MLA BHASKAR MADHEI 750x430

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଦୁର୍ବ୍ୟବହାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସଙ୍ଗିନ ଥିବା ବେଳେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ସମୟରେ ଲୋକଙ୍କ ଆକ୍ରୋଶ ଏବଂ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ବନ୍ୟା ବିପନ୍ନଙ୍କ ଅବସ୍ଥା ଦେଖିବାକୁ ଯାଇଥିବା ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଏଭଳି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ […]

Read More Text.
Lokaseva bhawan

ଏଣିକି ସୋମବାର ହେବନି ସରକାରୀ ବୈଠକ, ଲୋକଙ୍କ ଅଭିଯୋଗ ଶୁଣିବେ ଅଧିକାରୀ

ଭୁବନେଶ୍ୱର: ଏଣିକି ସୋମବାର ‘No Meeting Day’। ଜରୁରୀ ନଥିଲେ ହେବନି ସରକାରୀ ବୈଠକ । ଏଣିକି ସୋମବାର ସରକାରୀ କାର୍ଯ୍ୟାଳୟରେ ଅଯଥା ବୈଠକ ହେବନି । ପ୍ରତି ସୋମବାରକୁ ‘ଅଣ ବୈଠକ ଦିବସ’ ବା ‘No Meeting Day’ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ ଜରୁରୀ ପରିସ୍ଥିତି ବ୍ୟତୀତ ସୋମବାର କୌଣସି ବୈଠକ ନରଖିବାକୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ […]

Read More Text.
Dj sound

ଗଣେଶ ଭସାଣି ବେଳେ ଡିଜେ ଭାଇବ୍ରେସନରେ ଭୁଶୁଡ଼ିଲା ଛାତ, ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ଜଟଣୀରେ ଏକ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ଦୁଃଖଦରେ ପରିଣତ ହୋଇଛି । DJର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ିଥିଲା।ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ ହୋଇଥିଲେ। ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ତୀବ୍ରକମ୍ପନ ଯୋଗୁଁ ଏହି ନିର୍ମାଣଗତ ବିଫଳତା ଘଟିଥାଇପାରେ ବୋଲି ପୋଲିସ ଅଭିଯୋଗର ତଦନ୍ତ କରୁଛି। ମୃତକ ଜଣକ ଜଟଣୀର ବାସିନ୍ଦା ଚିଣ୍ଟୁ […]

Read More Text.
IFWJ 750x430

ରାଷ୍ଟ୍ରୀୟ ସାମ୍ବାଦିକ ମହାସଂଘ ‘ଆଇଏଫ୍‌ଡବ୍ଲ୍ୟୁଜେ’ ସହ ଅନୁବନ୍ଧିତ ହେଲା ଓଡ଼ିଶାର ‘କେୟୁଡବ୍ଲ୍ୟୁଜେ’

ଭୁବନେଶ୍ବର :  ସର୍ବଭାରତୀୟ ସାମ୍ବାଦିକ ମହାସଂଘ ‘ଇଣ୍ଡିଆନ ଫେଡେରେସନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ’ (IFWJ)ର ୧୩୨ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବିହାରର ଐତିହାସିକ ବୋଧଗୟାଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ସାମ୍ବାଦିକ ସଂଗଠନ ‘କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ’ (KUWJ)କୁ ଆନୁଷ୍ଠାନିକ ଭାବେ ଆଇଏଫ୍‌ଡବ୍ଲ୍ୟୁଜେ ସହିତ ସହବନ୍ଧିତ (Affiliated) କରାଯାଇଛି। ଏହା ସହିତ ବୈଠକରେ ବରିଷ୍ଠ ସାମ୍ବାଦିକ କେ. ବିଶ୍ୱଦେବ ରାଓଙ୍କୁ ଆଇଏଫ୍‌ଡବ୍ଲ୍ୟୁଜେର ନୂତନ ରାଷ୍ଟ୍ରୀୟ ମହାସଚିବ ଏବଂ ସନ୍ତୋଷ […]

Read More Text.
IMG 20260926 WA0257

 ସାଂସଦଙ୍କ ଦ୍ଵାରା ସ୍ମାର୍ଟ ଅଙ୍ଗନବାଡ଼ି ଓ ମମତା ଗୃହ ଉଦଘାଟିତ

ବାରିପଦା :  ମୟୁରଭଞ୍ଜ ଜିଲ୍ଲା  ବଡ଼ ମହୁଲଡାହା ମାଝି ସାହିରେ ୧୫ ଲକ୍ଷ ଟଙ୍କାର  ସାଂସଦ ପାଣ୍ଠି ଅନୁଦାନରେ ଅତ୍ୟାଧୁନିକ ନୂତନ ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଏବଂ ମମତା ଗୃହ ମୁଖ୍ୟ ଅତିଥି ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ , ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶାନ୍ତ ନାଏକ , ସାଂସଦ ପ୍ରତିନିଧି ମନୋଜ ଦାସ ଙ୍କ କରକମଳରେ ଆଜି ଶନିବାର  ପୂର୍ବାହ୍ନ ୧୧ […]

Read More Text.
IMG 20260925 WA0288

ରୁଆଁସି ଗ୍ରାମର ୫୦ ଜଳବନ୍ଦୀଙ୍କୁ ଉଦ୍ଧାର କଲା ପ୍ରଶାସନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଳକର ସିମାନ୍ତ ଗୁହାଳଡାଙ୍ଗିରି ପଞ୍ଚାୟତର ରୁଆଁସି ଗ୍ରାମବାସୀ  ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ନାଳ ପାଣିରେ  ଗ୍ରାମଟି  ଶୁକ୍ରବାର ଜଳବନ୍ଦୀ ଅଵସ୍ଥାରେ ଥିଲା । ଖବର ପାଇ ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ ଏବଂ ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ  ଘଟଣାସ୍ଥଳରେ ପହଞ୍ଚି ଜଳବନ୍ଦୀ ଥିବା ୫୦ ଜଣ ଙ୍କୁ ଅଗ୍ନିଶମବାହିନୀ ଦ୍ଵାରା ଉଦ୍ଧାର କରିବା ସହ ଗୁହାଳଡାଙ୍ଗିରୀ ପଞ୍ଚାୟତରେ ଥଇଥାନ କରିଥିଲେ । ତଦସହ […]

Read More Text.
IMG 20260926 WA0244

ସଦଭାବନା ସମିତିର ୫୨୨ତମ ମାସିକ ସଦ୍‌ଭାବନା ଦିବସ

ବାରିପଦା: ଆଜିକାଲି ଦୁଷ୍ଟ ପଣ୍ଡିତ ଓ ମୁଣ୍ଡ ତଣ୍ଡିପଙ୍କ ପାଇଁ ସମାଜ ପଥଭ୍ରଷ୍ଟ। ଈଶ୍ୱରଙ୍କ ଇଚ୍ଛାରେ ମିଛ କହିଲେ ଯଦି ଜ୍ୱର ହୁଅନ୍ତା, ଚୋରି କଲେ ହାତ ଥରନ୍ତା, କାହାକୁ ଈର୍ଷା କଲେ ଜଣେ ମୂକ ହୋଇଯାଆନ୍ତା, ତେବେ ଉଜୁଡ଼ି ଯାଉଥିବା ସମାଜ ସଜାଡ଼ି ହୋଇଯାଆନ୍ତା। ସ୍ଥାନୀୟ ରୋଟାରୀ ଭବନଠାରେ ସଦ୍‌ଭାବନା ସମିତିର ୫୨୨ତମ ମାସିକ ସଦ୍‌ଭାବନା ଦିବସ କୋଷାଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ସ୍ୱାମୀ […]

Read More Text.
IMG 20260926 WA0264

ଓଡ଼ିଶା ନାଟ୍ୟସଂଘର ପ୍ରତିଷ୍ଠା ଦିବସ ପାଳିତ

ବାରିପଦା: ‘ବାରିପଦାର ନାଟକ ପରମ୍ପରା : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଉପରେ ଆଲୋଚନାଚକ୍ର ଓଡ଼ିଶା ନାଟ୍ୟସଂଘର ପ୍ରତିଷ୍ଠା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ବାରିପଦାସ୍ଥିତ ମୟୂରଭଞ୍ଜ ସାହିତ୍ୟ ପରିଷଦରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାରିପଦା ତଥା ମୟୂରଭଞ୍ଜର ବିଭିନ୍ନ ନାଟ୍ୟସଂସ୍ଥାର ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକର୍ମୀମାନେ ଯୋଗଦେଇ ଜିଲ୍ଲାର ନାଟ୍ୟ ପରମ୍ପରାକୁ ସମୃଦ୍ଧ କରିବା ନେଇ ମତବିନିମୟ କରିଥିଲେ। ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱରେ […]

Read More Text.
IMG 20260926 WA0261

ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟା: ନାଟକ “ଚେୟାର୍ସ ” ଓ “ଏକ୍ସପ୍ଲୋରେସନ ” ମଞ୍ଚସ୍ଥ

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ୧ମ ନାଟକ ସ୍ପେସ ଏକାଡେମୀ, ଭୁବନେଶ୍ୱର ପ୍ରଯୋଜିତ ନାଟକ “ଚେୟାର୍ସ” ମଞ୍ଚସ୍ଥ ହୋଇଥିଲା I ସତ୍ୟବ୍ରତ ରାଉତଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସତ୍ୟବ୍ରତ ରାଉତ, କଳ୍ପନା ରାଉତ ଓ ଗୌରବ ପାଣିଗ୍ରାହୀ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ I ଦମଦମ ଏମ୍ବଡି, କୋଲକାତା ପ୍ରଯୋଜିତ ୨ୟ ନାଟକ “ଏକ୍ସପ୍ଲୋରେସନ” ରେ ଦେବ […]

Read More Text.
Vinaytosh Mishra

ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ: ଡିଜିପି

ସମ୍ବଲପୁର: ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ ବୋଲି କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ଏବେ ମାଓ କାର୍ଯ୍ୟକଳାପ ନାହିଁ।ସେ କହିଛନ୍ତି,ମାଓବାଦୀ କାର୍ଯ୍ୟକଳାପ ନଥିବାରୁ ରାଜ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏବେ ପୁଲିସର ପ୍ରାଥମିକତା ମଧ୍ୟରେ ସାଇବର ଅପରାଧ ନିୟନ୍ତ୍ରଣ ରହିଛି। ସାଇବର ଅପରାଧ ରୋକିବା ପାଇଁ ଅଧିକ ସଂଖ୍ୟକ ସାଇବର ଥାନା […]

Read More Text.