Pm modi

କେନ୍ଦ୍ରମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ: ମନ୍ତ୍ରୀମାନଙ୍କୁ ଦିଲ୍ଲୀ ନ ଛାଡିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଦେଶ - ବିଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ସାରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଫେରିବା ପରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ୩.୦ ସରକାରର ବଡ଼ ସମୀକ୍ଷା ହେବ । ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ସେବା ତୀର୍ଥଠାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଗା ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ । ବୈଠକ ପାଇଁ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱପ୍ରାପ୍ତ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ ରାଷ୍ଟ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷର ଏହା ପ୍ରଥମ ବଡ଼ ବୈଠକ, ଯେଉଁଠି ସମ୍ପୂର୍ଣ୍ଣ ମନ୍ତ୍ରୀପରିଷଦ ଏକାଠି ହେଉଛନ୍ତି । ବିଭିନ୍ନ ମନ୍ତ୍ରଣାଳୟ ନିଜର କାର୍ଯ୍ୟକାରିତା, ଭବିଷ୍ୟତର ଯୋଜନା ଏବଂ ଜନକଲ୍ୟାଣକାରୀ ସଂସ୍କାରର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ । ବର୍ତ୍ତମାନ ଚାଲିଥିବା ପଶ୍ଚିମ ଏସିଆର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ଏହା ଦ୍ୱାରା ଭାରତର ଅର୍ଥନୀତି ଉପରେ ପଡ଼ୁଥିବା ପ୍ରଭାବର ସମୀକ୍ଷା କରାଯିବ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଅମିତ ଶାହ, ନିର୍ମଳା ସୀତାରାମଣ ଏବଂ ହରଦୀପ ସିଂ ପୁରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ଏହି ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଦେଶରେ ଇନ୍ଧନ ସଂରକ୍ଷଣ, ସରକାରୀ ସ୍ତରରେ ମିତବ୍ୟୟିତା ଏବଂ ସାଧାରଣ ନାଗରିକଙ୍କ ପାଇଁ ନୂଆ ସଂସ୍କାର ଆଣିବା ନେଇ ଆଲୋଚନା ହେବ । ଆସନ୍ତା ଜୁନ୍ ମାସରେ ମୋଦି ୩.୦ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ହେବାକୁ ଯାଉଛି ।