Mso facility 750x375 1

ଓଡ଼ିଶାରେ ପ୍ରଥମ ଏମ୍. ଆର୍. ଓ. ସୁବିଧା ସ୍ଥାପନ ହେବ

ଭୁବନେଶ୍ବର: ବିମାନ ଚଳାଚଳ ଭିତ୍ତିଭୂମିକୁ ଏକ ରଣନୈତିକ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନଃସ୍ଥାପନ (ଏମ. ଆର. ଓ.) ସୁବିଧା ପ୍ରତିଷ୍ଠା ପାଇଁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି। ଯାହା ବିମାନ ଚଳାଚଳ ସହ ଜଡ଼ିତ ଆର୍ଥିକ ଇକୋସିଷ୍ଟମ ସୃଷ୍ଟି କରିବାରେ ଏକ ବଡ଼ ପଦକ୍ଷେପ। ସ୍ୱଳ୍ପ ସମୟ ମଧ୍ୟରେ ଏହି ନୀତି ଉଭୟ ବିଶ୍ୱ ତଥା ଘରୋଇ ସ୍ତରରେ ଓଡ଼ିଶାର ବିମାନ ଚଳାଚଳ ପଦଚିହ୍ନକୁ ଉଲ୍ଲେଖନୀୟ ଭାବରେ […]

Read More Text.
Croco

ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର, ଖେଳ ପଡିଆରେ ବୁଲିଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର। କେନ୍ଦ୍ରାପଡାର ବନ୍ୟା ଅଞ୍ଚଳରେ କୁମ୍ଭୀର ଆତଙ୍କ l ଆଜି ପୁଣି ଥରେ କୁମ୍ଭୀର ନଦୀକୂଳରେ ବୁଲୁଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତର ଜେନାପାଟଣା ଗାଁରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ବ୍ରାହ୍ମଣୀ ନଦୀରୁ କୁମ୍ଭୀର ଉଠି ଆସି ଗାଁରେ ଥିବା ଖେଳ ପଡିଆରେ ବୁଲୁଥିବା ନଜରକୁ ଆସିଛି । ଜଳସ୍ତର କମୁଥିବାରୁ କୁମ୍ଭୀରଟି ଯାଇ ନପାରି ଖେଳ ପଡିଆରେ ରହିଯାଇଥିବା ଅନୁମାନ କରାଯାଉଛି।

Read More Text.
School

୪୬ ମିଶ୍ରଣ ସ୍କୁଲରୁ ତାଲା ଖୋଲିଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ଖୋଲିଲା ୪୬ଟି ମିଶ୍ରଣ ସ୍କୁଲ । ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି । ଖୁବ୍‌ଶୀଘ୍ର ଆଉ ୪ଟି ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳରେ ସର୍ବାଧିକ ୨୨ଟି ଥିବାବେଳେ ଦେଓଗଡ଼ରେ ୧୦ଟି ବରଗଡ଼ରେ ୭ଟି, ଯାଜପୁରରେ ୪ଟି ଓ ଖୋର୍ଦ୍ଧାରେ ୩ଟି ସ୍କୁଲ ରହିଛି । ଏହାବାଦ୍‌ […]

Read More Text.
Balanga

ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣା, ବଳଙ୍ଗା ଥାନାରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍

ବଳଙ୍ଗା : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବଳଙ୍ଗା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚର ୫ ଜଣିଆ ସ୍ବତନ୍ତ୍ର ଟିମ୍ ତନାଘନା ତଦନ୍ତ ଜାରି ରଖିଛି । ଏହା ପରେ କ୍ରାଇମବ୍ରାଞ୍ଚ ଟିମ ସ୍ପଟକୁ ଯାଇଛି । ଏପଟେ ବଳଙ୍ଗା ଅଞ୍ଚଳର ୩ଟି ପୃଥକ ପୃଥକ ସ୍ଥାନରେ ତଦନ୍ତ ଚଳାଇଛି ପୋଲିସର ୩ଟି ସ୍ବତନ୍ତ୍ର ଟିମ । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଛି । ଦୁଇ ସାଙ୍ଗଙ୍କ ଘରେ […]

Read More Text.
Cm mohan majhi

ଠକ ଏଜେଣ୍ଟ କଥାରେ ଫସିଗଲେ ନିଆଳିର ୪ ଯୁବକ;ମ୍ୟାମାରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

ଭୁବନେଶ୍ବର:ଠକ ଏଜେଣ୍ଟ କଥାରେ ଫସିଗଲେ ଓଡିଆ ଯୁବକ । ନିଆଳିର ୪ଜଣ ଯୁବକଙ୍କୁ ହଙ୍ଗକଙ୍ଗ୍‌ର ଏକ ଫୁଡ୍ ପ୍ୟାକେଜିଂ କମ୍ପାନିରେ କାମ କରିବାକୁ କହି ଜଣେ ଏଜେଣ୍ଟ ନେଇଯାଇଥିଲେ।ଉକ୍ତ ଏଜେଣ୍ଟ ଅଧିକ ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ମ୍ୟାମାର୍‌ ଦେଶକୁ ନେଇ ସେମାନଙ୍କୁ ସାଇବର ଠକେଇ କାର୍ଯ୍ୟରେ ଲଗାଇଥିଲେ। କିନ୍ତୁ ଉକ୍ତ ଯୁବକମାନେ ସେଥିରେ ରାଜି ନ ହେବାରୁ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା । ଅକଥନୀୟ ନିର୍ଯାତନାର ସମ୍ମୁଖୀନ ହୋଇ ଯୁବକମାନେ ସେମାନଙ୍କ […]

Read More Text.
Dfo 1

ଦ୍ଵିତୀୟ ଦିନରେ ଡିଏଫଓ ନିତ୍ୟାନନ୍ଦଙ୍କ ଘରେ ଚଢ଼ାଉ ଜାରି

କେଉଁଝର : ଦ୍ଵିତୀୟ ଦିନରେ ମଧ୍ୟ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।  ଶାଗୁଆନ କାଠର ଘର କରଣା ସାମଗ୍ରୀର ଆକଳନ କରୁଛି ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ। ଅନୁଗୁଳ ଚଢ଼ାଉ ପରେ ନିତ୍ୟାନନ୍ଦ ନାୟକଙ୍କୁ କେଉଁଝର ନେଇଛି ଭିଜିଲାନ୍ସ। ସେଠାରେ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରାଯିବ। ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟବସାୟୀକ ଜମା ନେଇ ଯାଞ୍ଚ କରୁଛି ଏକ ଟିମ ।  ସ୍ଥାବର ସମ୍ପତ୍ତିର ମୁଲ୍ୟ ନେଇ ଆକଳନ […]

Read More Text.
Screenshot 2025 07 21 142442

ରେଭେନ୍ସା ରାଗିଂ ଘଟଣାର ନାଟକୀୟ ମୋଡ଼: କେହି ରାଗିଂ ଅଭିଯୋଗ କରିନାହାଁନ୍ତି କହିଲେ ପ୍ରଥମ ବର୍ଷ ଛାତ୍ର

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗର ନାଟକୀୟ ମୋଡ଼। କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ଛାତ୍ରଙ୍କ ଧାରଣା। ଉଭୟ ୟୁଜି ପ୍ରଥମ ଓ ତୃତୀୟ ବର୍ଷ ଛାତ୍ର ଦେଇଛନ୍ତି ଧାରଣା। କେହି ରାଗିଂ ଅଭିଯୋଗ କରିନଥିବା କହିଲେ ପ୍ରଥମ ବର୍ଷ ଛାତ୍ର। ସୂଚନା ଅନୁସାରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ଥିଲା। ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିଲା। ଅନ୍ୟପଟେ ରେଭେନ୍ସାରେ ରାଗିଂ ଘଟଣା ନେଇ […]

Read More Text.
Screenshot 2025 07 21 141741 750

ସରଣ୍ଡା ଜଙ୍ଗଲରୁ ଜବତ ହେଲା ମାଓ ବିସ୍ଫୋରକ ସାମଗ୍ରୀ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ। ବିପୁଳ ଆଇଇଡି ସହ ହ୍ୟାଣ୍ଡ ଗ୍ରେନେଡ ଏବଂ ବିସ୍ଫୋରକ ପାଉଡର ଜବତ କଲା ସୁରକ୍ଷା ବାହିନୀ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ମାଓ ଗତିବିଦ୍ଧି ଉପରେ ନଜର ରଖିଛି ଝାଡ଼ଖଣ୍ଡ ପୋଲିସ। ସରଣ୍ଡା ଜଙ୍ଗଲରେ ଜୋରଦାର ଭାବେ ଚାଲିଛି ମାଓ ବିରୋଧୀ ସର୍ଚ୍ଚ ଅପରେସନ। ଯବାନଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ IED ଖଞ୍ଜା ଯାଇଥିଲା । ଓଡ଼ିଶା ଝାଡ଼ଖଣ୍ଡ […]

Read More Text.
Balasore fm college

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ, ଘେରିଲା ଆରଡିସି କାର୍ଯ୍ୟାଳୟ

ବାଲେଶ୍ବର : ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ ।  ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ଦାବିରେ ଆରଡିସି କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ପ୍ରତିବାଦ କରି ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । […]

Read More Text.
Delhi aiims

ଅକ୍ସିଜେନ ସପୋର୍ଟ ସିଷ୍ଟମରେ ବଳଙ୍ଗା ପୀଡ଼ିତା, ସୂଚନା ଦେଲା ଦିଲ୍ଲୀ ଏମ୍ସ

ପୁରୀ : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ସ୍ପେଶାଲ ଟିମ୍ ।  ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘରେ ସ୍ବତନ୍ତ୍ର ଟିମ୍ ପହଞ୍ଚି ଛାନଭିନ କରୁଛି ।  ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରୁଛି  । କେଉଁଠୁ ଆସିଲା ରୁପା ମୁଦି ଛାନବିନ କରୁଛି ପୋଲିସ  ।   ପୀଡ଼ିତାଙ୍କ ସାଙ୍ଗ ଘରେ ଚାଲିଛି ପଚରାଉଚରା  ।  ସେଠାରୁ କିଛି ତଥ୍ୟ ମିଳିବା ଆଶାରେ ଚାଲିଛି ସନ୍ଧାନ।  ପୁରୀ ଅତିରିକ୍ତ SP, ପିପିଲି SDPO ସମେତ ସ୍ପେଶାଲ […]

Read More Text.