୧୯ ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବରେ ଯୋଗଦେବେ ପ୍ରଥମଥର ପାଇଁ ମୟୁରଭଞ୍ଜ ରୁ  ଦୀପକ ବେଶ୍ରା

ବାରିପଦା  : ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ – ୨୦୨୬ ରେ ଜଣେ ବକ୍ତା ଭାବେ ଯୋଗଦେବେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଚଳଚିତ୍ର ନିର୍ମାତା ତଥା ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚିତ୍ର ଉତ୍ସବର ନିର୍ଦ୍ଦେଶକ ଦୀପକ କୁମାର ବେଶ୍ରା I ଏହି ଉତ୍ସବରେ ଏକ ବିଶେଷ ରାଉଣ୍ଡ ଟେବଲ ବୈଠକରେ ବକ୍ତା ଭାବେ ଯୋଗଦେବା ପାଇଁ ଏନ ଏଫ ଡି ସି ପକ୍ଷରୁ ଆମନ୍ତ୍ରଣ ପାଇବାରେ ସେ ପ୍ରଥମ […]

Read More Text.
Sss

“ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା  (୧୨/୦୬) :   ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଅବସରରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ଅଧୀନରେ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ବର୍ତ୍ତମାନ ୧୦ କିଲୋଗ୍ରାମ ଲେଖାଏଁ ଚାଉଳ ପ୍ରଦାନ କରାଯିବ। ପୂର୍ବରୁ ହିତାଧିକାରୀ ପିଛା ୫ କିଲୋଗ୍ରାମ ଚାଉଳ ମିଳୁଥିବା ବେଳେ ଏହି ଯୋଜନା ଦ୍ୱାରା ଏହାକୁ ଦ୍ୱିଗୁଣିତ କରାଯାଇଛି, ଯାହା ଦରିଦ୍ର ଓ ଅସହାୟ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ […]

Read More Text.
IMG 20260612 WA0179

“ବିକାଶର ଧାରା, ଓଡ଼ିଶା ସାରା” ଅବସରରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ

*ଓଡ଼ିଶାର ଦୁଇ ବର୍ଷର ବିକାଶ ଯାତ୍ରା, ସୁଶାସନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ବିସ୍ତୃତ ମତବିନିମୟ* ବାରିପଦା, (୧୨/୦୬):  ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ “ବିକାଶର ଧାରା, ଓଡ଼ିଶା ସାରା” ଅନ୍ତର୍ଗତ ଆଜି ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନଠାରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି […]

Read More Text.
IMG 20260612 WA0161

ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜରେ  ସଚେତନତା ଅଭିଯାନର ଶୁଭାରମ୍ଭ

ବାରିପଦା (୧୨/୦୬) :  ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’କୁ ଏବଂ ସଚେତନତା ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ସକାଳ ୮.୩୦ ଘଟିକାରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ସଚେତନତା ଶୋଭାଯାତ୍ରା […]

Read More Text.

ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ସବୁ କିଛି ହୋଇଛି ମହଙ୍ଗା

ନୂଆଦିଲ୍ଲୀ : ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ପାଞ୍ଚ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଖାଦ୍ୟ ଏବଂ ପାନୀୟ ଠାରୁ ପରିବହନ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେଉଛି। ଦେଶରେ ମୁଦ୍ରାସ୍ଫୀତି ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ନିୟନ୍ତ୍ରଣରେ ଥିବା ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ମେ ୨୦୨୬ ରେ ଖୁଚୁରା ମୁଦ୍ରାସ୍ଫୀତି […]

Read More Text.

କାଳବୈଶାଖୀ ପ୍ରଭାବ ; ବାଦ ପଡ଼ିଲେନି ଭଗବାନ

ଆଠଗଡ : କାଳବୈଶାଖୀ ତାଣ୍ଡବରେ ବାଦ ପଡ଼ିଲେ ନାହିଁ ଭଗବାନ। ଗଛ ପଡ଼ି ଭାଙ୍ଗିଲା ମନ୍ଦିର ଗୃହ। କଟକ ଜିଲ୍ଲା ଆଠଗଡ ବ୍ଲକ କନ୍ଦରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଦୁଇଦିନ ତଳେ ହଠାତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ମାତ୍ର ୧୦ ମିନିଟ ପ୍ରବଳ ଝଡପବନ ବୋହିବା ଫଳରେ ବହୁ ଗଛ ଉପୁଡିବା ସହ ଡାଳ ଭାଙ୍ଗିବା ଫଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ପ୍ରବଳ ପବନ ଯୋଗୁଁ କୈବର୍ତ୍ତ ସାହିର ଏକ ୨୦୦ […]

Read More Text.
315

ଏକାସଙ୍ଗେ ମିଳିବ ୩ ମାସର ଭତ୍ତା ଟଙ୍କା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମୋହନ ସରକାରକୁ ପୂରିଲା ୨ ବର୍ଷ। ଏଥିପାଇଁ ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି। ଭତ୍ତା ସମସ୍ୟା ତଥା ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାର ସମାଧାନ କରାଯିବ। ଏକାସଙ୍ଗେ ୩ ମାସର ଭତ୍ତା ପ୍ରଦାନ କରାଯିବ। ଏହି ସମସ୍ୟା ରାଜ୍ୟର ନୁହେଁ କେନ୍ଦ୍ରର। ବୈଷୟିକ ତ୍ରୁଟି ଯୋଗୁଁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି। […]

Read More Text.
C1c1da90 5530 4f7b a3d1 671764a28c29

ଜଗତସିଂହପୁର ମେଡିକାଲ କଲେଜ ପାଇଁ ବଡ଼ ପଦକ୍ଷେପ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି ରାଜ୍ୟ ସରକାର। କଲେଜ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପାଇଁ ପ୍ରତିଶୃତି ଦେଇଥିଲା ଭାରତୀୟ ଜନତା ପାର୍ଟି। ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ ନିର୍ବାଚନ ପ୍ରଚାରରେ ଏହି ମୁଦ୍ଦା ନେଇ ନିର୍ବାଚନ […]

Read More Text.
Bee attack 2026 06 12 17 15

ମହୁମାଛି, ଆକ୍ରମଣରେ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଭଦ୍ରକ : ମହୁମାଛି ଆକ୍ରମଣରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୂ ଘଟିଛି। ଏହା ସହ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଏରଡ଼ା ପଞ୍ଚାୟତର ବାସୁଆପଦା ଗାଁରେ। ଗ୍ରାମର ରଜନୀକାନ୍ତ ସାହୁଙ୍କ ସ୍ତ୍ରୀ ବାସନ୍ତୀ ଲତା ମହୁ ମାଛି ଆକ୍ରମଣରେ ଜୀବନ ହରାଇଛନ୍ତି। ଗତକାଲି (ଗୁରୁବାର) ବାସନ୍ତୀ ଲତାଙ୍କ ଶାଶୁଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା। ଘରେ ବନ୍ଧୁବାନ୍ଧବ ଜମା ହୋଇଥିଲେ। ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ‌ବନ୍ଧୁ […]

Read More Text.
1222

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସମର୍ଥନରେ ବିଜୁ ଜନତା ଦଳ (ବିଜେଡି) ଅଣ୍ଟାଭିଡ଼ିଛି। ସରପଞ୍ଚଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ବିଜେଡି କହିଛି […]

Read More Text.