ୍କାଳ ସମାଧାନ ବାରିପଦା: ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ କୁମାର ଡୁଙ୍ଗ ଡୁଙ୍ଗ  ପ୍ରମୁଖ […]

Read More Text.
New governor

ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର : ୬ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ଓ ଅଦଳବଦଳ ।  ବଦଳିଲେ ଓଡିଶାର ରାଜ୍ୟପାଳ ।  ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ ।  ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତି ଓ ଅଦଳବଦଳ କରିଥିବା କୁହାଯାଇଛି। ସୂଚନା ଅନୁଯାୟୀ, ସିକ୍କିମର ବର୍ତ୍ତମାନ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳର ନୂଆ ରାଜ୍ୟପାଳ […]

Read More Text.
Cm

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ, ସଂଗଠନ ସଜାଡ଼ିବା ଦିଗରେ ଗୁରୁତ୍ବ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ ।  ବୈଠକ ନେଲେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ। ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ମନ୍ତ୍ରୀ ବିଧାୟକ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କଲେ l ଆଗକୁ ପୌର ଓ ପଂଚାୟତ ନିର୍ବାଚନ ରହିଥିବା ବେଳେ ସୌଦlନ ସିଂଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ଗୁରୁତ୍ୱପୂର୍ଣ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୌଦlନ ସିଂଙ୍କ ଭେଟଘଟକୁ ନେଇ ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି,ରାଜ୍ୟରେ ସଂଗଠନକୁ ତୃଣମୂଳ […]

Read More Text.
Student

ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ଅସନ୍ତୋଷ

ବାରିପଦା: ବାରିପଦା ଐତିହ୍ୟ କୋଠାରୁ ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବାରିପଦା ବଡ଼ବଜାର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେବା ସହ ସ୍ଥାନାନ୍ତର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି । କଲେଜର ପୁରାତନ ଐତିହ୍ୟ କୋଠାକୁ ଅସୁରକ୍ଷିତ ଘୋଷଣା କରାଯିବା ପରେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । କଲେଜକୁ ସହର ବାହାରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଗ୍ରହଣ […]

Read More Text.
Raid

୩ ହଜାର କେଜିର ନକଲି ମସଲା ସହ ମେସିନ୍ ଜବତ

ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ୍ । ବଡ଼ ନକଲି ମସଲା କରାଖାନା ଉପରେ ବଡ଼ବଜାର ଥାନା ପୋଲିସର ଚଢ଼ାଉ । ୩ ହଜାର କେଜି ନକଲି ମସଲା ସହ ୪ ମେସିନ୍ ଜବତ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ଓ ପ୍ରହଲ୍ଲାଦ ନଗରରେ ସ୍ଥିତ ନକଲି ମସଲା କାରଖାନା ଉପରେ ଚଢ଼ାଉ କରିଛି ପୋଲିସ୍ । କାରଖାନା ମଧ୍ୟରେ ଗଚ୍ଛିତ ଥିବା ବସ୍ତା ବସ୍ତା ନକଲି ହଳଦୀ ଓ ଲଙ୍କାଗୁଣ୍ଡା । ପ୍ରାୟ ୩ […]

Read More Text.
MixCollage 12 Oct 2026 10 45 AM

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ABEOଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର : ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ପି. ନୂଆଗାଁରେ ଥିବା ଦୁଇ ମହଲା କୋଠା ଓ ଅନ୍ୟ ଏକ କୋଠାରେ ଚଢ଼ାଉ ହେଉଛି । ସେହିପରି ଗଞ୍ଜାମ ଜିଲ୍ଲା ବୁରୁଝରି ଏବଂ ଭୁବନେଶ୍ୱରର […]

Read More Text.
IMG 20261011 WA0275

ପିସିପୁର ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଖିଳ ଉତ୍କଳ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ କଲ୍ୟାଣ ସଙ୍ଘ, ଓଡିଶା ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ମୟୁରଭଞ୍ଜ ଉପରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ୬ଷ୍ଠ ରୁ ୮ମ ଶ୍ରେଣୀର ୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ୭ମ ଶ୍ରେଣୀର ସଞ୍ଜୟ କୁମାର ବେହେରା ୧ମ, ୮ମ ଶ୍ରେଣୀର ବଡ ନାଏକ ୨ୟ […]

Read More Text.
IMG 20261011 WA0268

ମୟୂରଭଞ୍ଜର ଗର୍ବ ପାର୍ବତୀଙ୍କୁ ପୁଣି ଭାରତୀୟ ଦଳରେ ସୁଯୋଗ

ବାରିପଦା :  ଗ୍ରାମାଞ୍ଚଳର ମାଟିରୁ ଆରମ୍ଭ କରି ଭାରତୀୟ ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଇଥିବା ମୟୂରଭଞ୍ଜର ଝିଅ ପାର୍ବତୀ ହାଁସଦା ପୁଣି ଥରେ ଭାରତୀୟ ମହିଳା ରଗ୍‌ବୀ ଦଳରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କାର କଲମ୍ବୋଠାରେ ଅକ୍ଟୋବର ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗ୍‌ବୀ ଏମିରେଟ୍ସ ସେଭେନ୍ସ ସିରିଜ୍‌ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ନିକଟରେ ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍ […]

Read More Text.
IMG 20261011 WA0285

ଜନ୍ତରମନ୍ତର ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଦମନର ପ୍ରତିବାଦ 

ବାରିପଦା: ଗଣତନ୍ତ୍ର ହତ୍ୟାକାରୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ ଦାବିରେ ଦିଲ୍ଲୀ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆସିଥିବା ଏବଂ ଆସୁଥିବା ଯୁବ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସର ଅମାନବୀୟ ଦମନଲୀଳା ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରତିବାଦ ସଭା ସାଥୀ ରଘୁନାଥ ପଣ୍ଡାଙ୍କ ସଭାପତିତ୍ବରେ ବାରିପଦା ବସ୍ ଷ୍ଟାଣ୍ଡରେ ଅନୁଷ୍ଠିତ ହୋଇ ଯାଇଛି। ଗତ ୧୦ ତାରିଖ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ଦ୍ଵାରା ନିର୍ଧାରିତ ପ୍ରଦର୍ଶନ ସ୍ଥଳ […]

Read More Text.
IMG 20261011 WA0296

ମୟୂରଭଞ୍ଜର ୧୯୬ ତୀର୍ଥଯାତ୍ରୀଙ୍କ ବାରାଣସୀ ଓ ଅଯୋଧ୍ୟା ଯାତ୍ରା ଆରମ୍ଭ

ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ତୀର୍ଥଦର୍ଶନ ଭେଟି ବାରିପଦା: ରାଜ୍ୟ ସରକାରଙ୍କ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ମୟୂରଭଞ୍ଜ ଜିଲ୍ଲାର ୧୯୬ ଜଣ ବରିଷ୍ଠ ନାଗରିକ ବାରାଣସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି । ବାରିପଦା ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ସବୁଜ ପତାକା ଦେଖାଇ ଯାତ୍ରାର […]

Read More Text.