ଛାତରୁ ଖସି ଯୁବକଙ୍କ ମୃତ୍ୟୁ

ଆଗରପଡ଼ା :ବନ୍ତ ବ୍ଲକ ପଳସା ଗାଁର ସୁରେନ୍ଦ୍ର ସାହୁଙ୍କ ପୁଅ ରଞ୍ଜନ (୨୭) ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ରଞ୍ଜନ ପ୍ରାୟ ୪ବର୍ଷ ହେବ ବେଙ୍ଗାଲୁରୁ ହସକୋଟ୍ ଠାରେ ଏକ ଘରୋଇ କମ୍ପାନୀରେ ମେସିନ୍ ଚାଳକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ରବିବାର ସହଯୋଗୀଙ୍କ ସହ ଛାତ ଉପରେ ଥିବା ସମୟରେ ଦୁର୍ଘଟଣା ବଶତଃ ୨ତାଲା ବିଶିଷ୍ଟ ଟିଣ ଛାତ ଉପରୁ ତାଙ୍କ ଗୋଡ଼ ଖସି ଯାଇଥିଲା ଫଳରେ ସେ ତଳେ ପଡ଼ି […]

Read More Text.

ରାଜ୍ୟର ସମସ୍ତ ପୌରପାଳିକାରେ ୨୦୨୭ ସୁଦ୍ଧା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ […]

Read More Text.

ଓଡ଼ିଶାରେ ଏଚ୍‍ସିଏଲ ଟେକ୍ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏଚ୍‍ସିଏଲ ଟେକ୍ ଖୁବ୍‍ଶୀଘ୍ର ରାଜ୍ୟରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ। ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ସୋମବାର ସେ ଏହି ଘୋଷଣା କରିଛନ୍ତି। ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ, ମୁଖ୍ୟମନ୍ତ୍ରୀ ମାଝୀ ଏଚ୍‌ସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଯେଉଁଠାରେ ସେ କମ୍ପାନି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏଚ୍‍ସିଏଲ ଟେକ୍ କ୍ୟାମ୍ପସର ଗସ୍ତ କରିଥିଲୁ ଏବଂ […]

Read More Text.

ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା, ଶୁଭାରମ୍ଭ ହେଲା ‘ହରିତ ଯୋଗ’

ଭୁବନେଶ୍ୱର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସାଧାରଣ ଯୋଗ ଅଭ୍ୟାସ । ପ୍ରାୟ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶିଷ୍ଟ ଅତିଥିମାନେ ଔଷଧୀୟ ଉଦ୍ଭିଦ ରୋପଣ କରିବା ସହିତ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଛି […]

Read More Text.

ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲା, ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ

କଟକ : ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷାକୁ ଆସନ୍ତା ମେ ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି ହାଇକୋର୍ଟ । ବିଷ୍ଣୁପଦ ସେଠୀଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ବଳବତ୍ତର ରହିଛି । ଏହା ଭିତରେ ବିଷ୍ଣୁପଦଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ସିବିଆଇ । ଆସନ୍ତା ମେ ୫ […]

Read More Text.

ରାଜ୍ୟରେ ହେବ ୩୨ ବୃହତ୍‌ ଶସ୍ୟ ଭଣ୍ଡାର

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର। ଫଳରେ ଧାନ ସଂଗ୍ରହ ପରେ ଦୀର୍ଘ ଦିନ ଧରି ଏହାକୁ ମହଜୁଦ ରଖିବା ବାବଦରେ ସରକାରଙ୍କୁ ଆଉ ଭଡ଼ା ଦେବାକୁ ପଡ଼ିବନି। ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ। ଭାରତ ସରକାରଙ୍କ ବିଶ୍ୱର ସର୍ବବୃହତ୍‌ ଶସ୍ୟ ଭଣ୍ଡାର ଯୋଜନାରେ ଏଗୁଡ଼ିକ ନିର୍ମାଣ କରାଯିବ। ୩୨ ବୃହତ ଶସ୍ୟ ଭଣ୍ଡାର ମଧ୍ୟରୁ କେତେକ ୫ଶହ ମେଟ୍ରିକ ଟନ୍‌, କେତେକ ୧ ହଜାର ମେଟ୍ରିକ ଟନ୍‌ ଓ […]

Read More Text.

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର :  ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୋଇଡାରେ HCL ଟେକ୍ନୋଲୋଜି ଲିମିଟେଡ୍ ପରିଦର୍ଶନ କଲେ । ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିବେ। ନିବେଶ ପାଇଁ ରାଜ୍ୟସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଜି ଶିଳ୍ପ ନେତୃତ୍ବଙ୍କ ସହ ଆଲୋଚନା କରିବେ । ଆସନ୍ତାକାଲି ହେବ ଏମଓୟୁ ସ୍ବାକ୍ଷର । ତାଜ୍ ହୋଟେଲରେ IOCL, ISPRL ଓ ପେଟ୍ରୋନେଟ୍ LNG ସହ ରାଜ୍ୟ ସରକାର ଏମଓୟୁ […]

Read More Text.

ଦେବାଶିଷଙ୍କୁ ସୋଫିଆଙ୍କ ଟାର୍ଗେଟ, କହିଲେ, ‘ଓ୍ବାକଆଉଟ ମାନେ ସମର୍ଥନ’

ଭୁବନେଶ୍ବର: ବଢୁଛି ବିଜେଡିର ଅଡୁଆ । ଦଳ ଭିତରେ ବାହାରେ ସବୁଠି ବିରୋଧ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ବାକଫ୍ ବିଲକୁ ସମର୍ଥନ ଦେବାକୁ ନେଇ ଏବେ ତେଜିଛି ରାଜ୍ୟରାଜନୀତି । ବିରୋଧୀ ତ ବିରୋଧୀ ଦଳୀୟ ବରିଷ୍ଠ ଠାରୁ ନେଇ କନିଷ୍ଠ ସବୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କଡା ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ । ୱାକ୍‌ଫ ବିଲ୍‌ […]

Read More Text.

ପାଣ୍ଡିଆନ୍ ‌ଗୋ ବ୍ୟାକ୍! ୱାକଫ୍ ବିଲ୍ ଭୋଟ୍ ବିବାଦ ନେଇ ନବୀନ ନିବାସରେ ପ୍ରତିବାଦ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ସୋମବାର ପୂର୍ବାହ୍ନରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନେତୃତ୍ୱରେ ମୁସଲିମ୍ ପ୍ରତିନିଧିମାନଙ୍କର ଏକ ଗୋଷ୍ଠୀ ପ୍ରତିବାଦ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। “ଭିକେ ପାଣ୍ଡିଆନ୍ ଗୋ ବ୍ୟାକ୍” ଏବଂ “ଭିକେ ପାଣ୍ଡିଆନ୍ ଓଡ଼ିଶା ଛାଡ଼ନ୍ତୁ” ଭଳି ସ୍ଲୋଗାନ ଦେଇ ପ୍ରଦର୍ଶନକାରୀମାନେ ରାଜ୍ୟସଭାରେ ବିବାଦୀୟ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫କୁ ସମର୍ଥନ କରିବା ପାଇଁ ଦାୟୀ ଦଳର […]

Read More Text.

ସୃଷ୍ଟି ହେଲା ଲଘୁଚାପ: ୧୧ ତାରିଖ ଯାଏଁ ବର୍ଷିବ

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ବଙ୍ଗୋପସାଜରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବବା ବେଳେ ୪୮ ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଥିବା ସତର୍କ କରାଇଛି ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏଥିସହିତ ଏହି ସମୟରେ ପବନର ବେଗ ମଧ୍ୟ ୩୦ରୁ ୪୦ ଡିଗ୍ରୀ ରହିବ । ସେହିପରି ଆସନ୍ତା ୯ ତାରିଖ ଦିନ ୧୯ […]

Read More Text.