Screenshot 2026 09 30

ମଝି ଆକାଶରେ ପାଇଲଟଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ

ତେଲ ଅଭିଭ: ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନ FZ1073 ଅନ୍ତର୍ଜାତୀୟ ଟ୍ରାନ୍ସପଣ୍ଡରରେ ୭୫୦୦ କୋଡ୍ ଟ୍ରାନ୍ସମିଟ୍ କରିବା ସମୟରେ ଆତଙ୍କ ଖେଳିଯାଇଥିଲା। କାରଣ ମଝି ଆକାଶରେ ପାଇଲଟକୁ ଛୁରାମାଡ଼ ହୋଇଥିଲା। ୨ ପାଇଲଟଙ୍କ ଝଗଡ଼ାରୁ ଛୁରାମାଡ଼ ହୋଇଥିଲା। ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୮୦ ଯାତ୍ରୀ। ଘଟଣା ପରେ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାର ହୋଇଥିଲା। ଏହାପରେ ଫ୍ଲାଏଦୁବାଇ ବିମାନର ଜରୁରୀ ଅବତରଣ କରିଥିଲା। ସାଉଦି ଆରବର ତିବୁକରେ ବିମାନର ଜରୁରୀ ଅବତରଣ […]

Read More Text.
Firing

CISF କ୍ୟାମ୍ପରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ CISF କ୍ୟାମ୍ପ ଭିତରେ ଭୟଙ୍କର ଗୁଳିକାଣ୍ଡ। ଜଣେ CISF ଯବାନଙ୍କ ଗୁଳିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ CISF କର୍ମଚାରୀଙ୍କ ମୃତ୍ୟୁ । ଆଜି ସନ୍ଧ୍ୟା ପ୍ରାୟ ୭ଟାରେ କଠୁଆର ବସୋହଲି ମାସ୍କା ଗାଁ ନିକଟ ସେୱା ଜଳବିଦ୍ୟୁତ ପ୍ରକଳ୍ପ ସୁରକ୍ଷାରେ ନିୟୋଜିତ CISF କ୍ୟାମ୍ପରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କ୍ୟାମ୍ପ ଭିତରେ କିଛି CISF କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ବିବାଦ […]

Read More Text.
1790692834 1790692804 1790692742 1790692689 andhra

ବାନ୍ଧବୀଙ୍କ ଗଳା କାଟି ହତ୍ୟା: ମୃତଦେହକୁ ୯ ଖଣ୍ଡ କରି କେନାଳରେ ଫିଙ୍ଗିଦେଲା

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମନାକୁ ଆସିଛି । ଟଙ୍କା ପଇସା ବିବାଦକୁ ନେଇ କଂସେଇ ନିଜ କଥିତ ବାନ୍ଧବୀଙ୍କ ଗଳା କାଟି ହତ୍ୟା କରିଛି । ପରେ ମୃତଦେହକୁ ମାଂସ କାଟିଲା ପରି ଖଣ୍ଡ ଖଣ୍ଡ କରି କାଟି ନାଳରେ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି । ଇବ୍ରାହିମପାଟନମ୍ ଅଞ୍ଚଳରୁ ଏକ ଅଜଣା ମୃତଦେହ ମିଳିଥିଲା । ପରିଚୟ ଜାଣିବା ପାଇଁ ମୃତଦେହର ବିବରଣୀକୁ ସୋସିଆଲ ମିଡିଆ ଛଡ଼ା […]

Read More Text.
Jhansi

ଶ୍ରାଦ୍ଧକର୍ମ ବେଳେ ଅଘଟଣ: ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୫ ସଦସ୍ୟ

ଝାନ୍ସୀ : ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲାର ମଉରାନୀପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଶ୍ରାଦ୍ଧ କର୍ମ କରୁଥିବା ବେଳେ ବଡ଼ ଅଘଟଣ । ରାନୀପୁର ଦେବରିପୁରା ଗାଁରେ ସୁଖନଇ ନଦୀରେ ବୁଡ଼ିଯିବା ଯୋଗୁଁ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଳିଯାଇଛି । ମୃତକଙ୍କ ମଧ୍ୟରେ ବାପା, ପୁଅ, ଭଣଜା, ଭାଣେଜି ଏବଂ ଅନ୍ୟ ଜଣେ ବ୍ୟକ୍ତି ରହିଛନ୍ତି । ତେବେ ପରସ୍ପରକୁ ବଞ୍ଚାଇବା ଚେଷ୍ଟା କରି ୫ ଜଣଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ଝାନ୍ସୀ ଜିଲ୍ଲାର […]

Read More Text.
Air

ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍: ୪୯ ମୃତ, ୫୮ ଆହତ

ମିଆଁମାର: ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍ । ବଜାର ନିକଟରେ ମିଆଁମାର ସେନାର ହାଇଆକ୍ରମଣରେ ଚାଲିଗଲା ୪୯ ଜଣଙ୍କ ଜୀବନ । ଆଉ ୫୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବଜାରରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ, କ୍ରେତା ଓ ପଥଚାରୀ ଥିବା ସୂଚନା ମିଳିଛି । ମିଆଁମାରର ପଶ୍ଚିମ ରଖାଇନ୍ ରାଜ୍ୟର କ୍ୟାଉକ୍ତାଉ ଟାଉନସିପରେ ସୋମବାର ଏହି ଆକ୍ରମଣ ହୋଇଥିଲା । ଏହି ଅଞ୍ଚଳ ଉପରେ ଶକ୍ତିଶାଳୀ ଜାତିଗତ ସଶସ୍ତ୍ର ଗୋଷ୍ଠୀ ‘ଆରାକାନ୍ ଆର୍ମି’ର ନିୟନ୍ତ୍ରଣ ରହିଛି […]

Read More Text.
SC ON RAPE IN DELHI 750x430

ବଢ଼ିବ CEC ଜ୍ଞାନେଶ କୁମାରଙ୍କ ଅଡୁଆ: ନିଲମ୍ବନ ପାଇଁ ସୁପ୍ରିମକୋର୍ଟରେ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ମଙ୍ଗଳବାର ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଉତ୍‌ଥାପନ କରିଥିଲେ […]

Read More Text.
Screenshot 2026 09 24 192319 300x172

ସରିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି, ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ଵର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ଓଡ଼ିଶା ପରି ଝାଡ଼ଖଣ୍ଡ ମାମଲାର ଶୁଣାଣି ହେବ। ସମାନ ମାମଲା ହୋଇଥିବାରୁ ଏହି ରାଜ୍ୟର ଶୁଣାଣି ପରେ ଓଡ଼ିଶା ଡିଜିପି ମାମଲାର ରାୟ ଦେଇ ପାରନ୍ତି ସୁପ୍ରିମକୋର୍ଟ। ଗତ ଶୁଣାଣିରେ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ନିଜ ନିଜର ତଥ୍ୟ ଓ ତର୍କ ରଖି ସାରିଛନ୍ତି। ଆଉ ଦୁଇଟି ପ୍ରଶ୍ନ ଉପରେ ରାଜ୍ୟ ସରକାରଙ୍କ […]

Read More Text.
Delhi polution

ଶୀତଦିନେ ଫାର୍କିଂ ଫି ଡବଲ୍‌: ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦିଲ୍ଲୀ ସରକାରଙ୍କ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ଆସନ୍ତା ଶୀତଋତୁରେ ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଦାଉରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ୩ ମାସ ପୂର୍ବରୁ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଆସନ୍ତା ନଭେମ୍ବର ୧ ତାରିଖରୁ ଏହା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ସରକାରଙ୍କୁ ପକ୍ଷରୁ କୁହାଯାଇଛି । ଏହି ପ୍ଲାନ ଅନୁଯାୟୀ ମହାନଗର ପାର୍କିଂ ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ ଫି କୁ ଦୁଇଗଣ କରିଦିଆଯିବ । ଲୋକେ ଅଯଥାରେ ନିଜ ଯାନବାହନ […]

Read More Text.
Supreme court 4 1 750x430 1 300x172

UPI ପ୍ରସଙ୍ଗ: MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NPCI ଏବଂ RBIକୁ ନୋଟିସ୍

ନୂଆଦିଲ୍ଲୀ: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏବଂ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)କୁ ନୋଟିସ ଜାରି କରି ୪ ସପ୍ତାହ ଭିତରେ ଜବାବ ମାଗିଛନ୍ତି । ତେବେ […]

Read More Text.
Nepal hill colapse 750x430

ନେପାଳରେ ପୁଣି ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର ପାଖାପାଖି ୮ଟି ଘର ନିମିଷକେ ଭୁଶୁଡିପଡିଛି । ୧୦ଜଣଙ୍କ ମୃତ୍ୟୁୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଏସପି ସୂଚନା ଦେଇଛନ୍ତି । […]

Read More Text.