Img 20251129 wa0197

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଜୋରିମାନା ସହ ଆଜୀବନ କାରାଦଣ୍ଡ 

ରାଜ୍ୟ

ବାରିପଦା :  ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଂଘା ଥାନା ଅନ୍ତର୍ଗତ  ଶିମିଳିଡାହି( ମାନଗୋବିନ୍ଦପୁର) ଗ୍ରାମର ବାକା ଏଲିଏସ ଉମେଶ୍ଵର ସିଂ  (25) କୁ  ଦଫା  376(3) ଆଇପିସି   ଅନୁଯାୟୀ ଆଜୀବନ   ସଶ୍ରମ କାରାଦଣ୍ଡ ସମେତ ପଚାଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି  l  ଏଥି ସହିତ ଆଦାୟ ଜୋରିମାନା ଅର୍ଥ ପୀଡିତା କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ପୀଡିତା  ର ପିତାଙ୍କ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ତାଙ୍କ ନାବାଳିକା ଝିଅ (16) କୁ ସମ୍ପର୍କୀୟ ଶଳା ଶମ୍ଭୁ ସିଂ ଘଟଣା ଘଟିବାର ଦଶ ଦିନ ପୂର୍ବରୁ ଘରର ରୋଷେଇ ଏବଂ ଅନ୍ୟାନ୍ୟ କାମରେ ସାହାଯ୍ୟ କରିବା କଥା କହି ତାଙ୍କ ଘରକୁ ନେଇଆସିଥିଲା l ଗତ 16-2-2021 ରିଖ ସନ୍ଧ୍ୟାରେ ଶମ୍ଭୁ ର ଭାଇ ଅଭିଯୁକ୍ତ ଉମେଶ୍ଵର ପୀଡିତା କୁ କିଛି ଜିନିଷ କିଣିଦେଵ ବୋଲି କହି ବଜାରକୁ ନେଇଯାଇଥିଲା l ରା଼ତ୍ରୀ ପାଖାପାଖି ଆଠଟା ସମୟରେ ବଜାରରୁ ଫେରିବା ସମୟରେ ବାଟରେ ଆଡିଆସାହି ପାଖ ଏକ କଲଭର୍ଟ ଠାରେ ମୋଟରସାଇକେଲ କୁ ଅଟକାଇ ପୀଡିତା କୁ ଜୋର ଜବରଦସ୍ତ ତଳକୁ ଟେକିନେଇ ତା ସହିତ ଦୁଷ୍କର୍ମ କରିଥିଲା l ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ଯ ଦେଇଥିଲା l  ଏ ବାବଦରେ ବୈଶିଙ୍ଘା ଥାନାରେ କେସ ନମ୍ବର 45/17-2-2021 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ  11 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି   l   ଉକ୍ତ କେସକୁ ସରକାରୀ ଅଭିଯୋଗକ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l