ଆଉ ହେବନି ଏକାଧିକ ପରୀକ୍ଷା, NEET ଓ JEE ବଦଳରେ ଛାତ୍ରଛାତ୍ରୀ ଦେବେ ଗୋଟିଏ ପରୀକ୍ଷା !

ନୂଆଦିଲ୍ଲୀ : ଦେଶର ସମସ୍ତ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ବଡ଼ ଖବର। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ଏବେ ଗୋଟିଏ ପରୀକ୍ଷା ? ଆସୁଛି ‘ୱାନ୍ ନେସନ୍, ୱାନ୍ ଏଗଜାମ୍’ । NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା । ଏନେଇ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । କେନ୍ଦ୍ର ସରକାର ଏବେ NEET ଏବଂ JEE ଭଳି ପୃଥକ ପରୀକ୍ଷା ବଦଳରେ ଏକ ମିଳିତ ବା ୟୁନିଫାଇଡ୍ ପ୍ରବେଶିକା ପରୀକ୍ଷା (Unified […]

Read More Text.

ହର୍ମୁଜ୍ ବନ୍ଦ: ତୈଳ ଭଣ୍ଡାର ହ୍ରାସ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟରେ ତୈଳ ଓ ଗ୍ୟାସ ଉତ୍ପାଦନ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ୍ ପ୍ରଣାଳୀ’ ବନ୍ଦ ହେବା ଫଳରେ ବିଶ୍ୱ ବଜାରକୁ ପ୍ରତିଦିନ ଯୋଗାଇ ଦିଆଯାଉଥିବା ପ୍ରାୟ ୧୪ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୂଚନାଯୋଗ୍ୟ, ଏହି ପ୍ରଣାଳୀ ଦେଇ ସମଗ୍ର ବିଶ୍ୱର ୨୦ ପ୍ରତିଶତ ଇନ୍ଧନ ପରିବହନ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ଏବେ ସାରା ବିଶ୍ୱର […]

Read More Text.

ବାଘ ଆକ୍ରମଣରେ ୪ ମହିଳାଙ୍କ ମୃତ୍ୟୁ

ଚନ୍ଦ୍ରପୁର: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ସିନ୍ଦେୱାହି ତାଲୁକାର ଏକ ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ସକାଳେ କେନ୍ଦୁପତ୍ର  ସଂଗ୍ରହ କରୁଥିବା ବେଳେ ବାଘ ଆକ୍ରମଣରେ ଚାରି ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାଟି ଗୁଞ୍ଜେୱାହି-ପୱନପର ଜଙ୍ଗଲ ଅଞ୍ଚଳରେ ଘଟିଛି, ଯେଉଁଠାରେ ଗାଁର ୧୩ ଜଣ କେନ୍ଦୁପତ୍ର ସଂଗ୍ରହ କରିବାକୁ ସକାଳୁ ଏକାଠି ଯାଇଥିଲେ। ଫେରିବା ବେଳକୁ ମାତ୍ର ନଅ ଜଣ ମହିଳା ଜୀବିତ ଫେରି ଆସିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ମହିଳାମାନେ ଜଙ୍ଗଲ ଭିତରେ ପତ୍ର ସଂଗ୍ରହରେ ବ୍ୟସ୍ତ […]

Read More Text.
Pulwama attack

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହଜମା ବୁରହାନକୁ ହତ୍ୟା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ନେଟୱାର୍କକୁ ଆଉ ଏକ ବଡ଼ ଝଟକା । ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ଫେରାର ହୋଇଯାଇଛି । ସୁରକ୍ଷା ଏଜେନ୍ସୀ ମୁତାବକ, ଦୀର୍ଘ ସମୟ ଧରି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ସାମିଲ ଥିଲା । ପାକିସ୍ତାନର ମୁଜାଫରାବାଦରେ ଆତଙ୍କବାଦୀ ହମଜା ବୁରହାନଙ୍କୁ ଗୁଳି […]

Read More Text.

କେନ୍ଦ୍ରମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ: ମନ୍ତ୍ରୀମାନଙ୍କୁ ଦିଲ୍ଲୀ ନ ଛାଡିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ସାରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଫେରିବା ପରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ୩.୦ ସରକାରର ବଡ଼ ସମୀକ୍ଷା ହେବ । ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ସେବା ତୀର୍ଥଠାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଗା ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ । ବୈଠକ ପାଇଁ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱପ୍ରାପ୍ତ […]

Read More Text.

ଇବୋଲା ଭାଇରସକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଇବୋଲା ଭାଇରସ ସଂକ୍ରମଣକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି ହୋଇଛି । ଡିଜିଏଚଏସ ଏହି ଭାଇରସକୁ ନେଇ ଆଡଭାଇଜରୀ ଜାରି କରିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଡଭାଇଜରୀରେ କହିଛନ୍ତି, ଇବୋଲା ଭାଇରସରେ ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ସେଠାର ହୋଇ ଯାଉଥିବା ଯାତ୍ରୀଙ୍କ ଉପରେ ଧ୍ୟାନ ଦେବା ଉଚିତ । ହାଇ ଆଲର୍ଟରେ କଙ୍ଗୋ, ୟୁଗାଣ୍ଡା ଏବଂ ଦକ୍ଷିଣ ସୁଡାନ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରେ ଇବୋଲା ସମ୍ବନ୍ଧୀୟ କୌଣସି […]

Read More Text.

କେଦାରନାଥରେ ଭୂସ୍ଖଳନ, ଫସି ରହିଛନ୍ତି ଶତାଧିକ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ କେଦାରନାଥ ରୁଟରେ ଭୂସ୍ଖଳନ । ମଙ୍ଗଳବାର ରାତିରେ ପ୍ରୟାଗରାଜରେ ଭୂସ୍ଖଳନ ହେବାରୁ କେଦାରନାଥ ଯାତ୍ରା ବାଧାପ୍ରାପ୍ତ ହୋଥିଲା । ଏହା ବ୍ୟତୀତ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ସମେତ ପ୍ରଶାସନର ଅପରେସନ ପରେ କେଦାରନାଥ ଯାତ୍ରା ରୁଟରେ ଯାତାୟତ ପୁଣି ଆରମ୍ଭ ହୋଇଛି । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡର ମୁନକାଟିୟା ଅଞ୍ଚଳରେ ହଠାତ୍ ଭୂସ୍ଖଳନ ହୋଇଥିଲା । ରାସ୍ତା ଅବରୋଧ ହୋଇଯିବା ଯୋଗୁଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ […]

Read More Text.

ସିବିଆଇ ଜାଲରେ ଆର୍ମି କର୍ଣ୍ଣେଲ, ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗ

କୋଲକତା : ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ସେନା କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ସଙ୍ଗୀନ ଅଭିଯୋଗ ଆସିଛି । କୋଲକତା ସ୍ଥିତ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଫୋର୍ଟ ୱିଲିୟମ୍ସର ଆର୍ମି ଅର୍ଡିନାନ୍ସ କୋରରେ ମୁତୟନ ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣେଲ ହିମାଂଶୁ ବାଲିଙ୍କ ବିରୋଧରେ ଅଭିଯୋଗ କାନପୁରର ଏକ ବେସରକାରୀ ସଂସ୍ଥା ‘ଇଷ୍ଟର୍ଣ୍ଣ ଗ୍ଲୋବାଲ୍ ଲିମିଟେଡ୍’ (Eastern […]

Read More Text.

ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମ ରାୟ, ୨୦୨୫ର ରାୟ ବଳବତ୍ତର

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁ ଓ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ସ୍ଥାନରେ ବୁଲାକୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୁଲାକୁକୁରଙ୍କ ଆକ୍ରମଣରୁ ବାଦ ପଡ଼ୁନାହାନ୍ତି । ଦେଶର ବିଭିନ୍ନ ସହରରେ […]

Read More Text.

ବଦଳିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ନିୟମ, ଏଣିକି ପ୍ରିଲିମ୍ ପରୀକ୍ଷାର ମିଳିବ Answer key

ନୂଆଦିଲ୍ଲୀ : ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ । ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି । ଚଳିତବର୍ଷ ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛି UPSC । ପରୀକ୍ଷା ପ୍ରକ୍ରିୟାକୁ ସ୍ବଚ୍ଛତା ଓ ସୁଦୃଢ଼ କରିବା ସହ ପାରଦର୍ଶିତା ବୃଦ୍ଧି କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ । ତେବେ ପୂର୍ବରୁ କେବଳ ଅନ୍ତିମ ପରୀକ୍ଷା ବା ମେନ୍ ଏଗଜାମ୍ ର ଆନ୍ସର କି ସାର୍ବଜନୀନ କରାଯାଉଥିଲା […]

Read More Text.