Child labour 2026 06 12 18 23

ଚାଲିଲା ଶିଶୁଶ୍ରମ ନିରାକରଣ ରଥ

ଭୁବନେଶ୍ୱର: ଶିଶୁ ଶ୍ରମିକ ନିୟୋଜନ ଏକ ଅପରାଧ ବୋଲି ଲୋକଙ୍କୁ ସଚେତନ କରାଇବା ନିମନ୍ତେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏକ ପୋଷ୍ଟର ଓ ଶିଶୁଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଜୁନ୍‌ ୨୬ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବ। ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ (ୱାର୍ଲ୍ଡ ଡେ ଅଗେନ୍‌ଷ୍ଟ ଚାଇଲ୍ଡ ଲେବର୍) ଅବସରରେ, ଖାରବେଳ ନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ […]

Read More Text.
Odisha congress 2026 06 12 19 15

୨୪ ମାସରେ ୧୧ଟି ହାଜତ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ : କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ବର୍ଷ ପୂର୍ଣ୍ଣ ହୋଇଛି। ରାଜ୍ୟ ସରକାର ନିଜର ସଫଳତା ବଖାଣୁଥିଲେ ମଧ୍ୟ ଏହା ନିଜର ଦୋଷଦୁର୍ବଳତାକୁ ଘୋଡ଼ାଇବାର ଏକ ବାହାନା ବୋଲି କଂଗ୍ରେସ ଆକ୍ଷେପ କରିଛି। କେବଳ ଏହାନୁହେଁ ଦୁଇ ବର୍ଷ ମଧ୍ୟ‌ରେ ରାଜ୍ୟର ବିଭିନ୍ନ ଥାନାରେ ୧୧ଟି ହାଜତ ମୃତ୍ୟୁର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କଂଗ୍ରେସ ମୁଖ୍ୟପାତ୍ର ମନୋରଞ୍ଜନ ଦାଶ ଓ ପୂର୍ବତନ ମନ୍ତ୍ରୀ […]

Read More Text.

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେୟ ମୁକ୍ତ ଶିକ୍ଷା ମିଳିବ। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ଏଭଳି ନିଷ୍ପତ୍ତ ନେବାରେ ଓଡ଼ିଶା ପ୍ରଥମ। ସେହିପରି ଆଗାମୀ ଦିନରେ ୩୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରତିବର୍ଷ […]

Read More Text.
1781270243 Screen Shot 2026 06 12 at 6 39 53 PM

୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ରାଜଧାନୀ ଭୁବନେଶ୍ବରରେ ନୂଆ ରାସ୍ତାର କଲେ ଉଦ୍‌ଘାଟନ

ଭୁବନେଶ୍ବର ୧୨।୬: ଉଦଘାଟନ ହେଲା ଜୟଦେବ ବିହାର ନନ୍ଦନକାନନ ପାରାଲାଲ ରୋଡ୍। ଏକାମ୍ର କାନନରୁ ଚୁନକୋଇଲି ପର୍ଯ୍ୟନ୍ତ ଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ହୋଇପାରୁନଥିଲା । ୯୦୦ ମିଟର ରାସ୍ତା ଜବରଦଖଲରେ ଥିବାରୁ ଏହାକୁ ଉଚ୍ଛେଦ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ପୂର୍ତ୍ତ ବିଭାଗ । ଏହି ୯୦୦ ମିଟର ରାସ୍ତା ପାଇଁ ୧୦ କୋଟି ୭୭ ଲକ୍ଷ ଟଙ୍କା […]

Read More Text.
Rain 2026 06 09 12 17

ଓଡ଼ିଶାରେ ପ୍ରବେଶ କଲା ମୌସୁମୀ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି। ସୂଚନାଯୋଗ୍ୟ, ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍‌ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଇ ଥିଲା। […]

Read More Text.
IMG 20260610 WA0186

ମୋଦୀ ସରକାରଙ୍କ ବାର ବର୍ଷ ପୂର୍ତ୍ତି ଅବସରରେ ବାରିପଦା ବିଜେପି ପକ୍ଷରୁ ପୂଜାର୍ଚ୍ଚନା

ବାରିପଦା: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି-ଏନ୍.ଡି.ଏ. ସରକାରର “ସେବା, ସୁଶାସନ ଓ ଗରୀବ କଲ୍ୟାଣ”ର ବାର ବର୍ଷ ପୂର୍ତ୍ତି ତଥା ଶ୍ରୀ ମୋଦୀ ସ୍ୱାଧୀନ ଭାରତବର୍ଷର ଦୀର୍ଘତମ-ସମୟ-ସେବାକାରୀ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପ୍ରତିଭାତ ହେବା ଅବସରରେ ବୁଧବାର ଦିନ ବିଜେପି ବାରିପଦା ନଗର ଶାଖାର କର୍ମକର୍ତ୍ତାମାନେ ସ୍ଥାନୀୟ ବଡ଼ ଜଗନ୍ନାଥ ମନ୍ଦିରରେ ଦୀପଦାନ ଓ ପୂଜା ଅର୍ଚ୍ଚନା କରିଛନ୍ତି। ସରକାରଙ୍କ ଉପଲବ୍ଧି ପାଇଁ ଠାକୁରଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ ସରକାରଙ୍କ ସୁଶାସନ ଓ […]

Read More Text.
IMG 20260610 WA0205

ଅଲ ଚିକିଲିପି ପରୀକ୍ଷା  ସମ୍ପନ୍ନ : ୫୦ ଜଣ ଝିଅ ଏବଂ ୪୨ ବାଳକ ସମେତ ୯୨  ଜଣ ପରୀକ୍ଷାର୍ଥୀଙ୍କ ଅଂଶ ଗ୍ରହଣ

ବାରିପଦା : ସାନ୍ତାଳୀ ସମ୍ପ୍ରଦାୟର ନିଜସ୍ବ ଲିପି ଅଲଚିକି ସଂରକ୍ଷଣ, ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ମୟୁରଭଂଜ ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ,ସାଂସ୍କୃତିକ,ଶିକ୍ଷା ସ୍ବେଛାସେବୀ ଅନୁଷ୍ଠାନ ଶହୀଦ ନୁଦୁରାମ  ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ମିଳିତ ଆନୁକୁଲ୍ୟରେ ମେ ମାସ  ୫ ରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ସାନ୍ତାଳି ଜାତିର ନିଜସ୍ବ  ଲିପି ଅଲଚିକି ମାଗଣା ଶିକ୍ଷା ସ୍ଥାନୀୟ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଏବଂ ପାତେପାଣି […]

Read More Text.

ମ୍ୟାଲେରିଆ ମାସ ପାଳନ ନିମନ୍ତେ ସଚେତନତା ବୈଠକ ଅନୁଷ୍ଠିତ 

ବାରିପଦା  :  ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ନିମନ୍ତେ ସଚେତନତା ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସେ ମେଡିକାଲ ଅଫିସର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନଙ୍କୁ ଯଥାଶୀଘ୍ର ସମସ୍ତ ଜ୍ଵର ରୋଗୀଙ୍କୁ ମ୍ୟାଲେରିଆ ରକ୍ତ ପରୀକ୍ଷା କରିବା ସହ ସମ୍ପୂର୍ଣ୍ଣ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶୋଇଲା ବେଳେ ମଶାରୀ ବ୍ୟବହାର କରିବା ଏବଂ ଘରକୁ […]

Read More Text.

ଏସ୍‌ଆଇଆର୍‌: ୧୨ ଦିନରେ ୯୪.୩୭% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଦ୍ୱାଦଶ ଦିନରେ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି। ସରକାରୀ ସୂଚନା ଅନୁସାରେ, ରାଜ୍ୟର ମୋଟ ୩ କୋଟି ୧୫ ଲକ୍ଷ ୧୮ହଜାର ୪୧୨ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି, ତନ୍ମଧ୍ୟରୁ ୩୯ଲକ୍ଷ ୮୩ହଜାର ୪୮୬ ଜଣ ଭୋଟର୍‌ଙ୍କର ଡିଜିଟାଇଜ୍  କରାଯାଇଛି। ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ […]

Read More Text.

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି: ୭୨ ପ୍ଲାଟୁନ୍ ଫୋର୍ସ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

କଟକ: ଆସନ୍ତା ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଯାତାୟାତ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀମନ୍ଦିରର ରୀତିନୀତି […]

Read More Text.