Image 2025 09 28t095245.745

ପୂଜା ପାଇଁ ଟ୍ବିନ୍ ସିଟିରେ ଲାଗୁ ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଶାରଦୀୟ ଦଶହରା ପାଇଁ ଟ୍ବିନ ସିଟିରେ ଆଜିଠୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି । କଟକ ସହରରେ ଦିନ ୨ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି । ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ ପୋଲିସ । କଟକ ସହରରେ […]

Read More Text.
Jagannath temple 750x396 1

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ପଲଙ୍କ ବିଜେ ପୂର୍ବରୁ ହେଲା ଆଳତି

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଥିବା ସୂଚନା ରହିଛି । ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି । ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା । ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି । ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ […]

Read More Text.
Img 20250927 wa0189

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ  କେନ୍ଦୁଆ ଗ୍ରାମ ର ଅସିତ ବେହେରା  (25) କୁ  ଦଫା 6 ଅଫ ପୋକ୍ସ ଆକ୍ଟ   ଅନୁଯାୟୀ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ)  ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ […]

Read More Text.
Img 20250927 wa0211

ବାରିପଦା କଳାକାର ସଂଘ ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

ବାରିପଦା :: ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର  ସଙ୍ଘ ତରଫରୁ ୩୮ତମ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇଯାଇଛି I ଓଡିଶା ନାଟ୍ୟ ସଙ୍ଘର ଉତ୍ତର ଓଡିଶା ଜୋନର ଉପସଭାପତି ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ଓ଼ମଂ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା ଅତିଥି ଭାବେ ଯୋଗ ଦେଇ ମଞ୍ଚ ନାଟକ ପ୍ରତି ନାଟ୍ୟ […]

Read More Text.
Img 20250927 wa0214

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

ବାରିପଦା – ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୟୂରଭଂଜ ଜିଲ୍ଲାର ଦୁର୍ଗମ ପଛୁଆ ବିଶୋଇ ଵ୍ଳକର ଲୁହାକାନି ପଞ୍ଚାୟତର  କୁଆଝରି  ଗ୍ରାମର ପାର୍ବତୀ ମାର୍ଣ୍ଡୀ ୩୫୨ ତମ ସ୍ଥାନରେ ସଫଳତା ହାସଲ କରି ଅଞ୍ଚଳର ଗୌରବ ଆଣିଛନ୍ତି ।ସେ  ଅବସରପ୍ରାପ୍ତ ଡିଫେନ୍ସ କର୍ମଚାରୀ ନର୍ସିଂ ମାର୍ଣ୍ଡୀ ଏବଂ ମାତା ସୁଗୃହିଣୀ ସିଙ୍ଗୋମଣି ମାର୍ଣ୍ଡୀ ଙ୍କ ଦିତୀୟ କନ୍ୟା ।ବିଶୋଇ ବ୍ଳକର ଆଦିବାସୀ ଲଳନା ଉଚ୍ଚ ଶିକ୍ଷିତା ପାର୍ବତୀ ରାଇରଙ୍ଗପୁର କନ୍ୟାଶ୍ରମ ରେ ୨୦୧୭ ମସିହାରେ ମ୍ୟାଟ୍ରିକ ପାଶ୍ […]

Read More Text.
Qqww

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା

ବିଶ୍ବସ୍ତରୀୟ ଗବେଷଣାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି। ୨୦୨୫ ମସିହାରେ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଏବଂ ଏଲ୍‌ସେଭିୟରର ଶୀର୍ଷ ୨% ସାଇଣ୍ଟିଷ୍ଟ ରାଙ୍କିଙ୍ଗରେ ବିଶ୍ବବିଦ୍ୟାଳୟର ଦୁଇଜଣ ସୁଯୋଗ୍ୟ ଅଧ୍ୟାପକ ସ୍ଥାନ ପାଇପାରିଛନ୍ତି। ଏହି ବିଶ୍ବସ୍ତରୀୟ ଯୋଗ୍ୟତା ସମ୍ପନ୍ନ ତାଲିକାକୁ ସ୍କୋପସ୍ ସାଇଟେଶନ ଡାଟାକୁ ଭିତ୍ତିକରି ଉଭୟ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ଏଲ୍‌ସେଭିୟର ମିଳିତଭାବେ ପ୍ରସ୍ତୁତ କରିଥାନ୍ତି। ଏଥିରେ ୨୨ଟି ବୈଜ୍ଞାନିକ ବିଷୟ ଏବଂ ୧୭୪ଟି ଉପଶାଖାରେ ବୈଜ୍ଞାନିକମାନଙ୍କର ସନ୍ଦର୍ଭ, ଏଚ୍-ଇଣ୍ଡେକ୍ସ, ଏବଂ […]

Read More Text.
Cuttack durga puja

ଦୁର୍ଗା ପୂଜା ସମୟରେ  ସହରରେ ଯାନବାହାନ ଚଳାଚଳ ନିୟନ୍ତ୍ରଣ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

ବାରିପଦା: ପବିତ୍ର ଦୁର୍ଗା ପୂଜା ସମୟରେ ସହରରେ ଅଧିକ ଜନସମାଗମ ହେବା ଓ ଅଧିକ ଯାନବାହନ ଚଳାଚଳ ହେବାର ସମ୍ଭାବନା ରହୁଥିବାରୁ ହେତୁ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଥି ସହିତ ଗହଳି ଓ ଅଧିକ ଯାନବାହନ ଚଳାଚଳ ପାଇଁ ରାସ୍ତା ଜାମ ହେବାର ସମ୍ଭାବନା ଥିବାରୁ, ଏଥିପାଇଁ ଆପତ୍ତ କାଳୀନ ସେବା ଯୋଗାଇବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହିସବୁ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଭକ୍ତ, ଶ୍ରଦ୍ଧାଳୁ, ଦର୍ଶନାର୍ଥୀ ମାନେ ଦେବୀଙ୍କ […]

Read More Text.
Heavy rain 2

ଆସନ୍ତା ୧ରେ ଆଉ ଏକ ଲଘୁଚାପ !

ଭୁବନେଶ୍ଵର :​‌  ପାର୍ବଣକୁ ଫିକା କରିପାରେ ଲଘୁଚାପ ଜନିତ ବର୍ଷା। ଆସନ୍ତା ୧ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ଆଣ୍ତାମାନ୍ ସାଗରରେ ନୂଆ ଘୂର୍ଣ୍ଣିବଳୟ ପ୍ରବେଶ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ସେପଟେ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ […]

Read More Text.
Presentat 1

ନଦୀରେ ଜଳସ୍ତର ବଢୁଛି: ବନ୍ୟା ଆଶଙ୍କା ନ ଥିବା କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବେନଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବଢିବା ସମ୍ଭାବନା ରହିଛି । ଏବେ ହୀରାକୁଦର ୧୦ଟି ଗେଟ୍‍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ୨୦ଟି ଗେଟ୍‍ ଦେଇ […]

Read More Text.
65

ଦବିଲା ତେଲ ନଦୀ ପୋଲ: ଭବାନୀପାଟଣାରୁ ଖଡ଼ିଆଳ ଗାଡି ଚଳାଚଳ ବନ୍ଦ

ଭବାନୀପାଟଣା: ଭବାନୀପାଟଣାରୁ ଖଡ଼ିଆଳ ଦେଇ ରାୟପୁରକୁ ସଂଯୋଗ କରୁଥିବା ତେଲ ନଦୀ ପୋଲ ଦବି ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ପୋଲ ମଝିରେ ଥିବା ଏକ ସ୍ଲାବରୁ ସିମେଣ୍ଟ ଖସିବା ସହିତ ସେହି ସ୍ଥାନରେ ଖୁଣ୍ଟ ଦବିଥିବା ଦେଖିବାକୁ ମିଳିଥିଲା। ଫଳରେ ପୋଲ ଉପରେ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରଖା ଯାଇଛି। ଉଭୟ ପକ୍ଷରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି। […]

Read More Text.