Img 20250813 wa0183

ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ସମ୍ଭନ୍ଧୀୟ ସଚେତନତା ରଥ ଶୁଭାରମ୍ଭ

ବାରିପଦା – ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ  ବିପର୍ଯୟ ପରିଚାଳନା କତୃପକ୍ଷ, ମୟୂରଭଞ୍ଜଙ୍କ ତରଫରୁ ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ପାଇଁ  ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି ଉକ୍ତ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ଶ୍ରଦ୍ଧା ସୁମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ରଥ  ସହରରେ ପରିକ୍ରମା କରି ଲୋକଙ୍କୁ  ବଜ୍ରପାତରୁ […]

Read More Text.
Img 20250813 wa0164

ବାରିପଦା ଠାରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳିତ

ବାରିପଦା -୧୩.୦୮- ଅଙ୍ଗଦାନ ଏକ ମହତ୍ ଦାନ । ପ୍ରତିବର୍ଷ ଅଗଷ୍ଟ ମାସର ୧୩ ତାରିଖ ରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ । ମୃତ୍ୟୁ ପରେ, ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ  କରିବା ଏହି ଦିବସର ଉଦ୍ଦେଶ୍ୟ । ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଯିଏକି ଅନ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଵଇଚ୍ଛାରେ ନିଜ ମୃତ ପୁତ୍ରର ଅଙ୍ଗ ଦାନ […]

Read More Text.
Img 20250813 wa0190

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତିରିଙ୍ଗ୍ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ବାରିପଦା:  ଶୋଷଣ, କଷଣ, ଅତ୍ଯାଚାରରୁ ମୁକ୍ତି ସହ ସମାଜବାଦୀ ସମାଜ ଗଠନ ଦିଗରେ ନିଷ୍ଠାପର ସଂଘର୍ଷରେ, ତ୍ୟାଗ ଓ ଆତ୍ମ ଵଳିଦାନର ଶହେ ବର୍ଷରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ତିରିଙ୍ଗ୍ ଆଞ୍ଚଳିକ ସମ୍ମିଳନୀ ଆଜି ବଡ଼ସାଦମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ତ୍ରୀନାଥ ପାତ୍ର ସମ୍ମିଳନୀର ପତାକା ଉତ୍ତୋଳନ କଲା ପରେ ପାର୍ବତୀ ମୁର୍ମୁ,  ଶରତ ବିନ୍ଧାଣୀ ଓ ଦୁର୍ଗା ମାରାଣ୍ଡିଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚିଳନା କରିଥିଲେ। ଏହି […]

Read More Text.
Trump 2

ଟାରିଫ୍‌-ଟେନ୍‌ସନ୍‌ ; ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ କରିବାର କାରଣ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ରେ ଅଂଶଗ୍ରହଣ କରିବା । ତେବେ ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

Read More Text.
Minister

ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ‘ସେଫ୍ କ୍ୟାମ୍ପେନ୍’

ଭୁବନେଶ୍ବର: ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ସେଫ୍ କ୍ୟାମ୍ପେନ୍’ କରିବ ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଶକ୍ତିଶ୍ରୀ ସ୍କିମରେ ସେଫ କ୍ୟାମ୍ପନ ଭଳି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ କରିବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟଜନକ […]

Read More Text.
Vigilance

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ

ରାୟଗଡ଼ା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ ।  ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ।  ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ ଗରିବ ଚାଷୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି କୁଞ୍ଜବିହାରୀ । ପାର୍ଟିଫିକେଟ ଦେବା ପାଇଁ ସେ ୬ ହଜାର ଟଙ୍କା ମାଗିଥିଲେ ।  ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୩ ହଜାର ଟଙ୍କା ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ […]

Read More Text.

ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ୪ଘଣ୍ଟା ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ଭାଦ୍ରବ କୃଷ୍ଣପକ୍ଷ ତିଥି ବା ରେଖା ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ । ଏହି ନୀତି ସମୟରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ ।  ମହାପ୍ରଭୁଙ୍କ ଏହି ଗୁପ୍ତନୀତି ପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ […]

Read More Text.
Adava

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣ, ମାଓବାଦୀ ଲିଙ୍କ୍ ଅଭିଯୋଗରେ ଶିକ୍ଷକ ଗିରଫ

ଗଜପତି: ଅଡବା ଥାନା ଅନ୍ତର୍ଗତ ନୂଆଖଜୁରୀପଦାରେ ବୁଧବାର ପୁଲିସ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ରହିଛି। ସୂତ୍ର ଅନୁଯାୟୀ, ପ୍ରତାପ ୨୦୦୮ରୁ ସରକାରୀ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ୨୦୧୧ ଓ ୨୦୧୩ରେ ମାଓବାଦୀ ହିଂସା ଘଟଣା ସହ ଜଡ଼ିତ ଦୁଇଟି ଓ୍ଵାରେଣ୍ଟରେ ତାଙ୍କ ନାମ ଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି, ପ୍ରତାପଙ୍କର ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ମାଓବାଦୀ […]

Read More Text.
Deaths in kathajodi

ଗଣେଶ ପୂଜା ପାଇଁ ମାଟି ଆଣିବା ବେଳେ ଅଘଟଣ: କାଠଯୋଡ଼ିରେ ବୁଡି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

କଟକ: ଆସୁଛି ଗଣେଶ ପୂଜା । ଆଉ ଦିନ କେଇଟା ପରେ ଆସିବେ ଗଣପତି ବାପ୍ପା । ସେଥିପାଇଁ ଚାରିଆଡେ ଖୁସିର ମାହୋଲ । ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଗଣେଶ ପୂଜା ପାଇଁ ମାଟି ଆଣିବାକୁ କାଠଯୋଡ଼ି ଯାଇଥିଲେ କିଛି ସାଙ୍ଗ । ପ୍ରଭୁ ଗଣେଶଙ୍କ ପୂଜା ପାଇଁ ମାଟି ଆଣିବେ । ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ପୂଜାକୁ ଯିବେ । କେତେ ମଜା ଖୁସି କରିବେ । ଏମିତି କେତେ […]

Read More Text.
Mohan majhi cm

ଜାତି ପ୍ରମାଣପତ୍ରରେ ଏଣିକି ହେବନି ‘ହରିଜନ’ ଶବ୍ଦର ବ୍ୟବହାର, ଏସ୍‌ସି/ ଏସଟି ଉନ୍ନୟନ ବିଭାଗର ଚିଠି

ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ “ହରିଜନ” ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ “ହରିଜନ” ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ ।  ଏସ୍‌ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଚିଠି ଦିଆଯାଇଛି ।  ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି […]

Read More Text.