B

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆଦିଲ୍ଲୀ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି  ଅବସରରେ ମନମୋହନ ସାମଲ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ବିଜେପି ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ମଧ୍ୟ ଉପସ୍ଥିତ ଥିଲେ।

Read More Text.
Screenshot 2025 07 25 143255 750

ଜୁଆ ଆଡ୍ଡା ଉପରେ ଚଢାଉ: ୧୯ ଗିରଫ

ଗଞ୍ଜାମ: ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା। ହଠାତ ଚଢଉ କଲା ପୋଲିସ। ଏହା ଘଟଣାରେ ୧୯ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୪ ଲକ୍ଷ ୪ ହଜାର ଟଙ୍କା ସହ ୨ ଟି କାର୍, ୫ ଟି ବାଇକ୍, ୧୯ ଟି ମୋବାଇଲ ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତରଫ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟରେ […]

Read More Text.
Hirakuda 2

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ଲଗାଣ ବର୍ଷାରେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଲା । ଏବେ ମୋଟ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୮ଟି ଓ ଡାହାଣ ପଟରେ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଛି ।  ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯ ଘନଫୁଟ ରହିଛି । ସୂଚନାନୁଯାୟୀ, ଗତକାଲି ଅର୍ଥାତ୍‌ ଗୁରୁବାର ସୁଦ୍ଧା ମୋଟ୍ ୮ଟି ଗେଟ୍ ନେଇ ବନ୍ୟା […]

Read More Text.
Image 2025 07 25t154927.324

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କାର୍ଯ୍ୟରେ ଯୋଗଦେଲେ ପୁରୀର ନୂଆ ଜିଲ୍ଲାପାଳ

ପୁରୀ: ପୁରୀର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ଦିବ୍ୟ ଜ୍ୟୋତି ପରିଡା । କାର୍ଯ୍ୟରେ ଯୋଗଦାନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର […]

Read More Text.
Rw

ଓଡ଼ିଶା ଟେକ୍ସର ଶୁଭାରମ୍ଭ; ଓଡ଼ିଶାର ବସ୍ତ୍ର ସମଗ୍ର ଦେଶରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଶୁକ୍ରବାର ଲୋକସେବା ଭବନରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଗୋଟି ଟେକ୍ସଟାଇଲ୍ ଓ ଆପାରେଲ୍ ପାର୍କର ଉଦଘାଟନ କରିଛନ୍ତି । କଟକ, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର ଏବଂ ଗଞ୍ଜାମ ଜିଲ୍ଲାରେ ଟେକ୍ସଟାଇଲ ପାର୍କ ଉଦଘାଟିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୧୦ […]

Read More Text.
Polo d

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି : ଲଗାଣ ବର୍ଷାରେ ବୁଡ଼ିଲା ପୋଲ । କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି । କାଲିମେଳାରୁ ପଡିଆ ଅଞ୍ଚଳକୁ ଯାତାୟାତ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ପୋଟେରୁ, mv90,ପାଙ୍ଗାମ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ […]

Read More Text.
Image 2025 07 25t144154.177

ଉନ୍ନତ ପ୍ରଯୁକ୍ତିବିଦ୍ୟା ଦ୍ବାରା ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ହ୍ରାସ କରିଛି

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଷ୍ଟିଲ ଉଦ୍ୟୋଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ରୁ ଅଧିକ ହ୍ରାସ ଆଣିବା ସହିତ ଏହାର ପରିବେଶଗତ ପ୍ରଭାବ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ଲାଣ୍ଟରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଏବଂ ଅତ୍ୟାଧୁନିକ […]

Read More Text.
Note f

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ

ଜୟପୁର:  ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ରେଞ୍ଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ କରାଯାଉଛି । ରେଞ୍ଜରଙ୍କୁ ଘରୁ ମିଳିଲା ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଓ ଅଧ କେଜି ସୁନା କଏନ। ଜୟପୁର ଓ ଭୁନେଶ୍ବରର […]

Read More Text.
Bmc v 1

ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଗିରଫ ନକଲେ ଆତ୍ମହୁତି ଧମକ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀର ଅଭିଯୋଗ ଆଧାରରେ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଧର୍ଷଣ, ଗର୍ଭପାତ ଏବଂ ଧମକର ମାମଲା ରୁଜୁ ହୋଇଛି, ଯେଉଁଥିରେ ସେ ବାହାନାରେ ନାବାଳିକା ଅବସ୍ଥାରୁ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀର ଅଭିଯୋଗ ଆଧାରରେ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରୁଜୁ ହୋଇଛି। ଅଭିଯୋଗକାରିଣୀ କହିଛନ୍ତି ଯେ ୨୦୨୩ […]

Read More Text.
Water c

ସୁନ୍ଦରଗଡରେ ପ୍ରବଳ ବର୍ଷା, ବଣାଇ ମେଡିକାଲ ଭିତରେ ପଶିଲା ପାଣି

ବଣାଇ: ବଣାଇ ମେଡିକାଲ ଭିତରେ ପଶିଲା ପାଣି । ରୋଗୀ ହନ୍ତସନ୍ତ । ସୁନ୍ଦରଗଡ ଜିଲ୍ଲା ବଣାଇରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଛି । ପ୍ରାୟ ୧୨ଘଣ୍ଟାରୁ ଅଧିକ ହେବ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ଅନ୍ଧାରରେ ରହିଛନ୍ତି ବଣାଇ ବାସିନ୍ଦା । ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ବର୍ଷା ପାଣି ପଶି ରୋଗୀ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସେବା ଓ ଜେନେରଟର ଅଚଳ ହେବା ପରେ ଅନ୍ଧାରରେ ରୋଗୀ […]

Read More Text.