ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବ, ଭକ୍ତି ଓ ବିଶ୍ୱାସର ଦେବତା: ଲେଖକ ସାମ୍ମୁଖ୍ୟର ସାହିତ୍ୟ ଉତ୍ସବରେ ବିଶିଷ୍ଟ ଅତିଥିଙ୍କ ମତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଲେଖକ ସାମ୍ମୁଖ୍ୟ, ଓଡ଼ିଶା’ ଆନୁକୂଲ୍ୟରେ  ଶୁକ୍ରବାର  ଦିନ ପୁରୀ ୟୁଥ୍ ହଷ୍ଟେଲ ସଭାଗୃହରେ ଏକ ଭବ୍ୟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଓ ମହିମା ଉପରେ ବିଶଦ ଆଲୋଚନା କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା ମହାପ୍ରଭୁଙ୍କ ସ୍ୱରୂପ ସମ୍ପର୍କରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ପଣ୍ଡା ବିଭିନ୍ନ ଉଦାହରଣ ମାଧ୍ୟମରେ […]

Read More Text.

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଜୋରିମାନା ସହ ଆଜୀବନ କାରାଦଣ୍ଡ 

ବାରିପଦା :  ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଂଘା ଥାନା ଅନ୍ତର୍ଗତ  ଶିମିଳିଡାହି( ମାନଗୋବିନ୍ଦପୁର) ଗ୍ରାମର ବାକା ଏଲିଏସ ଉମେଶ୍ଵର ସିଂ  (25) କୁ  ଦଫା  376(3) ଆଇପିସି   ଅନୁଯାୟୀ ଆଜୀବନ   ସଶ୍ରମ କାରାଦଣ୍ଡ ସମେତ ପଚାଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ […]

Read More Text.

ଜାତୀୟ ମହିଳା ଆୟୋଗ ସଦସ୍ୟା ଡା. ଅର୍ଚନା ମଜୁମଦାରଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା: ଗତ ୨୭ ତାରିଖରେ ମାନ୍ୟବର ସଦସ୍ୟ ଜାତୀୟ ମହିଳା ଆୟୋଗ ଡା. ଅର୍ଚନା ମଜୁମଦାର ଗସ୍ତ କରି ବିଭାଗୀୟ ଅଧିକାରୀଙ୍କ ସହ ମହିଳା ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ଓ ମୟୁରଭଞ୍ଜ ଜିଲ୍ଲା ଥିବା ମହିଳାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ତା ୨୮-୧୧-୨୦୨୫ରିଖ ଦିନ ମାନ୍ୟବର ସଦସ୍ୟ ଡଓ. ଅର୍ଚନା ମଜୁମ୍ଦାର ସାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳାଙ୍କ ଏକ ସଭାରେ ଭାଗନେଇ […]

Read More Text.

ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ବାରିପଦା: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଦ୍ଵାରା ପିଏମ୍ ଉଷା ଆନୁକୁଲ୍ୟରେ ‘ଓଡ଼ିଆ ଭାଷା ଓ ସାହିତ୍ୟ ଗବେଷଣା ପଦ୍ଧତିର ପ୍ରୟୋଗବିଧି’ ବିଷୟରେ ଆୟୋଜିତ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ସାହିତ୍ୟିକା ତଥା ଗବେଷିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ଥାନୀୟ ମହନୀୟତାକୁ କିପରି ଗବେଷଣା ମାଧ୍ୟମରେ ବିଶ୍ଵଦରବାରରେ ପହଞ୍ଚାଯାଇ […]

Read More Text.

ଅଭିନେତା ହେବାର ସ୍ବପ୍ନ ଦେଖିଛନ୍ତି ଶିଶୁ କଳାକାର ଆୟୁଷ 

ବାରିପଦା : ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ନାଟ୍ୟସଙ୍ଘର ମିଳିତ ଆନୁକୂଲ୍ୟରେ ତଥା ବାରିପଦା କଳାକାର ପରିବାରର ସହଯୋଗରେ ବାରିପଦାରେ ଏକ ୧୫ ଦିନିଆ ନାଟ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ଧୀର ବସାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ତାଲିମ ନେଇଥିବା ୨୦ ଜଣ ଯୁବକ ଯୁବତୀଙ୍କୁ ନେଇ ଏକ ନାଟକ ସହିଦ ଭବନରେ ମଞ୍ଚସ୍ଥ ହୋଇଥିଲା […]

Read More Text.
Img 20251129 wa0198

ସିପିଆଇର ମୟୁରଭଞ୍ଜ ଜିଲ୍ଲା ପରିଷଦ ବୈଠକ, ୧୮ ଡିସେମ୍ବର ବାଲେଶ୍ଵରରେ ଶତବାର୍ଷିକୀ ସମାରୋହ ପାଇଁ ପ୍ରସ୍ତୁତି

ବାରିପଦା: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୁରଭଞ୍ଜ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ଶାଖା, ଜୋନ, ଜିଲ୍ଲାରେ ପାର୍ଟିର ଶତବାର୍ଷିକୀ ପାଳନ ସହ ୧୮ ଡିସେମ୍ବର ବାଲେଶ୍ଵରଠାରେ ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ନେଇ ଆଞ୍ଚଳିକ ସ୍ତରର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହେଉଥିବା ରୁ ଏହାର ସଫଳତା ପାଇଁ ସ୍ଵତନ୍ତ୍ର ନିଷ୍ପତ୍ତି ହୋଇଅଛି। ଏହି ବୈଠକକୁ ସିପିଆଇ ର ନବନିର୍ବାଚିତ ରାଜ୍ୟ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଉଦ୍ଘାଟନ କରି ଦେଶର […]

Read More Text.

ରାସନକାର୍ଡ କଟିବା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ ।  ରାସନକାର୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି। ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ବିଜେଡି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜଣେ ଗରିବ ଲୋକଙ୍କ ରାସନ କାର୍ଡ କଟାଯାଇ ନାହିଁ ।  ସେହିପରି ଟାଟା ପାୱାର ଉପଭୋକ୍ତାଙ୍କ ଠାରୁ ଅଧିକ ଟାରିଫ ଆଦାୟ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ […]

Read More Text.

୩୪୦ ଚୋରି ମୋବାଇଲ ଜବତ କଲା ବ୍ରହ୍ମପୁର ପୋଲିସ, ୪ ଗିରଫ

ବ୍ରହ୍ମପୁର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କୌଣସି ସୂତ୍ରରୁ ଖବର ପାଇ ବଡ଼ ବଜ଼ାର ଥାନା ଶୁକ୍ରବାର ରାତିରେ ପୋଲିସ ଶ୍ରୀ କ୍ଷେତ୍ର ବିହାର ଠାରେ ଥିବା ଏକ ଘରୁ ପୋଲିସ ସୁଟକେଶ ଥିବା ୩୪୦ […]

Read More Text.

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ମଧ୍ୟ ପୋକ୍ସୋ ଅଦାଲତ ଖୋଲିବା ନେଇ ସୂଚନା ରହିଛି। ଏହା ସହ ଦେବଗଡ଼, ମାଲକାନଗିରି, ସୋନପୁରରେ ସ୍ବତନ୍ତ୍ର ପୋକ୍ସୋ କୋଟ୍ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ।

Read More Text.

କ୍ୟାପିଟାଲ ହସ୍ପିଟାଲରୁ ସଫେଇ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ ନାୟକ। ଏକ ଗାମୁଛାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଥିଲା। ପରମାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Read More Text.