19

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ ମିସାଇଲ ମାଡ଼, ୨୪ ଭାରତୀୟ ନାବିକ ସୁରକ୍ଷିତ

ଦେଶ - ବିଦେଶ

ନୂଆଦିଲ୍ଲୀ : ହର୍ମୁଜ୍ ପ୍ରଣାଳୀ ନିକଟରେ ପୁଣି ଏକ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ ହୋଇଛି । ଭାରତୀୟ ଅଧିକାରୀ ଏବଂ ୟୁକେ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପାନାମା ପତାକା ଲାଗିଥିବା ଏକ ଏଲ୍ପିଜି ଟ୍ୟାଙ୍କର ଉପରେ ମିସାଇଲ୍ ଆକ୍ରମଣ ହୋଇଛି ।

ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ଜାହାଜରେ ୨୪ ଜଣ ଭାରତୀୟ ନାବିକ ଉପସ୍ଥିତ ଥିଲେ । ତେବେ ଏହି ଆକ୍ରମଣରେ ସମସ୍ତ ୨୪ ଜଣ ସୁରକ୍ଷିତ ଥିବା ଜଣାପଡିଛି । ଏନେଇ ଭାରତର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି । ହର୍ମୁଜ୍ ପ୍ରଣାଳୀ ନିକଟରେ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଘଟଣା ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି ।

ଭାରତୀୟ ନାବିକମାନଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବନ୍ଦର ଓ ପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏକ୍ସରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ନଭେମ୍ବର ୧୬ ତାରିଖରେ ହର୍ମୁଜ ପ୍ରଣାଳୀରେ ପାନାମା ପତାକାବାହୀ ଏଲପିଜି ଟ୍ୟାଙ୍କର ତାରା ଗ୍ୟାସକୁ ଟାର୍ଗେଟ୍ କରାଯାଇଥିଲା । ଏହି ଜାହାଜରେ ୨୪ ଜଣ ଭାରତୀୟ ନାବିକ ରହିଥିଲେ । ସମସ୍ତ ନାବିକ ସୁରକ୍ଷିତ ଥିବା ଜଣାପଡିଛି ।

ହର୍ମୁଜ୍ ପ୍ରଣାଳୀ ନିକଟରେ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଘଟଣା ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷ କରି ଏହି ଅଞ୍ଚଳ ଦେଇ ତୈଳ ଓ ଗ୍ୟାସ୍ ପରିବହନ ହେଉଥିବାରୁ ଏଭଳି ଘଟଣା ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି।